Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ବିରୋଧ କରି ଇସ୍ତଫା ଦେଲେ ଟିଏମସି ସାଂସଦ
ଆଜିର ଖବର

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ବିରୋଧ କରି ଇସ୍ତଫା ଦେଲେ ଟିଏମସି ସାଂସଦ

September 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆର.ଜି କର ହସ୍ପିଟାଲ ଘଟଣାକୁ ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ଜବାହର ସରକାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।

ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଆର.ଜି କର ହସ୍ପିଟାଲରେ ଘଟିଥିବା ଅଘଟଣକୁ ନେଇ ସରକାର ତୁରନ୍ତ କିଛି ବଡ ପଦକ୍ଷେପ ନେବେ ବୋଲି ସେ ଆଶା କରିଥିଲେ। ସେ କେବଳ ପୁରୁଣା ମମତା ବାନାର୍ଜୀଙ୍କ ଭଳି ନିଷ୍ପତ୍ତି ନେବେ ବୋଲି ଆଶା କରିଥିଲେ। କିନ୍ତୁ ସେ କୌଣସି ଠୋସ୍ ପଦକ୍ଷେପ ନେଇ ନାହାଁନ୍ତି। ବର୍ତ୍ତମାନ ସେ ଯାହା ପଦକ୍ଷେପ ନେଇଛନ୍ତି, ତାହା ବହୁତ ବିଳମ୍ବ ହୋଇସାରିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ:

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆର.ଜି କର ହସ୍ପିଟାଲରେ ଘଟିଥିବା ଭୟଙ୍କର ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ଆଶା କରୁଥିଲି ମମତା ବାନାର୍ଜୀ ଏହି ଘଟଣାରେ ତାଙ୍କ ପୁରୁଣା ଢଙ୍ଗରେ ହସ୍ତକ୍ଷେପ କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ।’

ଅଗଷ୍ଟ ୨୦୨୧ରେ ତୃଣମୂଳ କଂଗ୍ରେସ ପୂର୍ବତନ ଅମଲା ଜବାହର ସରକାରଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଥିଲା। ପଶ୍ଚିମବଙ୍ଗରେ ୧୬ ଟି ରାଜ୍ୟସଭା ଆସନ ଅଛି। ଏଥିରେ ଟିଏମସିରେ ୧୩ ଟି, ବିଜେପିର ୨ ଟି, କଂଗ୍ରେସ ଏବଂ ସିପିଆଇ (ଏମ) ଗୋଟିଏ ଆସନ ରହିଛି।

ଜବାହର ସରକାରଙ୍କ ଇସ୍ତଫା ପରେ ଦଳ ଭିତରେ ଅଧିକ ଅଶାନ୍ତି ଲାଗିପାରେ। ତାଙ୍କ ପୂର୍ବରୁ ସୁଖେନ୍ଦୁ ଶେଖର ରୟ ମଧ୍ୟ ଏହି ପ୍ରସଙ୍ଗରେ ପୋଲିସର ମନୋଭାବ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ତାଙ୍କୁ କୋଲକାତା ପୋଲିସର ସମନ ଉପରେ କଲିକତା ହାଇକୋର୍ଟ ଯିବାକୁ ପଡିଲା। ଜବାହର ସରକାରଙ୍କ ଇସ୍ତଫା ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

Breaking News Mamata Banerjee
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.