Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଏସ୍‌ଟି ପୂରିଲା ଦୁଇ ବର୍ଷ : ବ୍ଲଗ୍‌ରେ ଏହାର ମହତ୍ତ୍ବ ସମ୍ପର୍କରେ କହିଲେ ଅରୁଣ ଜେଟ୍‌ଲୀ
ଆଜିର ଖବର

ଜିଏସ୍‌ଟି ପୂରିଲା ଦୁଇ ବର୍ଷ : ବ୍ଲଗ୍‌ରେ ଏହାର ମହତ୍ତ୍ବ ସମ୍ପର୍କରେ କହିଲେ ଅରୁଣ ଜେଟ୍‌ଲୀ

July 1, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ଜିଏସ୍‌ଟି ଲାଗୁ ହେବାର ଦୁଇ ବର୍ଷ ପୂରଣ ହୋଇଛି । ୨୦୧୭ ମସିହା ଜୁଲାଇ ୧ ତାରିଖରେ ଦେଶରେ ଐତିହାସିକ ଟ୍ୟାକ୍ସର ସୁଧାର କରାଯାଇ ଏକକଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଜିଏସ୍‌ଟିକୁ ନେଇ ଦେଶରେ ଲମ୍ବା ବିତର୍କ ମଧ୍ୟ ଚାଲିଥିଲା । ଆଜି ବି ଏହାର ସଫଳତା ଓ ବିଫଳତା ଉପରେ ଚର୍ଚ୍ଚା ଚାଲିଛି । ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଜିଏସ୍‌ଟି ଲାଗୁ କରିବା ନେଇ ବିଶେଷ ଭୂମିକା ଗ୍ରହଣ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲ୍‌ଣୀ । ଆଜି ଜିଏସ୍‌ଟି ଲାଗୁ ହେବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅରୁଣ ଜେଟ୍‌ଲୀ ବ୍ଲଗ୍‌ରେ ଏହି ସମ୍ବନ୍ଧୀୟ କିଛି ଚର୍ଚ୍ଚା କରିଛନ୍ତି ।  ରାଜସ୍ୱର ପରିମାଣ ବଢ଼ୁଥିବାରୁ ୧୨% ଏବଂ ୧୮% ଜିଏସ୍‌ଟିକୁ ମିଶାଇ ଗୋଟିଏ ସ୍ଲାବ କରାଯିବାର ସମ୍ଭାବନା ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସୋମବାର କହିଛନ୍ତି। ଫଳରେ ଟିକସ ସ୍ଲାବ୍‌ ୨ଟିରେ ସୀମିତ ରହିବ। ଭାରତ ପରି ଏକ ବିଶାଳ ବିକାଶଶୀଳ ଦେଶରେ ଗୋଟିଏ ଟିକସ ସ୍ଲାବ୍‌ ଲାଗୁ କରିବା ଅସମ୍ଭବ ବ୍ୟାପାର। ଶ୍ରୀ ଜେଟଲୀ କହିଛନ୍ତି, ୨୦ଟି ରାଜ୍ୟର ଜିଏସ୍‌ଟି ସଂଗ୍ରହ ପରିମାଣ ୧୪%ରୁ ଅଧିକ। ତେଣୁ ଜିଏସ୍‌ଟି ଲାଗୁ ଯୋଗୁ ରାଜ୍ୟଗୁଡ଼ିକର ରାଜସ୍ୱ କ୍ଷତିର ଭରଣା ପାଇଁ ସେମାନଙ୍କୁ ଦିଆଯାଉଥିବା କ୍ଷତିପୂରଣ ଦେବାର ଆବଶ୍ୟକତା ଆଉ ନାହିଁ। ଶ୍ରୀ ଜେଟଲୀ କହିଛନ୍ତି ବର୍ତ୍ତମାନ ପ୍ରାୟ ସମସ୍ତ ସାମଗ୍ରୀରେ ୧୮%, ୧୨% କିମ୍ବା ୫% ଜିଏସଟି ଟିକସ ଲାଗୁ ହେଉଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍‌ଟି ପରିଷଦ ଟିକସ ହ୍ରାସ କରିବା କାରଣରୁ କେନ୍ଦ୍ର ସରକାରଙ୍କୁ ୯୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ବିଳାସମୟ ସାମଗ୍ରୀ ଏବଂ ସିନ୍‌ ଗୁଡ୍ସ (ବ୍ୟକ୍ତି ଏବଂ ସମାଜ ପ୍ରତି କ୍ଷତିକାରକ ସାବ୍ୟସ୍ତ ହେଉଥିବା ମଦ, ଡ୍ରଗ୍ସ, ଫାଷ୍ଟ୍ ଫୁଡ୍, କ୍ୟାଣ୍ଡି, କଫି, ସୁଗାର୍, ଜୁଆ ଏବଂ ପର୍ଣ୍ଣୋଗ୍ରାଫି ଆଦି ସାମଗ୍ରୀ) ବ୍ୟତୀତ ପ୍ରାୟ ଅନ୍ୟ କୌଣସିଥିରେ ୨୮% ଜିଏସ୍‌ଟି ଲାଗୁନାହିଁ। ୦% ଏବଂ ୫% ତ ଯେମିତି ହେଲେ ରହିବ। ତେବେ ରାଜସ୍ୱ ପରିମାଣ ବଢ଼ିବାରେ ଲାଗିଥିବାରୁ ବର୍ତ୍ତମାନ ୧୨% ସ୍ଲାବ୍‌ ଏବଂ ୧୮% ମିଶାଇ ଗୋଟିଏ ରେଟ୍ ଲାଗୁ କରାଯାଇପାରିବ ବୋଲି କହିଛନ୍ତି । ଚଳିତ ଥର ସ୍ବାସ୍ଥ୍ୟଗତ କାରଣରୁ ସ୍ୱାସ୍ଥ୍ୟଗତ କାରଣରୁ ମୋଦି ସରକାରଙ୍କ ଦ୍ୱିତୀୟ ସଂସ୍କରଣରେ ମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଅରୁଣ ଜେଟ୍‌ଲୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.