Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗିରୀଶ କନ୍ନଡ଼ଙ୍କ ନାଟକ,’ଅଗ୍ନି ଓ ବର୍ଷା’ ଭୁବନେଶ୍ବରର ସଂଗୀତ ମହାବିଦ୍ୟାଳୟରେ ମଞ୍ଚସ୍ଥ
ଆଜିର ଖବର

ଗିରୀଶ କନ୍ନଡ଼ଙ୍କ ନାଟକ,’ଅଗ୍ନି ଓ ବର୍ଷା’ ଭୁବନେଶ୍ବରର ସଂଗୀତ ମହାବିଦ୍ୟାଳୟରେ ମଞ୍ଚସ୍ଥ

September 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗିରୀଶ କନ୍ନଡ଼ଙ୍କ ନାଟକ,'ଅଗ୍ନି ଓ ବର୍ଷା' ଭୁବନେଶ୍ବରର ସଂଗୀତ ମହାବିଦ୍ୟାଳୟରେ ମଞ୍ଚସ୍ଥ

ଭୁବନେଶ୍ବର: ସଂଗୀତ ମହାବିଦ୍ୟାଳୟ ର ମାସିକ ନାଟ୍ୟାୟନ କାର୍ଯ୍ୟକ୍ରମରେ ଗିରୀଶ କନ୍ନଡ଼ ଙ୍କ ନାଟକ,’ଅଗ୍ନି ଓ ବର୍ଷା’ ନାଟକ ବିଭାଗ ଦ୍ବାରା ସଫଳ ମଞ୍ଚାୟନ ହୋଇଛି। ନାଟ୍ୟ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଜୟ ଜେନା ଙ୍କ ସହିତ ଉପସ୍ଥିତ ଥିଲେ। ସେହିପରି ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ପ୍ରମୁଖ ଶାସନ ଶଚିବ ଶ୍ରୀ ବିଷ୍ଣୁପଦ ସେଠୀ ମଧ୍ୟ ଯୋଗ ଦେଇଥିଲେ।

ସେହିପରି କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀ ମନୋଜ ପଟ୍ଟନାୟକ ଏବଂ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଉପସ୍ଥିତ ଥିଲେ। ନାଟକକୁ ଓଡ଼ିଆରେ ଅନୁବାଦ କରିଛନ୍ତି ପ୍ରତାପ ରାଉତ ଏବଂ ସଂଗୀତ, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ୟ ନାଟ୍ୟ ଜଗତର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଅଧ୍ୟାପକ ଦେବାନନ୍ଦ ନାୟକ ସୋନୀ।

ଅଗ୍ନି ଓ ବର୍ଷା ନାଟକ ଟି ମହାଭାରତର ବିଷୟବସ୍ତୁ ରୁ ଆସିଛି। ଏକଦା ଏକ ରାଜ୍ୟ ରେ ଅନାବୃଷ୍ଟି ହେତୁ ସାତ ବର୍ଷ ଧରି ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ତେବେ, କାମ ବାସନା, ଲମ୍ଫଟତା ଓ ପ୍ରତାରଣା ପାଇଁ ସବୁ ଆଶା ଧୋଇ ଯାଇଥିବା ବେଳେ, ଜଣେ ସାଧାରଣ ଝିଅର ମନୁଷ୍ୟତା ଏବଂ ଜଣେ ନଟ ଲୀଳା କରୁଥିବା କଳାକାରର ବିଚାର ବୁଦ୍ଧି ଆଉ ବିବେକ ପାଇଁ ରାଜ୍ୟରେ ବର୍ଷା ଆସିଛି। ନାଟକ ଟି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜ୍ଜନ କରିଥିବା ଏକ ବହୁ ଚର୍ଚ୍ଚିତ ଶାସ୍ତ୍ରୀୟ ନାଟକ।

ନାଟକଟିର ମଞ୍ଚ ସଜ୍ଜା, ଅମୀୟ ମହାରଣା, ପ୍ରଜ୍ଞାଦତ୍ତ ସାହୁ କରିଥିବା ବେଳେ, ଆଲୋକ ସମ୍ପାଦନା କରିଥିଲେ ରାକେଶ, ପୋଷାକ ଓ ରୂପସଜ୍ଜା କରିଥିଲେ, ମାମା, ପିଙ୍କି ଏବଂ ଲକି। ମହାବିଦ୍ୟାଳୟର ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଭାଗ, ତବଲା ବିଭାଗ, ଛୋଉ ନୃତ୍ୟ ବିଭାଗ ଏବଂ ବଂଶୀ ବିଭାଗ ସହାୟତା କରିଥିବାରୁ ନାଟକର ନିର୍ଦ୍ଦେଶକ କୃତଜ୍ଞତା ଜ୍ଞାପନ କରିଥିଲେ। ସୂଚନା ଯୋଗ୍ୟ ନାଟକଟି ପୁନଃ ରବିନ୍ଦ୍ର ମଣ୍ଡପରେ ଚଳିତ ମାସ ୨୩ ତାରିଖରେ ମଞ୍ଚସ୍ଥ ହେବ।

ଦେବାନନ୍ଦ ନାୟକ ସୋନୀ
Share. Facebook Twitter LinkedIn Email WhatsApp Copy Link

Related Posts

ହିଣ୍ଡେନବର୍ଗ ମାମଲା: ସମସ୍ତ ଅଭିଯୋଗ ଭିତ୍ତିହୀନ, ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଲା ସେବି

September 18, 2025

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025

ସେପ୍ଟେମ୍ବର ୨୦ ରେ ବୃତ୍ତିଗତ ଚିତ୍ର ଶିଳ୍ପୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା

September 18, 2025

ନିଶା କାରବାର ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ, ବାତିଲ କଲେ ଏହି ଭାରତୀୟ ଅଧିକାରୀଙ୍କ ଭିସା

September 18, 2025
Latest News

ହିଣ୍ଡେନବର୍ଗ ମାମଲା: ସମସ୍ତ ଅଭିଯୋଗ ଭିତ୍ତିହୀନ, ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଲା ସେବି

September 18, 2025

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025

ସେପ୍ଟେମ୍ବର ୨୦ ରେ ବୃତ୍ତିଗତ ଚିତ୍ର ଶିଳ୍ପୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା

September 18, 2025

ନିଶା କାରବାର ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ, ବାତିଲ କଲେ ଏହି ଭାରତୀୟ ଅଧିକାରୀଙ୍କ ଭିସା

September 18, 2025

ଓଡିଶା ରାଜନୀତିରେ ହଲଚଲ, ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ସମର୍ଥନ ପାଇଁ ବିଜେଡି ବିଧାୟକଙ୍କୁ ସାକ୍ଷାତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.