
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ସମୟରେ ବିଜେପିକୁ ଆଉ ଏକ ଝଟକା ଲାଗିପାରେ। ପ୍ରସିଦ୍ଧ ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି। ଟିକେଟ୍ ନ ପାଇ କହ୍ନେୟା ମିତ୍ତଲ ନାରାଜ ଅଛନ୍ତି। ୟୁପି ନିର୍ବାଚନ ସମୟରେ କହ୍ନେୟା ମିତ୍ତଲଙ୍କ ଗୀତ ଲୋକପ୍ରିୟ ହୋଇଥିଲା। ସେ ‘ଜୋ ରାମ କୋ ଲାଏ ହେଁ, ହମ୍ ଉନକୋ ଲାଏଙ୍ଗେ’ ଗୀତ ଗାଇଥିଲେ।