Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଉପରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ
ଆଜିର ଖବର

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଉପରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ

September 23, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ଖରାପ ହେବା ସମସ୍ୟାର ସମାଧାନ ପାଇଁ ଅଂଶୀଦାରମାନଙ୍କ ପ୍ରସ୍ତୁତି ଆକଳନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବିଶେଷ କରି ଶୀତ ଋତୁ ପାଖେଇ ଆସୁଥିବା ବେଳେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଧାନ ଫସଲ ଅପଶିଷ୍ଟ ପୋଡ଼ିବା, ଯାନବାହନ ହେଉଥିବା ଅଙ୍ଗାରକାମ୍ଳ ନିର୍ଗମନ, ସଡ଼କ ଓ ନିର୍ମାଣସ୍ଥଳୀରୁ ସୃଷ୍ଟ ଧୂଳି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡିଜେଲ ଜେନେରେଟର (ଡିଜି) ସେଟ୍ ସମେତ ବିଭିନ୍ନ ଉତ୍ସରୁ ସୃଷ୍ଟି ହେଉଥିବା ପ୍ରଦୂଷଣର ମୁକାବିଲା ଲାଗି ଚାଲିଥିବା ପ୍ରୟାସର ସମୀକ୍ଷା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶୀତ ଋତୁରେ ବାୟୁର ଗୁଣବତ୍ତା ଖରାପ ହେବାରୁ ଏହାକୁ ରୋକିବା ପାଇଁ ସମସ୍ତ ସଂପୃକ୍ତ ଏଜେନ୍ସି ଦ୍ୱାରା ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)କୁ କଡ଼ାକଡ଼ି ଓ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)ର ଅଧ୍ୟକ୍ଷ ଶ୍ରୀ. ରାଜେଶ ବର୍ମା ଆଗାମୀ ଫସଲ ଅମଳ ଋତୁରେ ଧାନ ନଡ଼ା ସୃଷ୍ଟି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ପଞ୍ଜାବରେ ୧୯.୫୨ ନିୟୁତ ଟନ୍ ଏବଂ ହରିୟାଣାରେ ୮.୧୦ ନିୟୁତ ଟନ୍ ନଡ଼ା ବାହାରିବା ନେଇ ଆକଳନ କରାଯାଇଥିବା ସେ କହିଥିଲେ। ଉଭୟ ରାଜ୍ୟ ଚଳିତ ବର୍ଷ ଫସଲ ଅପଶିଷ୍ଟ ପୋଡ଼ିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଜାବ ଏହାର ୧୧.୫ ନିୟୁତ ଟନ୍ ଧାନ ନଡ଼ାକୁ କ୍ଷେତରେ ହିଁ ଫସଲ ଅପଶିଷ୍ଟ ପରିଚାଳନା ମାଧ୍ୟମରେ ପରିଚାଳନା କରିବାକୁ ଯୋଜନା କରିଛି ଏବଂ ଅବଶିଷ୍ଟକୁ ବାହାରେ ପରିଚାଳନା କରିବାକୁ ଯୋଜନା କରିଛି। ସେହିଭଳି ହରିୟାଣା ୩.୩ ନିୟୁତ ଟନ୍ ଫସଲ ଅପଶିଷ୍ଟ କ୍ଷେତରେ ଏବଂ ଅବଶିଷ୍ଟକୁ ବାହାରେ ପରିଚାଳନା କରିବ। ପଞ୍ଜାବରେ୧.୫୦ ଲକ୍ଷରୁ ଅଧିକ ଫସଲ ଅପଶିଷ୍ଟ ପରିଚାଳନା (ସିଆରଏମ୍) ମେସିନ୍ ଉପଲବ୍ଧ ହେବ, ଯେଉଁଥିରେ ୨୪,୭୩୬ କଷ୍ଟମ୍ ହାୟାରିଂ ସେଣ୍ଟର (ସିଏଚସି) ସମର୍ଥିତ ଥିବା ବେଳେ ହରିୟାଣାରେ ୬,୭୯୪ ସିଏଚସି ସମର୍ଥିତ ୯୦,୯୪୫ ସିଆରଏମ୍ ମେସିନ ରହିଛି।

ଏହାବ୍ୟତୀତ ଏନସିଆର ଅଞ୍ଚଳର୧୧ଟି ତାପଜ ବିଦ୍ୟୁତ ପ୍ଲାଣ୍ଟରେ ୨ ନିୟୁତ ଟନ୍ ଧାନ ନଡ଼ାକୁ ମିଳିତ ଭାବେ ବ୍ୟବହାର କରାଯିବ। ବୈଠକରେ ଥର୍ମାଲ ପ୍ଲାଣ୍ଟଗୁଡିକର ନିୟମିତ ତଦାରଖ ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହା ଦ୍ୱାରା କୋ-ଫାୟାରିଂ ଟାର୍ଗେଟ ପୂରଣ ହୋଇପାରିବ ଏବଂ ଏହାକୁ ପାଳନ ନ କଲେ ଜରିମାନା ଦେବାକୁ ପଡିବ ।

