ନୂଆଦିଲ୍ଲୀ: ହରିୟାଣାରେ ବିଜେପିରେ ଇସ୍ତଫା ପତ୍ର ଜାରି ରହିଛି। ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷ ତଥା ପୂର୍ବତନ ଉପ-ବାଚସ୍ପତି ସନ୍ତୋଷ ଯାଦବ ଇସ୍ତଫା ଦେଇଛନ୍ତି। ସନ୍ତୋଷ ଯାଦବ ହରିୟାଣାର ଅଟେଲି ବିଧାନସଭା ଆସନରୁ ଟିକେଟ ମାଗୁଥିଲେ। ବିଜେପି ଏଠାରୁ କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦରଜିତ ସିଂଙ୍କ ଝିଅ ଆରତୀ ରାଓଙ୍କୁ ଟିକେଟ ଦେଇଛି।
ହରିୟାଣା ବିଜେପି ମୁଖ୍ୟଙ୍କୁ ଲେଖିଥିବା ଏକ ପତ୍ରରେ ସେ କହିଛନ୍ତି, ଯେ “ମୁଁ ବହୁତ ଦୁଃଖର ସହିତ କହିବାକୁ ଚାହେଁ ଯେ, ଦଳ ଭିତରେ ବିଶେଷକରି ସେହି କର୍ମୀମାନଙ୍କୁ ଅବହେଳା କରାଯାଉଛି, ଯେଉଁମାନେ ତୃଣମୂଳ ସ୍ତରରେ ଦଳ ପାଇଁ ସଂଘର୍ଷ କରିଥିଲେ, ସମର୍ପଣ ସହିତ କାମ କରୁଥିଲେ ଏବଂ ଦଳକୁ ଶସକ୍ତ କରିବା ପାଇଁ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।