କୃଷି ସମସ୍ୟା ଉପରେ କଂଗ୍ରେସ ଆଣିଲା ମୁଲତବୀ ପ୍ରସ୍ତାବ

Published: Jul 2, 2019, 11:57 am IST

ଆଜି ଷୋଡଶ ବିଧାନସଭା ଅଧିବେଶନ ପ୍ରଥମ ପର୍ଯ୍ୟାୟର ଶେଷ ଦିନ। ଆଜି ପ୍ରଶ୍ନକାଳ ସ୍ୱାଭାବିକ ରହିଥିବାବେଳେ ପ୍ରଥମେ ବିଧାୟକଙ୍କ ଯୁବକଙ୍କ ନିଯୁକ୍ତି ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ଅନ୍ୟପଟେ  କୃଷି ଓ କୃଷକ ପ୍ରସଙ୍ଗ ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଛି। ରାଜ୍ୟରେ କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସୀନ ବୋଲି କଂଗ୍ରେସ ଦାବୀ କରିଛି। ବିଧାନସଭା ପ୍ରଥମ ଦିନରୁ ହିଁ କୃଷି ଓ କୃଷକ ପ୍ରସଙ୍ଗ ନେଇ କଂଗ୍ରେସ ସଭ୍ୟ ପ୍ରଶ୍ନ  ରଖି ରଖିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏହାର ସବିଶେଷ ଉତ୍ତର ଦେଇନଥିଲେ। ତେଣୁ ଏହି କୃଷି ସମସ୍ୟା ନେଇ ଆଜି କଂଗ୍ରେସ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଛି।

Related posts