Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବସମ୍ମତିକ୍ରମେ ସଂସଦର ସରକାରୀ ଭାଷା କମିଟି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ
ଆଜିର ଖବର

ସର୍ବସମ୍ମତିକ୍ରମେ ସଂସଦର ସରକାରୀ ଭାଷା କମିଟି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

September 10, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସର୍ବସମ୍ମତିକ୍ରମେ ସଂସଦୀୟ ସରକାରୀ ଭାଷା କମିଟିର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ନୂଆ ସରକାର ଗଠନ ପରେ ସରକାରୀ ଭାଷା କମିଟିର ପୁନର୍ଗଠନ ନେଇ ଆଲୋଚନା କରିବା ପାଇଁ ଆଜି ନୂଆଦିଲ୍ଲୀରେ କମିଟି ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ୨୦୧୯ରୁ ୨୦୨୪ ମଧ୍ୟରେ ମଧ୍ୟ ଶ୍ରୀ ଅମିତ ଶାହ ଏହି କମିଟିର ଅଧ୍ୟକ୍ଷ ଥିଲେ। ସର୍ବସମ୍ମତିକ୍ରମେ ତାଙ୍କୁ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ କରିଥିବାରୁ ଗୃହ ମନ୍ତ୍ରୀ ସରକାରୀ ଭାଷା ସଂକ୍ରାନ୍ତ ସଂସଦୀୟ କମିଟିର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନିଜ ଅଭିଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଗତ ୭୫ ବର୍ଷ ଧରି ଆମେ ସରକାରୀ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିଆସୁଛୁ, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଏହାର ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ସେ କହିଥିଲେ ଯେ କେ ଏମ୍ ମୁନ୍‌ସି ଏବଂ ଏନ୍ ଜି ଆୟଙ୍ଗର ବହୁ ସଂଖ୍ୟକ ଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସରକାରୀ କାର୍ଯ୍ୟରେ ଆଗକୁ ବଢ଼ାଇବା ସମୟରେ କୌଣସି ସ୍ଥାନୀୟ ଭାଷା ସହିତ ହିନ୍ଦୀର ପ୍ରତିଯୋଗିତା ହେବା ଉଚିତ୍ ନୁହେଁ।

ଅମିତ ଶାହ କହିଥିଲେ ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗତ ୧୦ ବର୍ଷ ମଧ୍ୟରେ ଏହି କମିଟି ହିନ୍ଦୀକୁ ସମସ୍ତ ସ୍ଥାନୀୟ ଭାଷାର ବନ୍ଧୁ କରିବା ପାଇଁ ଲଗାତାର ଚେଷ୍ଟା କରିଛି ଏବଂ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ହେବା ଉଚିତ୍ ନୁହେଁ। ସେ କହିଥିଲେ, ଆମେ ଧ୍ୟାନ ଦେବା ଉଚିତ ଯେ କୌଣସି ସ୍ଥାନୀୟ ଭାଷା କହୁଥିବା ଲୋକଙ୍କ ମନରେ ହିନ ଭାବନା ନଆସୁ ଏବଂ ହିନ୍ଦୀକୁ ସ୍ୱାଭାମିକ ରୂପରେ ସର୍ବସମ୍ମତି ଏବଂ ସହମତି ସହିତ କାମକାର୍ଯ୍ୟର ଭାଷା ଭାବରେ ଗ୍ରହଣ କରାଯାଉ।

ସ୍ୱାଧୀନତାର ୭୫ ବର୍ଷ ପରେ ଦେଶର ଭାଷାରେ ଦେଶ ପରିଚାଳିତ ହେବା ଅତ୍ୟନ୍ତ ଜରୁରୀ ଏବଂ ଏଥିପାଇଁ ଆମେ ଅନେକ ପ୍ରୟାସ କରିଛୁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ‘‘ଆମେ ଏକ ଅଭିଧାନ ପ୍ରସ୍ତୁତ କରିଥିଲୁ ଏବଂ ଶିକ୍ଷା ବିଭାଗ ସହିତ ମିଶି ଭାରତର ସ୍ଥାନୀୟ ଭାଷାରୁ ହଜାର ହଜାର ଶବ୍ଦକୁ ହିନ୍ଦୀ ସହ ଯୋଡ଼ିବା ପାଇଁ କାମ କରିଥିଲୁ। ଏମିତି ଅନେକ ଶବ୍ଦ ଥିଲା ଯାହାର ସମାନାର୍ଥକ ଶବ୍ଦ ହିନ୍ଦୀରେ ଉପଲବ୍ଧ ନଥିଲା, ଆମେ କେବଳ ଅନ୍ୟ ଭାଷାର ଅନେକ ଶବ୍ଦ ଗ୍ରହଣ କରି ହିନ୍ଦୀକୁ ସମୃଦ୍ଧ ଏବଂ ନମନୀୟ କରିନାହୁଁ ବରଂ ସେହି ଭାଷା ଓ ହିନ୍ଦୀ ମଧ୍ୟରେ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିଛୁ।

