Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ କ୍ଷେତ୍ର ପାଇଁ ମୌସୁମୀ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଭୁବନେଶ୍ୱରରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ କ୍ଷେତ୍ର ପାଇଁ ମୌସୁମୀ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ମନ୍ତ୍ରୀ

September 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ 13 ସେପ୍ଟେମ୍ବର 2024ରେ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ମୌସୁମୀ ବୈଠକରେ ଅଧ୍ୟକ୍ଷତା କରିବେ। ଉଦଘାଟନୀ ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଏବଂ ବିଶେଷ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହେବେ। ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଓ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ. ପି. ସିଂହ ବାଘେଲ ଏବଂ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ତଥା ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ ବୋଲି ଆଶା କରାଯାଉଛି। ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ମୌସୁମୀ ବୈଠକ ଆୟୋଜନ କରୁଛି।

ଏହି ବୈଠକର ଉଦ୍ଦେଶ୍ୟ ହେଉଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆଶା ପ୍ରତ୍ୟାଶାକୁ ଆଗକୁ ଆଣିବା, ଯାହାଦ୍ୱାରା ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ଏକ ସମନ୍ୱୟ ଢାଞ୍ଚା ପ୍ରସ୍ତୁତ କରାଯାଇପାରିବ। ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇପାରିବ ଏବଂ ପରିଣାମ ତଥା ଉନ୍ନତି ବିଷୟରେ ଆଲୋଚନା କରାଯାଇପାରିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାଣୀସମ୍ପଦ ମନ୍ତ୍ରୀ ଏବଂ ସମ୍ପୃକ୍ତ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

2014-15ରୁ 2022-23 ମଧ୍ୟରେ ପ୍ରାଣୀସମ୍ପଦ କ୍ଷେତ୍ର 9 ପ୍ରତିଶତ ଉଲ୍ଲେଖନୀୟ ଚକ୍ରବୃଦ୍ଧି ବାର୍ଷିକ ବିକାଶ ହାରରେ ବୃଦ୍ଧି ପାଇଛି। କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ମୋଟ ମୂଲ୍ୟବୃଦ୍ଧିରେ ଏହାର ଯୋଗଦାନ ଯଥେଷ୍ଟ ବଢ଼ିଛି, ଯାହାକି 24.36 ପ୍ରତିଶତରୁ 30.22 ପ୍ରତିଶତକୁ ବୃଦ୍ଧି ପାଇଛି। 2022-23 ରେ ଏହି କ୍ଷେତ୍ର ମୋଟ୍‌ ସକଳ ମୂଲ୍ୟବୃଦ୍ଧିରେ ସାଢ଼େ ପାଞ୍ଚ ପ୍ରତିଶତ ଯୋଗଦାନ ଦେଇଛି ଯାହାକି ଅର୍ଥବ୍ୟବସ୍ଥାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ପଷ୍ଟ କରିଥାଏ।
ଗତ ନଅ ବର୍ଷ ମଧ୍ୟରେ ଦେଶର ଦୁଗ୍ଧ ଉତ୍ପାଦନ 57.62 ପ୍ରତିଶତ ବୃଦ୍ଧି ପାଇଛି, 2014-15 ରେ 146.3 ନିୟୁତ ଟନ୍‌ ରୁ 2022-23 ରେ 230.60 ନିୟୁତ ମେଟ୍ରିକ ଟନ୍‌ କୁ ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ହାର ବାର୍ଷିକ ହାରାହାରି 5 ଦଶମିକ 9 ପ୍ରତିଶତ ରହିଛି, ଯାହା ବିଶ୍ୱର ହାରାହାରୀ ଦର 2 ପ୍ରତିଶତ ତୁଳନାରେ ବହୁତ ଅଧିକ। ଅଧିକନ୍ତୁ, ମୁଣ୍ଡ ପିଛା ଦୁଗ୍ଧ ଉପଲବ୍ଧତା 2013-14 ରେ ଦୈନିକ 307 ଗ୍ରାମରୁ 2022-23 ରେ ଦୈନିକ 459 ଗ୍ରାମକୁ ବୃଦ୍ଧି ପାଇଛି, ଯାହା ବିଶ୍ୱସ୍ତରରେ ହାରାହାରୀ ପରିଣାମ 325 ଗ୍ରାମକୁ ବହୁ ପଛରେ ପକାଇ ଦେଇଛି। ଏହି ସମସ୍ତ ସଫଳତା ପ୍ରାଣୀସମ୍ପଦ କ୍ଷେତ୍ରକୁ ‘ସନ୍‌ରାଇଜ୍‌ ସେକ୍ଟର୍‌’ ବା ଉଦୀୟମାନ କ୍ଷେତ୍ର ଭାବେ ପ୍ରତିଷ୍ଠିତ କରିଛି।

ମୌସୁମୀ ବୈଠକ ଅନେକ କାର୍ଯ୍ୟକାରିତା ଆହ୍ୱାନର ସମାଧାନ କରିବ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା ତଥା ମତବିନିମୟକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ମନ୍ତ୍ରୀଙ୍କ ସହ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାଣୀସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା ଅଧିବେଶନ ସମ୍ପୃକ୍ତ ରାଜ୍ୟର ସଫଳତା କାହାଣୀ ଓ ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ ତଥା ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଅନୁଭୂତି ହେବ।

ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗର ‘‘100 ଦିନିଆ କାର୍ଯ୍ୟ ଯୋଜନା’’ର ଅଂଶବିଶେଶ ରୂପେ ଅନେକ ପ୍ରମୁଖ ଘୋଷଣା ଓ ବିଭିନ୍ନ କାର୍ଯ୍ୟକ୍ରମ ମୌସୁମୀ ବୈଠକରେ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି।

ଭୁବନେଶ୍ୱର ମୌସୁମୀ ବୈଠକ ରାଜୀବ ରଞ୍ଜନ ସିଂହ ଲଲନ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026
Latest News

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.