Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରବର୍ତ୍ତୀ ପିଢ଼ିର ସାଟେଲାଇଟ ପ୍ରକ୍ଷେପଣ ଯାନର ବିକାଶ ପାଇଁ କ୍ୟାବିନେଟ ମଞ୍ଜୁରି
ଆଜିର ଖବର

ପରବର୍ତ୍ତୀ ପିଢ଼ିର ସାଟେଲାଇଟ ପ୍ରକ୍ଷେପଣ ଯାନର ବିକାଶ ପାଇଁ କ୍ୟାବିନେଟ ମଞ୍ଜୁରି

September 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନ Next Generation Launch Vehicle (NGLV)ର ବିକାଶ ପାଇଁ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରତିଷ୍ଠା ଓ ପରିଚାଳନା ଏବଂ ୨୦୪୦ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ସକାଶେ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଲଭିଏମ୩ ପେଲୋଡ କ୍ଷମତା ତୁଳନାରେ ଏନଜିଏଲଭି ପେଲୋଡ କ୍ଷମତା ତିନିଗୁଣା ଅଧିକ ଏବଂ ଖର୍ଚ୍ଚ ହିସାବରେ ମାତ୍ର ଦେଢ଼ଗୁଣା ଅଧିକ। ଏଥିସହ ଏହା ପରିବେଶ ଅନୁକୂଳ ପ୍ରକ୍ରିୟାରେ ପୁନଃବ୍ୟବହାରକ୍ଷମ ଭାବେ ମହାକାଶକୁ କମ୍ ଖର୍ଚ୍ଚରେ ଯାଇପାରିବ।

ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ଏକ ନୂତନ ପିଢ଼ିର ପ୍ରକ୍ଷେପଣ ଯାନର ଆବଶ୍ୟକତା ଥିଲା, ଯାହାକି ଅଧିକ ପେଲୋଡ ସହ ପୁନଃବ୍ୟବହାରକ୍ଷମ ହୋଇଥିବା ଏବଂ ମାନବ ପରିବହନ ସକାଶେ ସକ୍ଷମ ହୋଇଥିବ। ତେଣୁ ଏଜିଏଲଭିର ବିକାଶ ନିଷ୍ପତ୍ତି ହୋଇଛି ଯାହାକି ସର୍ବାଧିକ ୩୦ ଟନର ପେଲୋଡ ସହ ପୃଥିବୀର ନିମ୍ନ କକ୍ଷକୁ ଯାଇପାରିବ ଏବଂ ପ୍ରଥମ ପର୍ଯ୍ୟାୟରେ ପୁନଃବ୍ୟବହାରକ୍ଷମ ହୋଇଥିବ। ଏବେ ଭାରତ ୧୦ ଟନର ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷକୁ ଏବଂ ଭୂସ୍ଥିର ସ୍ଥାନାନ୍ତରଣ କକ୍ଷ Geo-Synchronous Transfer Orbit (ଜିଟିଓ)କୁ ପଠାଇବା ସକାଶେ ପିଏସଏଲଭି, ଜିଏସଏଲଭି, ଏଲଭିଏମ୩ ଏବଂ ଏସଏସଏଲଭି ପ୍ରକ୍ଷେପଣ ଯାନ ପ୍ରସ୍ତୁତ ଦିଗରେ ଆତ୍ମନିର୍ଭର ହୋଇପାରିଛି।

ଏନଜିଏଲଭି ବିକାଶ ପ୍ରକଳ୍ପରେ ଭାରତୀୟ ଉଦ୍ୟୋଗଗୁଡ଼ିକ ସର୍ବାଧିକ ସହାୟତା କରିବେ। ଏହି ପ୍ରକଳ୍ପରେ ସେମାନେ ନିର୍ମାଣ କ୍ଷମତାରେ ନିବେଶ କରିବେ ଯଦ୍ୱାରା ପରବର୍ତ୍ତୀ ବିକାଶ ଦିଗରେ ବିନା ବାଧାରେ ଅଗ୍ରଗତି କରିହେବ। ଏନଜିଏଲଭି ପ୍ରକଳ୍ପକୁ ୯୬ ମାସ (୮ ବର୍ଷ) ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ଏବଂ ଏହା ତିନୋଟି ବିକାଶମୂଳକ ଉଡ଼ାଣ (ଡି ୧, ଡି ୨ ଏବଂ ଡି ୩)ରେ ପ୍ରଦର୍ଶନ ହେବ।

