Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘କ୍ରିଏଟ ଇନ ଇଣ୍ଡିଆ’ ଆହ୍ୱାନ ଜରିଆରେ ନିଜର ସୃଜନଶୀଳତାକୁ ଉଜାଗର କରନ୍ତୁ: ପ୍ରଧାନମନ୍ତ୍ରୀ
ଆଜିର ଖବର

‘କ୍ରିଏଟ ଇନ ଇଣ୍ଡିଆ’ ଆହ୍ୱାନ ଜରିଆରେ ନିଜର ସୃଜନଶୀଳତାକୁ ଉଜାଗର କରନ୍ତୁ: ପ୍ରଧାନମନ୍ତ୍ରୀ

September 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ 114ତମ ‘ମନ୍ କି ବାତ୍’ ଅଭିଭାଷଣରେ ଦ୍ରୁତ ଗତିରେ ବଦଳୁଥିବା ରୋଜଗାର ପ୍ରକୃତି ଓ ଗେମିଂ, ଚଳଚ୍ଚିତ୍ର ନିର୍ମାଣ ଆଦି ସୃଜନଶୀଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭାରତର ସୃଜନଶୀଳ ପ୍ରତିଭାର ଅପାର ସମ୍ଭାବନା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜନ କରାଯିବାକୁ ଥିବା ‘କ୍ରିଏଟ ଇନ ଇଣ୍ଡିଆ’ ବିଷୟବସ୍ତୁ ଅନ୍ତର୍ଗତ 25ଟି ଚାଲେଞ୍ଜରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ସ୍ରଷ୍ଟାମାନଙ୍କୁ ଆହ୍ୱାନ କରିଛନ୍ତି।

ଉଦୀୟମାନ ସୃଜନଶୀଳ କ୍ଷେତ୍ର ନିଯୁକ୍ତି ବଜାରକୁ ନୂଆ ରୂପ ଦେବ :

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ନିଯୁକ୍ତି ବଜାରକୁ ନୂଆ ରୂପ ଦେଉଥିବା ଉଦୀୟମାନ କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଏହି ପରିବର୍ତ୍ତିତ ସମୟରେ, ନିଯୁକ୍ତିର ସ୍ୱରୂପ ବଦଳୁଛି ଏବଂ ଗେମିଂ, ଆନିମେସନ୍, ରିଲ୍ ମେକିଙ୍ଗ୍, ଚଳଚ୍ଚିତ୍ର ନିର୍ମାଣ କିମ୍ବା ପୋଷ୍ଟର ମେକିଙ୍ଗ୍ ପରି ନୂତନ କ୍ଷେତ୍ର ବିକଶିତ ହେଉଛି। ଯଦି ଆପଣ ଏହି କୌଶଳଗୁଡ଼ିକ ମଧ୍ୟରୁ କୌଣସିଟିରେ ଭଲ ପ୍ରଦର୍ଶନ କରିପାରିବେ, ତେବେ ଆପଣଙ୍କ ପ୍ରତିଭାକୁ ଏକ ବିଶାଳ ମଞ୍ଚ ମିଳିପାରିବ। ସେ ବ୍ୟାଣ୍ଡ, ଗୋଷ୍ଠୀ ରେଡିଓ ଉତ୍ସାହୀ ଏବଂ ସୃଜନଶୀଳ ପେସାଦାରଙ୍କ ପାଇଁ ବୃଦ୍ଧି ପାଉଥିବା ସୁଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଏହି ସମ୍ଭାବନାର ଲାଭ ଉଠାଇବା ଏବଂ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଙ୍ଗୀତ, ଶିକ୍ଷା ଏବଂ ଆଣ୍ଟି-ପାଇରେସି ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 25ଟି ଚାଲେଞ୍ଜ ବା ପ୍ରତିଯୋଗିତା ଆରମ୍ଭ କରିଛି। ଏହି ଆହ୍ୱାନଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ୱେବସାଇଟ୍ wavesindia.org ରେ ଲଗ୍ ଇନ୍ କରିବାକୁ ପ୍ରଧାନମନ୍ତ୍ରୀ ସ୍ରଷ୍ଟା ବା କ୍ରିଏଟର୍‌ ମାନଙ୍କୁ ଉତ୍ସାହିତ କରିଥିଲେ। ‘‘ମୁଁ ବିଶେଷ କରି ଦେଶର ସ୍ରଷ୍ଟାମାନଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ସୃଜନଶୀଳତାକୁ ବାହାରକୁ ଆଣିବା ପାଇଁ ଅନୁରୋଧ କରୁଛି’’, ସେ କହିଥିଲେ ।

କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ – ପ୍ରଥମ ସିଜିନ୍‌

22 ଅଗଷ୍ଟ 2024 ରେ, କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ କ୍ରିଏଟ ଇନ୍ ଇଣ୍ଡିଆ ଚାଲେଞ୍ଜ-ସିଜନ୍ 1 ର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 78ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଉଲ୍ଲେଖ କରିଥିବା ‘‘ଭାରତରେ ଡିଜାଇନ୍, ବିଶ୍ୱ ପାଇଁ ଡିଜାଇନ୍’’ ଦୃଷ୍ଟିକୋଣ ଅନୁରୂପ ଏହି ପ୍ରତିଯୋଗିତା ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍) ର ଅଗ୍ରଦୂତ ଭାବେ କାର୍ଯ୍ୟ କରିବ।

narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ପହଞ୍ଚିଲେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

September 3, 2025

ଆଜି ବସିବ ଜିଏସଟି ବୈଠକ, କଣ ହେବ ନିଷ୍ପତି, ରହିଛି ସମସ୍ତଙ୍କ ନଜର

September 3, 2025

ବ୍ରହ୍ମପୁର ଗୁଟୁଖା କାରବାରକୁ ନେଇ ପୋଲିସର ଚଢାଉ

September 3, 2025

ରଣପୁରର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଉପ-ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

September 3, 2025
Latest News

ବିଜେଡି ନେତ୍ରୀ ଦୀପାଳି ଦାସ ମସଜିଦ ଭିତରେ କାହିଁକି ପ୍ରାର୍ଥନା କଲେ

September 3, 2025

ଦିଲ୍ଲୀରେ ପହଞ୍ଚିଲେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

September 3, 2025

ଆଜି ବସିବ ଜିଏସଟି ବୈଠକ, କଣ ହେବ ନିଷ୍ପତି, ରହିଛି ସମସ୍ତଙ୍କ ନଜର

September 3, 2025

ବ୍ରହ୍ମପୁର ଗୁଟୁଖା କାରବାରକୁ ନେଇ ପୋଲିସର ଚଢାଉ

September 3, 2025

ରଣପୁରର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଉପ-ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

September 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.