ରାଜ୍ୟରେ ବଢି ଚାଲିଛି ଋଣ ଭାର : ମୁଣ୍ଡପିଛା ଋଣ ୧୭,୬୩୦ଟଙ୍କା

Published: Jul 1, 2019, 8:20 pm IST

ରାଜ୍ୟରେ ବଢି ଚାଲିଛି ଋଣଭାର। ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କର ମୁଣ୍ଡପିଛା ହାରାହାରି ଋଣ ପରିମାଣ ପ୍ରାୟ ୧୬,୪୫୧ ଟଙ୍କା ଥିଲା। ଯାହା ଏବେ ବୃଦ୍ଧି ପାଇ ୧୭ ହଜାର ୬୩୦ ଟଙ୍କା ୪୮ ପଇସାରେ ପହଞ୍ଚିଛି। ବିଧାନସଭା ଉତ୍ତରରେ ଆଜି ଏହା କହିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥାତ ଏକ ବର୍ଷ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଋଣଭାର ଏକ ହଜାରରୁ ଅଧିକ ବଢିଛି। ଏହା ସହିତ ମହାଲେଖାକାରଙ୍କ ତଥ୍ୟ ଅନୁସାରେ  ରାଜ୍ୟର ମୋଟ୍ ଋଣଭାର ୭୯, ୮୬୬କୋଟି ରହିଛି। ଯାହା ଗତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ୭୬,୪୨୮ କୋଟି ୪୧ ଲକ୍ଷ ଟଙ୍କାରେ ରହିଥିଲା। ଅନ୍ୟ ପଟେ ଚଳିତ ବର୍ଷ ସରକାର ୨୩, ୫୮୪ କୋଟି ଟଙ୍କା ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଠାରୁ ଋଣଭାର ପ୍ରତି ସରକାର ସତର୍କ ନ ରହିଲେ ଚଳିତ ଆର୍ଥିକ ବର୍ଷ ଶେଷ ରାଜ୍ୟର ଋଣ ବୋଝ ପ୍ରାୟ ୯୨ ହଜାର କୋଟି ଟଙ୍କାରେ ପହଞ୍ଚିବ ଏବଂ ଆସନ୍ତାବର୍ଷକୁ ତାହା ଲକ୍ଷେ କୋଟି ଟଙ୍କାକୁ ଟପିଯିବ ବୋଲି କୁହାଯାଉଛି।

Related posts