ଏଥିପାଇଁ ମୋଟ ୮୨୪୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି ଏବଂ ଏହା ମଧ୍ୟରେ ବିକାଶ ଖର୍ଚ୍ଚ, ତିନୋଟି ବିକାଶମୂଳକ ଉଡ଼ାଣ, ଆବଶ୍ୟକ ସୁବିଧାର ପ୍ରସ୍ତୁତି, କାର୍ଯ୍ୟକ୍ରମ ପରିଚାଳନା ଏବଂ ପ୍ରକ୍ଷେପଣ ଅଭିଯାନ ଅନ୍ତର୍ଭୁକ୍ତ।

ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଆଡ଼କୁ ଅଗ୍ରସର

ଏନଜିଏଲଭିର ବିକାଶ ଦ୍ୱାରା ଜାତୀୟ ଓ ବାଣିଜ୍ୟିକ ମିସନ ସଫଳ ହୋଇପାରିବ। ଏହା ମଧ୍ୟରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନକୁ ମାନବରହିତ ମହାକାଶଯାନ ପ୍ରେରଣ, ଚନ୍ଦ୍ର ଓ ଅନ୍ତରୀକ୍ଷ ଗବେଷଣା ଅଭିଯାନ, ପୃଥିବୀର ନିମ୍ନ କକ୍ଷରେ ସଞ୍ଚାର ଓ ପୃôଥିବୀ ଉପରେ ଦୃଷ୍ଟି ରଖୁଥିବା ଉପଗ୍ରହ ଅବସ୍ଥାପିତ କରିବା ଅନ୍ତର୍ଭୁକ୍ତ। ଏହାଦ୍ୱାରା ଦେଶର ମୋଟ ଅନ୍ତରୀକ୍ଷ ଅଭିଯାନକୁ ଫାଇଦା ମିଳିପାରିବ। ଏହି ପ୍ରକଳ୍ପ ଦେଶର ମହାକାଶ ଅଭିଯାନ ଓ ଗବେଷଣା କ୍ଷମତାକୁ ସୁଦକ୍ଷ କରିବ।

narendra modi union cabinet
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା

January 16, 2026

IND-NZ ତୃତୀୟ ODI ପୂର୍ବରୁ ମହାକାଳେଶ୍ୱର ମନ୍ଦିର ଦର୍ଶନ କଲେ KL ରାହୁଲ: ନନ୍ଦୀଙ୍କୁ କଲେ ପୂଜା

January 16, 2026

ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ: ଆଶ୍ଚର୍ଯ୍ୟ କଲା ଫଳାଫଳ, ଜାଣନ୍ତୁ କେଉଁ ଦଳକୁ କେତେ ଆସନ?

January 16, 2026

ଆସନ୍ତାକାଲିଠାରୁ ଦୁଇ ଦିନିଆ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି 

January 16, 2026
Latest News

ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା

January 16, 2026

IND-NZ ତୃତୀୟ ODI ପୂର୍ବରୁ ମହାକାଳେଶ୍ୱର ମନ୍ଦିର ଦର୍ଶନ କଲେ KL ରାହୁଲ: ନନ୍ଦୀଙ୍କୁ କଲେ ପୂଜା

January 16, 2026

ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ: ଆଶ୍ଚର୍ଯ୍ୟ କଲା ଫଳାଫଳ, ଜାଣନ୍ତୁ କେଉଁ ଦଳକୁ କେତେ ଆସନ?

January 16, 2026

ଆସନ୍ତାକାଲିଠାରୁ ଦୁଇ ଦିନିଆ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି 

January 16, 2026

ବାଂଲାଦେଶରେ ଆଉ ଏକ ହିନ୍ଦୁ ଉପରେ ଆକ୍ରମଣ, ହିନ୍ଦୁ ଶିକ୍ଷକଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃର୍ତ୍ତ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.