କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ମାମଲା : ଆକାଶ ବିଜୟବର୍ଗୀୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ପ୍ରଦେଶ ବିଜେପି

Published: Jul 2, 2019, 4:38 pm IST

ମଧ୍ୟପ୍ରଦେଶର ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ ସର୍ବସମ୍ମୁଖରେ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ମାମଲାରେ ଆକାଶ ବିଜୟବର୍ଗୀୟଙ୍କ ମୁସ୍କିଲ୍‌ ଆହୁରି ବଢିଯାଇଛି । ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏବେ ପ୍ରଦେଶ ବିଜେପି ଆକାଶ ବିଜୟବର୍ଗୀୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି । ମିଳିଥିବା ସୂଚନା ଅନୁସାରେ ଆକାଶ ନୋଟିସ୍‌ ପାଇବାର ୧୫ ଦିନ ଭିତରେ ଉତ୍ତର ରଖିବେ । ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଆକାଶ ବିଜୟବର୍ଗୀୟଙ୍କ କାଣ୍ଡକୁ ନେଇ ଅସନ୍ତୋଷ ଜାହରି୍‌ କରିବା ସହିତ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ସାଂସଦଙ୍କ ପୁଅ ହୁଅନ୍ତୁ ଅଥବା ସାଂସଦ ବା କୌଣସି ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ କଦାପି ଗ୍ରହଣ କରାଯିବ ନାହିଁ । ଦଳରେ ଅହଂକାର, ଦୁର୍ବ୍ୟବହାର ତଥା ଗର୍ବର କୌଣସି ସ୍ଥାନ ନାହିଁ । ଏହି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଏହି ଘଟଣାକୁ ରୋକିବା ନିତାନ୍ତ ଆବଶ୍ୟକ ବୋଲି ମୋଦି କହିଛନ୍ତି ।  ଜୁନ୍‌ ୨୬ ତାରିଖରେ କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ଇନ୍ଦୋରରରେ ଏକ ନଗର ନିଗ୍ମ ଅଧିକାରୀଙ୍କ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିଥିଲେ । ଏହି ଘଟଣାରେ ଇନ୍ଦୋର୍‌ ପୁଲିସ୍‌ ବିଧାୟକ ଆକାଶଙ୍କୁ ଗିରଫ ମଧ୍ୟ କରିଥିଲେ । ୩୦ ଜୁନ୍‌ରୁ ଆକାଶ ଜେଲ୍‌ରୁ ମୁକୁଳିଥିଲେ ।

Related posts