ଶିଳ୍ପ ପ୍ରଦୂଷଣ ସମ୍ପର୍କରେ ସିଏକ୍ୟୁଏମ୍ ସୂଚନା ଦେଇଛି ଯେ ଏନସିଆର ଅଞ୍ଚଳର ୨୪୦ଟି ଶିଳ୍ପାଞ୍ଚଳ ମଧ୍ୟରୁ ୨୨୦ଟି ଏବେ ଗ୍ୟାସ୍ ଭିତ୍ତିଭୂମିରେ ପ୍ରସ୍ତୁତ ହୋଇଥିବା ବେଳେ ଅବଶିଷ୍ଟ ଅଞ୍ଚଳକୁ ଖୁବଶୀଘ୍ର ସଂଯୋଗ କରାଯିବ। ୫୦୦ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ ପାଇଁ ବାଧ୍ୟତାମୂଳକ ପଞ୍ଜୀକରଣ ସହ ଏକ ୱେବ ପୋର୍ଟାଲ ମାଧ୍ୟମରେ ନିର୍ମାଣ ଏବଂ ଉଚ୍ଛେଦ (ସିଆଣ୍ଡଡି) କାର୍ଯ୍ୟକଳାପରୁ ଧୂଳିଜନିତ ପ୍ରଦୂଷଣ ଉପରେ ନଜର ରଖାଯାଉଛି।

ଡକ୍ଟର ମିଶ୍ର ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ସେମାନଙ୍କ କାର୍ଯ୍ୟ ଯୋଜନାରେ ପ୍ରତିଶ୍ରୁତି ଅନୁଯାୟୀ ଫସଲ ଅପଶିଷ୍ଟ ପୋଡ଼ା ରୋକିବା ଉଦ୍ଦେଶ୍ୟରେ ଆକ୍ସନ ପ୍ଲାନ୍ ଉପରେ କଡ଼ା ନଜର ରଖିବା ଏବଂ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଆରଏମ ମେସିନର ସମ୍ପୂର୍ଣ୍ଣ ଉପଯୋଗ, ବାହାରେ ଫସଲ ଅପଶିଷ୍ଟ ପରିଚାଳନା ପାଇଁ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଧାନ ନଡ଼ାର ଆର୍ଥିକ ବ୍ୟବହାର ବୃଦ୍ଧି ଲାଗି କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ବ୍ରିକେଟିଂ ଏବଂ ପେଲେଟାଇଜିଂ କାର୍ଯ୍ୟରେ ସହଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ଜରିମାନା ଓ ରେକର୍ଡ ଏଣ୍ଟ୍ରି ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ପ୍ରମୁଖ ଶାସନ ସଚିବ ଏନସିଆର ଅଞ୍ଚଳର ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ଅଞ୍ଚଳରେ ସେମାନଙ୍କର ଇ-ବସ୍ ସେବା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାର ଲକ୍ଷ୍ୟ ହେଉଛି ଆମ ଦେଶରେ ଇ-ବସ୍ ସଂଖ୍ୟାକୁ ୧୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବା । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କର ଇ-ବସ୍ ର ସଂଖ୍ୟା ବଢ଼ାଇବା ପାଇଁ ଏହି ଯୋଜନାକୁ ଯଥାର୍ଥ ଭାବରେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିବା ଉଚିତ୍ ।

ସେ ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହାର ଭାବନାତ୍ମକ ମୂଲ୍ୟକୁ ସହରଗୁଡ଼ିକୁ ସବୁଜ କରିବାରେ ବ୍ୟବହାର କରାଯିବା ଉଚିତ୍ ।

ବାଣ ପ୍ରଦୂଷଣ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ କୁହାଯାଇଥିବା ବେଳେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟକୁ ବାୟୋମାସ୍ ସଂଗ୍ରହକୁ ତ୍ୱରାନ୍ୱିତ କରିବା ସହ କମ୍ପ୍ରେସ୍‌ଡ୍‌ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରାଯାଇଛି।

ଏହି ବୈଠକରେ କ୍ୟାବିନେଟ୍ ସଚିବ ଡ. ଟି.ଭି. ସୋମନାଥନ, ଦିଲ୍ଲୀ ପୁଲିସ କମିଶନର ଏବଂ ପରିବେଶ, କୃଷି, ଶକ୍ତି, ପେଟ୍ରୋଲିୟମ, ସଡ଼କ ପରିବହନ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଏବଂ ପଶୁପାଳନ ମନ୍ତ୍ରଣାଳୟର ପ୍ରମୁଖ ଅଧିକାରୀଙ୍କ ସମେତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ପ୍ରତିନିଧି, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଓ ସେମାନଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

*********

P.S.

 

 

delhi-ncr ବାୟୁ ପ୍ରଦୂଷଣ
Share. Facebook Twitter LinkedIn Email WhatsApp Copy Link

Related Posts

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025
Latest News

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.