ଦମଦାର ବୈଶିଷ୍ଟ୍ୟ ସହିତ ବଜାରକୁ ଆସୁଛି ଏହି ଇଲେକ୍ଟ୍ରିକ୍ ବାଇକ୍: ମାତ୍ର 999 ଟଙ୍କାରେ କରିପାରିବେ ବୁକ୍

Published: Sep 15, 2024, 5:47 pm IST

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ଇଲେକ୍ଟ୍ରିକ୍ ବାଇକ୍ ରୋଡଷ୍ଟରର ଏକ ଭିଡିଓ ସେୟାର କରିଛି। ଭିଡିଓରେ କମ୍ପାନୀ କହିଛି ଯେ, ଆଜି ଏହାର ସର୍ବୋତ୍ତମ ଡିଜାଇନ୍ ହୋଇଥିବା ମଡେଲ୍ ମଧ୍ୟରୁ ଏହା ଅନ୍ୟତମ।

OLA ରୋଡଷ୍ଟାରର ବୈଶିଷ୍ଟ୍ୟ:

ଓଲାର ଏହି ବାଇକ୍ ରେ ଆପଣ 2.5 କିଲୋୱାଟ କ୍ଷମତା ବିଶିଷ୍ଟ ଏକ ବୈଦ୍ୟୁତିକ ମୋଟର ପାଇପାରିବେ ଏବଂ 3.5 କିଲୋୱାଟ, 4.5kWh ଏବଂ 6 kWh ବ୍ୟାଟେରୀ ବିକଳ୍ପ ମଧ୍ୟ ଏହି ବାଇକ୍ ରେ ଦିଆଯାଇଛି। ଏହି ପ୍ରକାରଟି ମାତ୍ର 2 ସେକେଣ୍ଡରେ ଘଣ୍ଟା ପ୍ରତି 0-40 କିଲୋମିଟର ଗତି ହାସଲ କରିପାରିବ ଏବଂ ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି 126 କିଲୋମିଟର ଅଟେ। ଓଲା ରୋଡଷ୍ଟାରରେ ଶକ୍ତିଶାଳୀ ବୈଦ୍ୟୁତିକ ମୋଟର, ଲମ୍ବା ବ୍ୟାଟେରୀ ପରିସର, ଫାଷ୍ଟ ଚାର୍ଜିଂ, 7-ଇଞ୍ଚ ସ୍ମାର୍ଟ ଡିଜିଟାଲ୍ ଦିସପ୍ଲେ, ଆଡଭାନ୍ସ ସସ୍ପେଂସନ, ସ୍ମାର୍ଟ କନେକ୍ଟିଭିଟି ଏବଂ ଜିପିଏସ୍ ନେଭିଗେସନ୍ ମଧ୍ୟ ରହିଛି।

OLA ରୋଡଷ୍ଟାର୍ ଭାରିଆଣ୍ଟସ୍ ଏବଂ ରେଞ୍ଜ୍:

ଓଲା ରୋଡଷ୍ଟାର ତିନୋଟି ପ୍ରକାରରେ ଆସେ – ରୋଡଷ୍ଟର ଏକ୍ସ, ରୋଡଷ୍ଟର ଏବଂ ରୋଡଷ୍ଟର ପ୍ରୋ। ଏହି ସମସ୍ତ ମଧ୍ୟରୁ, ରୋଡଷ୍ଟାର ମଧ୍ୟମ ମୂଲ୍ୟର ପ୍ରକାର ଏବଂ ତିନୋଟି ବ୍ୟାଟେରୀ କ୍ଷମତାରେ ଆସେ। ଏହାର 3.5 କିଲୋୱାଟ ଭାରିଆଣ୍ଟ 1,04,999 ଏକ୍ସ-ଶୋ’ରୁମରୁ ଆରମ୍ଭ ହେଉଛି। ଯେତେବେଳେ କି 4.5 kWh ଭାରିଆଣ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ 1,19,000 ରୁ ଆରମ୍ଭ ହୋଇଥାଏ ଏବଂ 6 kWh ଭାରିଆଣ୍ଟର ଏକ୍ସ-ସୋରୁମ୍ ମୂଲ୍ୟ 1,39,999 ରୁ ଆରମ୍ଭ ହୋଇଥାଏ। ଓଲା ରୋଡଷ୍ଟରକୁ 999 ଟଙ୍କା ବୁକ୍ କରାଯାଇପାରିବ।

Related posts