ଷୋଡଶ ବିଧାନସଭାର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ନିଯୁକ୍ତି ପ୍ରସଙ୍ଗ ବେଶ ଜୋର ଧରିଛି। ରାଜ୍ୟ ଶିଳ୍ପ ସଂସ୍ଥାରେ ବାହାର କର୍ମଚାରୀଙ୍କ ନିଯୁକ୍ତି ନେଇ ଉଦ୍ବେଗ ପ୍ରକାଶ ପାଇଛି। ଗୃହରେ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ୨୦୧୭-୧୮ରେ ୫୫୦ ଶିଳ୍ପ ସଂସ୍ଥାରେ ୨ଲକ୍ଷ ୬୬ ହଜାର ୮୫୪କର୍ମଚାରୀ ରହିଛନ୍ତି ଏଥିରୁ ୩୯ ହଜାର ୮୯୩ଜଣ ରାଜ୍ୟ ବାହାରର ବୋଲି ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ। ସେହିପରି କୁଶଳୀ ଶ୍ରମିକଙ୍କ ପାଇଁ ୬୦% ସଂରକ୍ଷଣ ବ୍ୟବସ୍ଥା, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀଙ୍କ ପାଇଁ ୯୦% ସଂରକ୍ଷଣ ବ୍ୟବସ୍ଥା ଓ ପରିଚାନଳା କର୍ମଚାରୀଙ୍କ ପାଇଁ ୩୦% ସଂରକ୍ଷଣ ବ୍ୟବସ୍ଥା ରହିଥିବାର କହିଛନ୍ତି ଶ୍ରମମନ୍ତ୍ରୀ।