ଅମିତ ଶାହ କହିଥିଲେ ଯେ ସରକାରୀ ଭାଷା ବିଭାଗ ଏଭଳି ଏକ ସଫ୍ଟୱେର ବିକଶିତ କରୁଛି ଯାହା ଦ୍ୱାରା ଅଷ୍ଟମ ଅନୁସୂଚୀର ସମସ୍ତ ଭାଷା ବୈଷୟିକ ଭିତ୍ତିରେ ସ୍ୱତଃସ୍ପୃତ ଭାବେ ଅନୁବାଦ ହୋଇପାରିବ। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଆମ କାର୍ଯ୍ୟରେ ହିନ୍ଦୀର ଦ୍ରୁତ ଗ୍ରହଣୀୟତା ଓ ବିକାଶ ହୋଇପାରିବ। ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ କଠିନ ପରିଶ୍ରମ କରି କମିଟିର ରିପୋର୍ଟର ତିନୋଟି ବଡ଼ ଭାଗ ରାଷ୍ଟ୍ରପତିଙ୍କୁ ଦେଇଛୁ, ଯାହା ପୂର୍ବରୁ କେବେ ହୋଇନଥିଲା। ଆମକୁ ଏହି ଗତି ବଜାୟ ରଖିବାକୁ ପଡ଼ିବ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ସହଯୋଗ ଏବଂ ଗ୍ରହଣୀୟତା ଆମ କାମର ଦୁଇଟି ମୌଳିକ ସ୍ତମ୍ଭ ହେବା ଉଚିତ୍। ୨୦୪୭ରେ ସ୍ୱାଧୀନତା ଦିବସ ପାଳନ ବେଳକୁ ଆମ ଦେଶର ସମସ୍ତ କାର୍ଯ୍ୟ ଯେପରି ଭାରତୀୟ ଭାଷାରେ ହେବ ସେଥିପାଇଁ ଆମକୁ ଏକ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୧୦ ବର୍ଷ ପୁରୁଣା ହିନ୍ଦୀ ଭାଷାକୁ ଦୀର୍ଘ ଦିନ ଧରି ନୂଆ ଜୀବନ ଦେବାକୁ ହେବ, ଏହାକୁ ଗ୍ରହଣୀୟ କରିବାକୁ ହେବ ଓ ସ୍ୱାଧୀନତା ସଂଗ୍ରାମୀମାନେ ଆମ ଆଗରେ ଛାଡ଼ି ଦେଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଲୋକମାନ୍ୟ ତିଲକ, ମହାତ୍ମା ଗାନ୍ଧୀ, ଲାଲା ଲାଜପତ ରାୟ, ରାଜଗୋପାଳଚାରୀ, କେଏମ୍ ମୁନ୍‌ସି ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ବ୍ୟକ୍ତିବିଶେଷଙ୍କ ମଧ୍ୟରୁ କେହି ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ଆସିନଥିଲେ ମଧ୍ୟ ସେମାନେ ସମସ୍ତେ ଅନୁଭବ କରିଥିଲେ ଯେ ଆମ ଦେଶରେ ଏମିତି ଗୋଟିଏ ଭାଷା ରହିବା ଉଚିତ ଯାହା ଗୋଟିଏ ରାଜ୍ୟ ଓ ଅନ୍ୟ ରାଜ୍ୟ ମଧ୍ୟରେ ଯୋଗାଯୋଗ ପାଇଁ କାର୍ଯ୍ୟ କରିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଣିଥିବା ନୂତନ ଶିକ୍ଷା ନୀତିରେ ଆମେ ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ପ୍ରତି ଗୁରୁତ୍ୱ ଦେଇଛୁ। ପିଲା ଯେତେବେଳେ ନିଜ ମାତୃଭାଷା ଶିଖିଥାଏ, ସେତେବେଳେ ସେ ଦେଶର ଅନେକ ଭାଷା ସହ ଯୋଡ଼ି ହୋଇଯାଏ।

ଅମିତ ଶାହ କହିଥିଲେ ଯେ ମୁନ୍‌ସି-ଆୟଙ୍ଗର କମିଟି ଅଧୀନରେ ପ୍ରତି ୫ ବର୍ଷରେ ଏକ ଭାଷା ଆୟୋଗ ଗଠନ କରାଯିବ ଯାହା ଭାଷାଗତ ବିବିଧତାକୁ ବିଚାର କରିବ ବୋଲି ସ୍ଥିର ହୋଇଥିଲା, କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଲେ ନାହିଁ। ସେ କହିଥିଲେ, ଏହି କମିଟି ଆଗାମୀ ୫ ବର୍ଷ ମଧ୍ୟରେ ଆମର ଭାଷାଗତ ବିବିଧତାକୁ ବଜାୟ ରଖିବ ଏବଂ ଆମ ମଧ୍ୟରେ ହିନ୍ଦୀର ଗ୍ରହଣୀୟତା ବୃଦ୍ଧି ଦିଗରେ କାର୍ଯ୍ୟ କରିବ। ଗୃହମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ବର୍ତ୍ତମାନ ନିଯୁକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା ସହିତ ଏକ ପ୍ରକାରରେ ଯୋଡ଼ି ହୋଇଛି ଏବଂ ଭାରତ ସରକାର ମଧ୍ୟ ନୂତନ ଯୁଗର ସମସ୍ତ ଜ୍ଞାନକୌଶଳକୁ ହିନ୍ଦୀ ଭାଷା ସହିତ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ପ୍ରୟାସ କରୁଛନ୍ତି। ନୂଆ ଶିକ୍ଷାନୀତିରେ ସମସ୍ତ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ସଂକଳ୍ପ ନିଆଯାଇଛି, ଏହି କମିଟି ଏହାକୁ ଆଗେଇ ନେବ। ଶ୍ରୀ ଅମିତ ଶାହ କହିଥିଲେ ଯେ ହିନ୍ଦୀକୁ ସରକାରୀ ଭାଷା ଭାବରେ ଅନୁମୋଦନ ମିଳିବାର ଏହା ୭୫ ତମ ବର୍ଷ ଏବଂ ଏହି ଅବସରରେ ଦିଲ୍ଲୀର ଇଣ୍ଡିଆ ମଣ୍ଡପମ ଠାରେ ଏକ ବଡ ସମ୍ମିଳନୀର ଆୟୋଜନ କରାଯାଉଛି । ସରକାରୀ ଭାଷା ଅଧିନିୟମ, ୧୯୬୩ର ଧାରା ୪ର ବ୍ୟବସ୍ଥା ଅନୁଯାୟୀ ୧୯୭୬ ମସିହାରେ ସରକାରୀ ଭାଷା ଉପରେ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ୩୦ ଜଣ ସାଂସଦ ଥିବା ବେଳେ ୨୦ ଜଣ ଲୋକସଭା ଓ ୧୦ ଜଣ ରାଜ୍ୟସଭା ସଦସ୍ୟ ରହିଛନ୍ତି।

ସଂସଦୀୟ ସରକାରୀ ଭାଷା କମିଟିକୁ ମନୋନୀତ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ସମେତ ସରକାରୀ ଭାଷା ବିଭାଗ ସଚିବ ଶ୍ରୀମତୀ ଅଂଶୁଲି ଆର୍ଯ୍ୟଙ୍କ ନେତୃତ୍ୱରେ ସରକାରୀ ଭାଷା ବିଭାଗର ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ସଂସଦୀୟ କମିଟିର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ଅମିତ ଶାହ
Share. Facebook Twitter LinkedIn Email WhatsApp Copy Link

Related Posts

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026
Latest News

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.