Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

September 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଇତିହାସ ଜଗତର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସନ୍ଧ୍ୟା ଉପଲକ୍ଷେ ଆଜି ଭୁବନେଶ୍ବରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଥିଲେ ଜଣେ ଐତିହାସିକ ଓ ବିରଳ ବ୍ୟକ୍ତିତ୍ବ। ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା।ସେ କେବଳ ଭଦ୍ରକ ଜିଲ୍ଲାର ନୁହେଁ, ସାରା ଓଡିଶାର ଗର୍ବ ଓ ଗୌରବ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ ଯେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ, ଉଚ୍ଚମାନର ଗବେଷକ, ସମାଜସେବୀ ଓ ବହୁ ଇତିହାସ ପୁସ୍ତକର ରଚୟିତା ସହିତ ସର୍ବୋପରି ଜଣେ ଭଲ ମଣିଷ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ବୋଧଗମ୍ୟ ଇତିହାସ ରଚନା ଥିଲା ତାଙ୍କର ବିଶେଷତ୍ବ। ତାଙ୍କର ଅନନ୍ୟ ସୃଷ୍ଟି ଥିଲା ‘ରକ୍ତତୀର୍ଥ ଇରମ’। ସେ କେବଳ ଓଡିଶା ଇତିହାସ, ସଂସ୍କୃତି ତଥା ଜନଜାତି ବିଷୟରେ ଲେଖି ନାହାନ୍ତି, ପୃଥିବୀ ଇତିହାସ, ଭାରତ ଇତିହାସ, ଇଂଲଣ୍ଡ ଇତିହାସ ବିଷୟରେ ମଧ୍ୟ ଉଚ୍ଚମାନର ପୁସ୍ତକ ରଚନା କରିଛନ୍ତି । ସେ ଲେଖିଥିବା ପୁସ୍ତକ ଭାରତ ଓ ଭାରତ ବାହାରେ ମଧ୍ୟ ବେଶ୍‌ ଲୋକପ୍ରିୟ।

ଏହି ଅବସରରେ ସ୍ବର୍ଗତ ଜଗନ୍ନାଥ ପଟ୍ଟନାୟକଙ୍କ ସୁପୁତ୍ର ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ‘ଓଡିଶାର ସ୍ବାଧୀନତା ସଂଗ୍ରାମୀ’ ପୁସ୍ତକକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅତିଥିମାନେ ଉନ୍ମୋଚନ କରିଥିଲେ ।

ଏହି ପୁସ୍ତକ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଏହି ପୁସ୍ତକ ମାଧ୍ୟମରେ ଓଡିଶା ସ୍ବାଧୀନତା ସଂଗ୍ରାମର ବହୁ ଅନାଲୋଚିତ ଅଧ୍ୟାୟକୁ ସୁନ୍ଦର ଓ ସରଳ ଭାବରେ ପ୍ରତିଫଳିତ କରିଛନ୍ତି। ଜନଜାତି ସଂପ୍ରଦାୟର ସଂଗ୍ରାମୀ ମାନଙ୍କ ଜୀବନ ଗାଥାକୁ ନିଖୁଣ ଭାବରେ ଚିତ୍ରିତ କରିଛନ୍ତି । ଏହି ସଂଗ୍ରାମୀମାନେ ହେଉଛନ୍ତି, ଓଡିଆ ଅସ୍ମିତାର ପ୍ରତୀକ। ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଏହି ପୁସ୍ତକ ମାଧ୍ୟମରେ ଓଡିଆ ଅସ୍ମିତାକୁ ମଧ୍ୟ ସମ୍ମାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ‘ଓଡିଶାର ସ୍ବାଧୀନତା ସଂଗ୍ରାମୀ’ ପୁସ୍ତକରେ ଇତିହାସର ଆଢୁଆଳରେ ରହିଯାଇଥିବା ୫୩ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ସ୍ଥାନୀତ କରାଯାଇଛି । ଏ ଜାତି ସେମାନଙ୍କ ପ୍ରତି କୃତଜ୍ଞ ବୋଲି ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ତାଙ୍କ ପୁସ୍ତକ ମାଧ୍ୟମରେ ସନ୍ଦେଶ ଦେଇଛନ୍ତି ।

ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଥିଲେ ଯେ ଓଡିଶାର ସ୍ବାଧୀନତା ସଂଗ୍ରାମ ଇତିହାସର ଜନକ ହେଉଛନ୍ତି ପ୍ରଫେସର ଜଗନ୍ନାଥ ପଟ୍ଟନାୟକ । ସେ କେବଳ ଇତିହାସର ଅଧ୍ୟାପକ ନୁହନ୍ତି, ଭାରତବର୍ଷର ଗୁରୁଶିଷ୍ୟ ପରମ୍ପରାର ଆଚାର୍ଯ୍ୟ।

ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁରର ବିଧାୟକ ଶ୍ରୀ ଅଶୋକ କୁମାର ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଡ. ରବି ନାରାୟଣ ସେନାପତି ପ୍ରମୁଖ ସ୍ବର୍ଗତ ଜଗନ୍ନାଥ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ ।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025

ବିହାର ବିଜୟ ପାଇଁ ଗୁପ୍ତ ମନ୍ତ୍ରଣା କଲେ ବିଜେପି ଚାଣକ୍ୟ ଅମିତ ଶାହ

September 27, 2025

ସୋନମ ୱାଙ୍ଗଚୁକଙ୍କ ରହିଛି ପାକିସ୍ତାନୀ ଲିଙ୍କ୍?: ଲଦାଖ ଡିଜିପି ଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 27, 2025
Latest News

ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା, ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା, ଅନେକ ଆହତ

September 27, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

September 27, 2025

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.