Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ: ବିଶେଷଜ୍ଞ
ଆଜିର ଖବର

ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ: ବିଶେଷଜ୍ଞ

September 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି। ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ ବୋଲି କହିଛନ୍ତି ବିଶିଷ୍ଟ ସ୍ପାଇନ୍ ସର୍ଜନ୍ ପ୍ରଫେସର (ଡାକ୍ତର) ଶଙ୍କର ଆଚାର୍ଯ୍ୟ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆସୋସିଏସନ୍ ଅଫ୍ ସ୍ପାଇନ୍ ସର୍ଜନ୍‌ସ ଅଫ୍ ଇଣ୍ଡିଆ (ଏଏସ୍‌ଏସ୍‌ଆଇ) ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚାର୍ଯ୍ୟ ମେରୁଦଣ୍ଡ ଅସ୍ତ୍ରୋପଚାରକୁ ନେଇ ଆଦୌ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି।

ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲ୍‌ର ସ୍ପାଇନ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଆଚାର୍ଯ୍ୟ ଏହି ଅବସରରେ କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ବେଶ ଫଳପ୍ରଦ ଓ ସୁରକ୍ଷିତ। ବର୍ତମାନ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଉଥିବା ବେଳେ ଜୀବନଶୈଳୀରେ ପରିବର୍ତନ, ଖାଦ୍ୟ ଗ୍ରହଣ କରିବାରେ ଅନିୟମିତତା ଏବଂ ଶାରିରୀକ ବ୍ୟାୟାମରେ ଅବହେଳା ଯୋଗୁଁ ମେରୁଦଣ୍ଡ ଜନିତ ସମସ୍ୟା ଦେଖା ଦେଉଛି ବୋଲି ସେ କହିଛନ୍ତି। ପୁଷ୍ଟିହୀନତା ଏବଂ ମଧୁମେହ ଜନିତ ସମସ୍ୟା ମଧ୍ୟ ମେରୁଦଣ୍ଡରେ ସଂକ୍ରମଣର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି।

ତେବେ ମେରୁଦଣ୍ଡରେ ଦୁର୍ଘଟଣା ଜନିତ ଆଘାତ କଷ୍ଟକର ପରିସ୍ଥିତି ସୃଷ୍ଟି କରୁଛି ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଫେସର ଆଚାର୍ଯ୍ୟ। ରାସ୍ତା ଦୁର୍ଘଟଣାର ଶିକାର ହେବା ପରେ ଅନେକ କ୍ଷେତ୍ରରେ ମେରୁଦଣ୍ଡରେ ଆଘାତ ସମସ୍ୟାର କାରଣ ହେଉଛି। ବିଶେଷ ଭାବରେ ଯୁବପିଢ଼ିଙ୍କ ନିକଟରେ ଏହି ବିପଦ ବେଶୀ ଦେଖାଦେଉଥିବା ବେଳେ ବେପରୁଆ ଗାଡ଼ି ଚାଳନା ଏହାର ମୁଖ୍ୟ କାରଣ ପାଲଟିଛି। ତେଣୁ ଟ୍ରାଫିକ ନିୟମ ପାଳନ କରିବା ଦିଗରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ସେ କହିଥିଲେ।

ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ମେରୁଦଣ୍ଡ ଆଘାତ ନିରାକରଣ ସପ୍ତାହ ଭାବେ ପାଳନ କରାଯାଉଛି ବୋଲି ସେ କହିଛନ୍ତି।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏହି ପ୍ରଶିକ୍ଷଣ ଶିବିରରେ କିଭଳି ସୁବିଧାରେ ଓ କମ୍ ସମୟରେ ହସ୍ପିଟାଲ୍‌ରେ ରହି ମେରୁଦଣ୍ଡର ଅସ୍ତ୍ରୋପଚାର କରାଯାଇପାରିବ ସେ ଦିଗରେ ପ୍ରଶିକ୍ଷଣ ଦିଆଯାଉଛି।

କାର୍ଯ୍ୟକ୍ରମର ଅର୍ଗାନାଇଜିଂ ସେକ୍ରେଟାରୀ ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅର୍ଥୋପେଡିକ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ସୁବ୍ରତ ମହାପାତ୍ର କହିିଥିଲେ ଯେ ଏଥିରେ ଯୋଗ ଦେଇଥିବା ଯୁବ ଡାକ୍ତରମାନଙ୍କୁ ମେରୁଦଣ୍ଡ ଅସ୍ତ୍ରୋପଚାରର ନୂତନ ଓ ସୁରକ୍ଷିତ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସ୍ପାଇନ୍ ସୋସାଇଟିର ଅଧ୍ୟକ୍ଷ ପ୍ରଫେସର (ଡାକ୍ତର) ମଦନମୋହନ ସାହୁ ଓ ଅର୍ଗାନାଇଜିଂ ଚେୟାରମ୍ୟାନ ଡାକ୍ତର ଅଭିଶେକ ଶ୍ରୀବାସ୍ତବ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଡାକ୍ତର ସାମିଲ ହୋଇଥିଲେ।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026
Latest News

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.