Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱଚ୍ଛ ଭାରତ ଦିବସ ୨୦୨୪ ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ସ୍ୱଚ୍ଛ ଭାରତ ଦିବସ ୨୦୨୪ ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

October 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱଚ୍ଛତା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜନ ଆନ୍ଦୋଳନ – ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୯୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପରିମଳ ଏବଂ ସ୍ୱଚ୍ଛତା ସହ ଜଡିତ ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ଏଥିରେ ଅମୃତ ଓ ଅମୃତ ୨.୦ ଅଧୀନରେ ସହରାଞ୍ଚଳ ଜଳ ଓ ନର୍ଦ୍ଦମା ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ୬,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ, ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନ ଅଧୀନରେ ଗଙ୍ଗା ଅବବାହିକା ଅଞ୍ଚଳରେ ଜଳର ଗୁଣବତ୍ତା ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ଲାଗି ୧୫୫୦ କୋଟିରୁ ଅଧିକ ଟଙ୍କାର ୧୦ଟି ପ୍ରକଳ୍ପ ଏବଂ ଗୋବର୍ଦ୍ଧନ ଯୋଜନା ଅଧୀନରେ ୧୩୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି କମ୍ପ୍ରେସ୍‌ଡ୍‌ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ ପ୍ରକଳ୍ପ ସାମିଲ ରହିଛି।

ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମ ଭାରତର ଏକ ଦଶନ୍ଧି ଧରି ପରିମଳ ଉପଲବ୍ଧି ଏବଂ ନିକଟରେ ଶେଷ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଥିବା ଉପଲବ୍ଧିଗୁଡ଼ିକୁ ପ୍ରଦର୍ଶିତ କରିବ। ଏହି ଜାତୀୟ ପ୍ରୟାସର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମଧ୍ୟ ଏହି କାର୍ଯ୍ୟକ୍ରମ ମଞ୍ଚ ପ୍ରସ୍ତୁତ କରିବ। ଏଥିରେ ସ୍ଥାନୀୟ ସରକାରୀ ସଂସ୍ଥା, ମହିଳା ଗୋଷ୍ଠୀ, ଯୁବ ସଂଗଠନ ଏବଂ ସାମାଜିକ ନେତୃବୃନ୍ଦଙ୍କ ଦେଶବ୍ୟାପୀ ଅଂଶଗ୍ରହଣ ସହିତ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ଭାବନା ଭାରତର କୋଣ ଅନୁକୋଣରେ ପହଞ୍ଚାଇବାକୁ ସୁନିଶ୍ଚିତ କରାଯିବ।

ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ର ବିଷୟବସ୍ତୁ ‘ସ୍ୱାଭିମାନ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’ ପୁଣି ଥରେ ସ୍ୱଚ୍ଛତା, ଜନସ୍ୱାସ୍ଥ୍ୟ ଏବଂ ପରିବେଶ ଦୀର୍ଘସ୍ଥାୟିତ୍ୱ ଲାଗି ପ୍ରତିବଦ୍ଧତାକୁ ନେଇ ସାରାଦେଶକୁ ଏକଜୁଟ କରିଛି । ସ୍ୱଚ୍ଛତା ହିଁ ସେବା ୨୦୨୪ ଅଧୀନରେ ୧୭ କୋଟିରୁ ଅଧିକ ଲୋକଙ୍କ ଭାଗିଦାରୀରେ ୧୯.୭୦ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ପାଖାପାଖି ୬.୫ ଲକ୍ଷ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟରେ ପରିବର୍ତ୍ତନ ଅଣାଯାଇପାରିଛି। ପାଖାପାଖି ୧ ଲକ୍ଷ ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ୩୦ ଲକ୍ଷରୁ ଅଧିକ ସଫେଇ ମିତ୍ର ଉପକୃତ ହୋଇଛନ୍ତି।

ସେହିପରି ‘‘ମା’ଙ୍କ ପାଇଁ ଗଛଟିଏ’’ ଅଭିଯାନରେ ୪୫ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି।

ଅକ୍ଟୋବର ୨ ସ୍ୱଚ୍ଛ ଭାରତ ଦିବସ ୨୦୨୪ ସ୍ୱଚ୍ଛ ଭାରତ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.