ରାଜଧାନୀର ଆଦିବାସୀ ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ଘଟଣାକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଉଦ୍ବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ୧୨ ତାରିଖ ଭିତରେ ଏହାର ତଦନ୍ତ କରାଯାଇ ଗୃହରେ ରିପୋର୍ଟ ପ୍ରଦାନ କରାଯାଉ ବୋଲି ନରସିଂହ ମିଶ୍ର କହିଛନ୍ତି । ଏହି ଲଜ୍ଜା ଘଟଣା ପ୍ରଘଟ ହୋଇଥିବାରୁ ଏହାକୁ ଚପାଇବାକୁ ଉଦ୍ୟମ କରାଯାଇ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ‘ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଛି। ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ପ୍ରଥମେ ୪ଟି ପଜିଟିଭ୍ ଥିଲା ପରେ ସେଥିରୁ ୩ଟି ନେଗେଟିଭ୍ ବାହାରିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି । ଏହି ଘଟଣାକୁ ନେଇ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା ଓ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ୍ ପାଇଁ ମୁଲତବି ଘୋଷଣା କରିଥିଲେ।
ଛାତ୍ରୀ ନିବାସରେ ଗର୍ଭବତୀ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ, ମୁଲତବୀ ଘୋଷଣା କଲେ ବାଚସ୍ପତି
Published:
Jul 2, 2019, 3:54 pm IST
Tags: