Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲଙ୍କୁ ଡ୍ରପ କରାଯାଇଥିଲା କି?: ଜାଣନ୍ତୁ କଣ କହିଲା ବିସିସିଆଇ
ଆଜିର ଖବର

ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲଙ୍କୁ ଡ୍ରପ କରାଯାଇଥିଲା କି?: ଜାଣନ୍ତୁ କଣ କହିଲା ବିସିସିଆଇ

September 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ କେ.ଏଲ୍ ରାହୁଲଙ୍କୁ ଦଳରେ ସାମିଲ କରାଯାଇଛି। ଏହାପୂର୍ବରୁ ରାହୁଲ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଖେଳୁଥିବା ଦେଖିବାକୁ ମିଳିଥିଲେ। ଯଦିଓ ରାହୁଲ ଇଂଲଣ୍ଡ ସିରିଜରେ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲେ। କିନ୍ତୁ ରାହୁଲ ସିରିଜର ଅବଶିଷ୍ଟ ଚାରିଟି ମ୍ୟାଚରୁ ନିଖୋଜ ଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ବିସିସିଆଇ ପ୍ରକାଶ କରିଛି ଯେ, ରାହୁଲଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇ ନାହିଁ।

ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ରାହୁଲଙ୍କୁ ଡ୍ରପ କରାଯାଇ ନାହିଁ, ବରଂ ଆହତ କାରଣରୁ ସେ ବାଦ ପଡିଥିଲେ। ବର୍ତ୍ତମାନ ସେ ଫିଟ୍ ଏବଂ ଉପଲବ୍ଧ।

କେ.ଏଲ୍ ରାହୁଲ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଶତକ ହାସଲ କରିଥିଲେ, ଯାହାକି ସାମ୍ପ୍ରତିକ ସମୟର ଶ୍ରେଷ୍ଠ ଟେଷ୍ଟ ଇନିଂସ ମଧ୍ୟରୁ ଅନ୍ୟତମ ଏବଂ ସେ ଆହତ ହେବା ପୂର୍ବରୁ ହାଇଦ୍ରାବାଦରେ ଶେଷ ଟେଷ୍ଟରେ ୮୬ ରନ୍ ସ୍କୋର କରିଥିଲେ।

ବର୍ତ୍ତମାନ ଦୁଲିପ୍ ଟ୍ରଫିରେ କେଏଲ ରାହୁଲ ଭଲ ପ୍ରଦର୍ଶନ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଇଣ୍ଡିଆ ଏ ପାଇଁ ଖେଳି ସେ ଉଭୟ ଇନିଂସରେ ୩୭ ଓ ୫୭ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ତାଙ୍କୁ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ରାହୁଲଙ୍କ ଟେଷ୍ଟ କ୍ୟାରିୟର:

ସୂଚନାଯୋଗ୍ୟ ଯେ, ରାହୁଲ ୨୦୧୪ ରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫୦ ଟି ଟେଷ୍ଟ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୮୬ ଇନିଂସରେ ସେ ୩୪.୦୮ ହାରରେ ୨୮୬୩ ରନ୍ କରିଛନ୍ତି। ଏହି ସମୟରେ ସେ ୮ ଶତକ ଏବଂ ୧୫ ଅର୍ଦ୍ଧଶତକ ହାସଲ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୧୯୯ ରନ୍ ହୋଇଛି।

India Vs Bangladesh indian cricket team kl rahul
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.