Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ଆଜିର ଖବର

ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

July 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ ରାଜସ୍ଥାନରୁ ରାଜସଭା ସାଂସଦ ରୂପେ ନିର୍ବାଚିତ ହେବେ ବୋଲି ଜଣାପଡିଛି । ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ମଦନଲାଲ୍‌ ସୈନୀଙ୍କ ନିଧନ ପରେ ରାଜସ୍ଥାନରେ ରାଜ୍ୟସଭାର ଏକ ଆସନ ଖାଲି ହୋଇଛି । ମଦନଲାଲ୍‌ ସୈନୀ ରାଜ୍ୟସଭାରେ ମାତ୍ର ୬ ମାସ ପର୍ଯ୍ୟନ୍ତ ସାଂସଦ ରୂପେ ରହିଥିଲେ। କଂଗ୍ରେସ ଦଳର ଶୀର୍ଷ ନେତୃତ୍ବ ଏହି ଆସନରେ ପୂର୍ବତନପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ତାମିଲନାଡୁ ରାଜ୍ୟସଭାରୁ ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବା ପାଇଁ ଯୋଜନା ଚାଲିଥିବାବେଳେ ଡିଏମ୍‌କେ ଏହାର ସମର୍ଥନ କରିନଥିଲା ଏବଂ ତାମିଲନାଡୁର ତିନୋଟି ଆସନ  ପାଇଁ ନିଜେ ଲଢିବାକୁ ଘୋଷଣା କରିଦେଇଥିଲା । ଫଳରେ ରାଜସ୍ଥାନରୁ ରାଜ୍ୟସଭା ଆସନଟି ମନମୋହନଙ୍କ ପାଇଁ ସୁରକ୍ଷିତ ଆସନ ହେବ ବୋଲି ଜଣାପଡୁଛି । କାରଣ ରାଜସ୍ଥାନ କଂଗ୍ରେସ ପାଖରେ ରାଜ୍ୟସଭା ଜିତିବା ପାିଇଁ ଯଥେଷ୍ଠ ସଂଖ୍ୟା ରହିଛି। କଂଗ୍ରେସ ପାଖରେ ବର୍ତ୍ତମାନ ୧୦୦ଜଣ ବିଧାୟକ ରହିଥିବାବେଳେ ୧୧ଜଣ ସ୍ବାଧୀନ ବିଧାୟକ ମଧ୍ୟ ରହିଛନ୍ତି। ସେମାନେ ସମସ୍ତେ କଂଗ୍ରେସକୁ ସମର୍ଥନ କରିବେ । ଅପରପକ୍ଷରେ ବିଜେପି ପାଖରେ ମାତ୍ର ୭୨ ଜଣ ବିଧାୟକ ଅଛନ୍ତି । ଏପରି ସ୍ଥିତିରେ ୨୦୦ ସଂସଦୀୟ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ରାଜ୍ୟସଭା ଆସନ ଜିତିବା କଂଗ୍ରେସ ପାଇଁ ସହଜ ହେବ । ମନମୋହନ ସିଂଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଯାଇଛି । ମନମୋହନ ସିଂ କ୍ରମାଗତ ଭାବରେ ପାଞ୍ଚ ଥର ରାଜ୍ୟସଭା ସାଂସଦ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.