ବେଙ୍ଗାଲୁରୁ: ନିର୍ବାଚନ ବଣ୍ଡ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଅଧିକ ତଦନ୍ତ ପାଇଁ ଏହାକୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ପୂର୍ବତନ ରାଜ୍ୟ ବିଜେପି ସଭାପତି ନାଲିନ୍ କୁମାର କେଟେଲଙ୍କ ଦ୍ୱାରା ଏହି ଆବେଦନ କରାଯାଇଥିଲା।
ଜଷ୍ଟିସ୍ ଏମ ନାଗପ୍ରସାନ୍ନା ମଧ୍ୟବର୍ତ୍ତୀକାଳୀନ ଆଦେଶ ପାସ କରି କହିଛନ୍ତି ଯେ ଏହା ଅଭିଯୋଗକାରୀଙ୍କ ମାମଲା ନୁହେଁ ଯେ ତାଙ୍କୁ କୌଣସି ସମ୍ପତ୍ତିରେ ଭାଗ ନେବାକୁ ଧମକ ଦିଆଯାଇଛି। କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଅଭିଯୋଗକାରୀ ଯଦି ସେ ଧାରା ୩୮୪ ଯାହା ବଳ ପ୍ରୟୋଗ ପାଇଁ ଦଣ୍ଡକୁ ସାମନାକୁ ଆଣିଛନ୍ତି। ତେବେ ଧାରା ୩୮୩ ଅନୁଯାୟୀ ଜଣେ ସୂଚନାଯୋଗ୍ୟ ହେବା ଉଚିତ, ଯାହା ଆବେଦକାରୀ ନୁହଁନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି।
ଅନ୍ୟ ଅଭିଯୋଗକାରୀ ଆଦର୍ଶ ଆର ଆଇୟର, ଯେ କି ଜନ ଅଧିକାର ସଂଘର୍ଷ ପରିଷଦ ନାମିତ ଏକ ସଂଗଠନର ସହ-ସଭାପତି ଅଛନ୍ତି ସେ ଆଇପିସି ଧାରା ୧୨୦ (ଖ) ଏବଂ ୩୮୪ ଅନୁଯାୟୀ ଅପରାଧିକ ଷଡଯନ୍ତ୍ର ଏବଂ ଚୋରା କାରବାର କରିଥିବା ଅଭିଯୋଗ କରିଛନ୍ତି। ହେଲେ କୋର୍ଟ କହିଛନ୍ତି ଏହା ହେଉଛି ଜଣେ ଭୟରେ ତାଙ୍କର ସଂପତ୍ତି କାହାକୁ ବିକ୍ରି କରିବା ମାମଲା।
ତେବେ କୋର୍ଟ କହିଛନ୍ତି ଏହି କ୍ଷେତ୍ରରେ ଅଭିଯୋଗକାରୀଙ୍କ ଉପରେ କେହି ବଳ ପ୍ରୟୋଗ କରି କୌଣସି ସଂପତ୍ତି ହରଣଚାଲ କରି କେହି ନେଇ ଯାଇଛନ୍ତି। ତେବେ ଅଭିଯୋଗକାରୀ ଧାରା ୩୮୩ ର ଉପାଦାନ ଅନୁଯାୟୀ ଅନୁସନ୍ଧାନ କରିବାର ନିୟମ ରହିଛି ସେହି ଅନୁସାରେ ଅଧିକ ତଦନ୍ତ ପରେ ଏହା ବିଚାର କରାଯିବ।