Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦଘାଟିତ ହେଲା ୱେଭ୍‌ସର ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଚ୍ୟାଲେଞ୍ଜ ସିଜନ-୧
ଆଜିର ଖବର

ଉଦଘାଟିତ ହେଲା ୱେଭ୍‌ସର ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଚ୍ୟାଲେଞ୍ଜ ସିଜନ-୧

September 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ମିଡିଆ ଓ ମନୋରଞ୍ଜନ ଶିଳ୍ପକୁ ସୁଦୃଢ଼ କରିବା ଏବଂ ଏହାର ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିବା ପାଇଁ ଭାରତ ସରକାର ଆସନ୍ତା ବର୍ଷ ଫେବ୍ରୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ (ୱେଭ୍ସ) ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଜବାହରଲାଲ ନେହେରୁ ଆର୍କିଟେକ୍ଚର ଆଣ୍ଡ ଫାଇନ ଆର୍ଟସ ୟୁନିଭର୍ସିଟି (ଜେଏନଏଏଫ୍ଏୟୁ)ର ପ୍ରମୋସନ ପାଇଁ ଆୟୋଜିତ ଏକ ରୋଡ୍ ସୋ’ରେ ଯୋଗ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଛନ୍ତି ଯେ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ସମଗ୍ର କ୍ଷେତ୍ରକୁ ନେଇ ୱେଭ୍ସ ପ୍ରଥମ ବିଶ୍ବସ୍ତରୀୟ ଶିଖର ସମ୍ମିଳନୀ ହେବ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତେଲେଙ୍ଗାନା ସରକାରଙ୍କ ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଶ୍ରୀ ଜୟେଶ ରଞ୍ଜନ କହିଲେ ଯେ ଏହି କ୍ଷେତ୍ରରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ଏକ ପ୍ରସ୍ତୁତ ଇକୋସିଷ୍ଟମ ଅଛି ଏବଂ ଏହାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆନନ୍ଦିତ ହେବେ।

ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ହାଇଦ୍ରାବାଦରେ ୱେଭ୍ସ ଶିଖର ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇଛନ୍ତି।

ଶ୍ରୀ ଜାଜୁ କହିଥିଲେ ଯେ, ଏମ୍ ଆଣ୍ଡ ଇ ଶିଳ୍ପ ଏବଂ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ଘନିଷ୍ଠ ସମନ୍ୱିତ ପ୍ରୟାସ ଦେଖିବାକୁ ମିଳିବ। ବିକଶିତ ଏମ୍ ଆଣ୍ଡ ଇ ଶିଳ୍ପ କ୍ଷେତ୍ରରେ ଆଲୋଚନା, ବାଣିଜ୍ୟ ସହଯୋଗ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ୱେଭ୍ସ ଏକ ପ୍ରମୁଖ ମଞ୍ଚ ହେବାର ଲକ୍ଷ୍ୟ ରଖିଛି। ଏହି ଶିଖର ସମ୍ମିଳନୀରେ ସୁଯୋଗ ଖୋଜିବା, ଆହ୍ୱାନର ମୁକାବିଲା କରିବା, ଭାରତକୁ ବାଣିଜ୍ୟ ଆକୃଷ୍ଟ କରିବା ଏବଂ ଏହି କ୍ଷେତ୍ରର ଭବିଷ୍ୟତକୁ ଆକାର ଦେବା ପାଇଁ ଶିଳ୍ପନେତା, ଅଂଶୀଦାର ଏବଂ ଉଦ୍ଭାବକମାନଙ୍କୁ ଆମନ୍ତ୍ରଣ କରାଯିବ।

ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଫିଲ୍ମ ଆସୋସିଏସନ ଏବଂ ଏଭିଜିସି କ୍ଷେତ୍ରର ଶିଳ୍ପ ନେତାମାନଙ୍କୁ ଭେଟିଥିଲେ। ହାଇଦ୍ରାବାଦର ସିବିଏଫସି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ସମ୍ମୁଖୀନ ହେଉଥିବା ପାଇରେସି ବିରୋଧରେ ଦଣ୍ଡନୀୟ ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ଜାଜୁ ଗେମିଂ ଶିଳ୍ପର ଅଂଶୀଦାରମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଚଳଚ୍ଚିତ୍ର ସଂଘ ଏବଂ ଏଭିଜିସି କ୍ଷେତ୍ରର ଅଂଶୀଦାରଙ୍କ ବୈଠକରେ ସଞ୍ଜୟ ଜାଜୁ  ଏବଂ ଜୟେଶ ରଞ୍ଜନ ଉଦବୋଧନ ଦେଉଛନ୍ତି

ଏହି ବୈଠକରେ ଏନ୍ଏଫଡିସିର ଜିଏମ୍ ତଥା ୱେଭ୍‌ସର ସିଇଓ ଅଜୟ ଧୋକେ, ସିବିଏଫସିର ସିଇଓ ରାଜେନ୍ଦ୍ର ସିଂହ, ଆରଓ ଶିଫାଲି କୁମାର ଏବଂ ସିବିଏଫସି ହାଇଦ୍ରାବାଦର ଇଓ  ରାହୁଲ ଗୌଲିକର ଯୋଗ ଦେଇଥିଲେ।

ୱେଭ୍ସ ଶିଖର ସମ୍ମିଳନୀ ସଞ୍ଜୟ ଜାଜୁ ହାଇଦ୍ରାବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

January 14, 2026

ୱାଲ୍‌ଟାୟାର ଡିଭିଜନ ଟ୍ରେନ୍‌ଗୁଡ଼ିକରେ ଅଭିନବ ହାଇଜେନିକ୍ ଚା ଏବଂ କଫି ବିକ୍ରୟ ବ୍ୟବସ୍ଥା ଆରମ୍ଭ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.