ଭାରତ-ବାଂଲାଦେଶ ମୁକାବିଲା : ଟସ୍‌ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି

Published: Jul 2, 2019, 2:57 pm IST

ବର୍ମିଂହାମ୍‌ର ଏଜ୍‌ବାଷ୍ଟନରେ ଖେଳାଯାଉଥିବା ଭାରତ ବାଂଲାଦେଶ ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଫର୍ମରେ ନଥିବା କେଦାର ଯାଦବଙ୍କ ସ୍ଥାନରେ ଦଳ ଦୀନେଶ କାର୍ତ୍ତିକଙ୍କୁ ଚୟନ କରାଯାଇଥିବା ବେଳେ ଚାଇନାମ୍ୟାନ୍‌ କୁଲଦୀପଙ୍କ ସ୍ଥାନରେ ଭୁବନେଶ୍ବର କୁମାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଜ୍‌ବାଷ୍ଟନ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଉଥିବାରୁ ଭାରତୀୟ ଦଳରେ 4 ପେସର୍‌ ଖେଳାଇବାର ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି ।

Related posts