ଆଜି ଜିଏସ୍ଟି ଲାଗୁ ହେବାର ଦୁଇ ବର୍ଷ ପୂରଣ ହୋଇଛି । ୨୦୧୭ ମସିହା ଜୁଲାଇ ୧ ତାରିଖରେ ଦେଶରେ ଐତିହାସିକ ଟ୍ୟାକ୍ସର ସୁଧାର କରାଯାଇ ଏକକଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଜିଏସ୍ଟିକୁ ନେଇ ଦେଶରେ ଲମ୍ବା ବିତର୍କ ମଧ୍ୟ ଚାଲିଥିଲା । ଆଜି ବି ଏହାର ସଫଳତା ଓ ବିଫଳତା ଉପରେ ଚର୍ଚ୍ଚା ଚାଲିଛି । ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଜିଏସ୍ଟି ଲାଗୁ କରିବା ନେଇ ବିଶେଷ ଭୂମିକା ଗ୍ରହଣ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲ୍ଣୀ । ଆଜି ଜିଏସ୍ଟି ଲାଗୁ ହେବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅରୁଣ ଜେଟ୍ଲୀ ବ୍ଲଗ୍ରେ ଏହି ସମ୍ବନ୍ଧୀୟ କିଛି ଚର୍ଚ୍ଚା କରିଛନ୍ତି । ରାଜସ୍ୱର ପରିମାଣ ବଢ଼ୁଥିବାରୁ ୧୨% ଏବଂ ୧୮% ଜିଏସ୍ଟିକୁ ମିଶାଇ ଗୋଟିଏ ସ୍ଲାବ କରାଯିବାର ସମ୍ଭାବନା ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ସୋମବାର କହିଛନ୍ତି। ଫଳରେ ଟିକସ ସ୍ଲାବ୍ ୨ଟିରେ ସୀମିତ ରହିବ। ଭାରତ ପରି ଏକ ବିଶାଳ ବିକାଶଶୀଳ ଦେଶରେ ଗୋଟିଏ ଟିକସ ସ୍ଲାବ୍ ଲାଗୁ କରିବା ଅସମ୍ଭବ ବ୍ୟାପାର। ଶ୍ରୀ ଜେଟଲୀ କହିଛନ୍ତି, ୨୦ଟି ରାଜ୍ୟର ଜିଏସ୍ଟି ସଂଗ୍ରହ ପରିମାଣ ୧୪%ରୁ ଅଧିକ। ତେଣୁ ଜିଏସ୍ଟି ଲାଗୁ ଯୋଗୁ ରାଜ୍ୟଗୁଡ଼ିକର ରାଜସ୍ୱ କ୍ଷତିର ଭରଣା ପାଇଁ ସେମାନଙ୍କୁ ଦିଆଯାଉଥିବା କ୍ଷତିପୂରଣ ଦେବାର ଆବଶ୍ୟକତା ଆଉ ନାହିଁ। ଶ୍ରୀ ଜେଟଲୀ କହିଛନ୍ତି ବର୍ତ୍ତମାନ ପ୍ରାୟ ସମସ୍ତ ସାମଗ୍ରୀରେ ୧୮%, ୧୨% କିମ୍ବା ୫% ଜିଏସଟି ଟିକସ ଲାଗୁ ହେଉଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍ଟି ପରିଷଦ ଟିକସ ହ୍ରାସ କରିବା କାରଣରୁ କେନ୍ଦ୍ର ସରକାରଙ୍କୁ ୯୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ବିଳାସମୟ ସାମଗ୍ରୀ ଏବଂ ସିନ୍ ଗୁଡ୍ସ (ବ୍ୟକ୍ତି ଏବଂ ସମାଜ ପ୍ରତି କ୍ଷତିକାରକ ସାବ୍ୟସ୍ତ ହେଉଥିବା ମଦ, ଡ୍ରଗ୍ସ, ଫାଷ୍ଟ୍ ଫୁଡ୍, କ୍ୟାଣ୍ଡି, କଫି, ସୁଗାର୍, ଜୁଆ ଏବଂ ପର୍ଣ୍ଣୋଗ୍ରାଫି ଆଦି ସାମଗ୍ରୀ) ବ୍ୟତୀତ ପ୍ରାୟ ଅନ୍ୟ କୌଣସିଥିରେ ୨୮% ଜିଏସ୍ଟି ଲାଗୁନାହିଁ। ୦% ଏବଂ ୫% ତ ଯେମିତି ହେଲେ ରହିବ। ତେବେ ରାଜସ୍ୱ ପରିମାଣ ବଢ଼ିବାରେ ଲାଗିଥିବାରୁ ବର୍ତ୍ତମାନ ୧୨% ସ୍ଲାବ୍ ଏବଂ ୧୮% ମିଶାଇ ଗୋଟିଏ ରେଟ୍ ଲାଗୁ କରାଯାଇପାରିବ ବୋଲି କହିଛନ୍ତି । ଚଳିତ ଥର ସ୍ବାସ୍ଥ୍ୟଗତ କାରଣରୁ ସ୍ୱାସ୍ଥ୍ୟଗତ କାରଣରୁ ମୋଦି ସରକାରଙ୍କ ଦ୍ୱିତୀୟ ସଂସ୍କରଣରେ ମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଅରୁଣ ଜେଟ୍ଲୀ ।
ଜିଏସ୍ଟି ପୂରିଲା ଦୁଇ ବର୍ଷ : ବ୍ଲଗ୍ରେ ଏହାର ମହତ୍ତ୍ବ ସମ୍ପର୍କରେ କହିଲେ ଅରୁଣ ଜେଟ୍ଲୀ
Published:
Jul 1, 2019, 8:11 pm IST
Tags: