Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏସଏନଏଲ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ଅଭିଯାନ ଓ ହିନ୍ଦୀ ପକ୍ଷ କାର୍ଯ୍ୟକ୍ରମ
ଆଜିର ଖବର

ବିଏସଏନଏଲ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ଅଭିଯାନ ଓ ହିନ୍ଦୀ ପକ୍ଷ କାର୍ଯ୍ୟକ୍ରମ

October 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅକ୍ଟୋବର ପହିଲା ଭାରତ ସଞ୍ଚାର ନିଗମ ଲିଃ (ବିଏସଏନଏଲ)ର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଡ଼ିଶା ବିଏସଏନଏଲ ପରିମଣ୍ଡଳ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଅନ୍ତର୍ଗତ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ପ୍ରତି ସଂକଳ୍ପବଦ୍ଧତା ମୁତାବକ, ଓଡ଼ିଶାରେ ଥିବା ସମସ୍ତ ବିଏସଏନଏଲ କାର୍ଯ୍ୟାଳୟ ଓ ବିଏସଏନଏଲ ଭବନ ଠାରେ ସ୍ଵତନ୍ତ୍ର ‘‘ସ୍ଵଚ୍ଛତା ହିଁ ସେବା’’ ଅଭିଯାନ ଆୟୋଜନ କରାଯାଇଥିଲା। ବିଏସଏନଏଲର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅଭିଯାନ ଅଧୀନରେ ଗତ ୧୫ ଦିନ ଧରି ବିଏସଏନଏଲର କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ପରିସରକୁ ସଫେଇ କରାଯାଇଥିଲା। ବିଏସଏନଏଲ ଓଡିଶା ଦୂରସଞ୍ଚାର ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରୁଦ୍ର ନାରାୟଣ ପଲାଇଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଭିଯାନରେ ନେତୃତ୍ୱ ନେଇଥିଲେ। ଏହାବ୍ୟତୀତ ବିଏସଏନଏଲ ଭବନ ଏବଂ ଓଡ଼ିଶା ପରିମଣ୍ଡଳର ସମସ୍ତ କାର୍ଯ୍ୟାଳୟରେ ଚାରା ରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟପକ୍ଷରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପଲାଇଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ପରିମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟରେ ହିନ୍ଦୀ ପକ୍ଷ ଉଦଯାପିତ ହୋଇଯାଇଛି। ଉଦଯାପନୀ ବୈଠକରେ ଦେବାଶିଷ ମହାପାତ୍ର, ସହ ପ୍ରାଧ୍ୟାପକ, (ଆର ଆଇ ଇ), ଭୁବନେଶ୍ୱର ମୁଖ୍ୟ ଅତିଥି ଓ ଏମ. ମୁରଲୀ କ୍ରୀଷ୍ଣା, ଅତିରିକ୍ତ ମହାନିର୍ଦ୍ଦେଶକ, ଓଡିଶା (ଏଲଏସଏ) ଦୂରସଞ୍ଚାର  ବିଭାଗ ବିଶେଷ ଅତିଥି ରୂପେ ଉପସ୍ଥିତ ଥିଲେ। ସରକାରୀ କାର୍ଯ୍ୟ କ୍ଷେତ୍ରରେ ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଇ-ଅଫିସ ଓ କମ୍ପ୍ୟୁଟର ଆଦିରେ  ହିନ୍ଦୀରେ କାର୍ଯ୍ୟ କରିବାକୁ ଶ୍ରୀ ପଲାଇ ସମସ୍ତଙ୍କୁ ନିବେଦନ କରିଥିଲେ । ହିନ୍ଦୀ ପକ୍ଷର ଶୁଭାରମ୍ଭ ଗତ ୧୪ ତାରିଖରେ ଆରମ୍ଭ ହୋଇ ୩୦ରେ ଶେଷ ହୋଇଛି। ବିଏସଏନଏଲ ଅଧିକାରୀ ଓ କର୍ମଚାରୀ ବର୍ଗ ଏବଂ ସେମାନଙ୍କ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସମାରୋହରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଛି।

ସୂଚନାଯୋଗ୍ୟ, ୧ ଅକ୍ଟୋବର ୨୦୦୦ ମସିହାରେ ପ୍ରତିଷ୍ଠା ହୋଇଥିବା ବିଏସଏନଏଲ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦେଶର କୋଣଅନୁକୋଣରେ ନିରନ୍ତର ଭାବେ ଦୂରସଞ୍ଚାର ଓ ଇଣ୍ଟରନେଟ୍‌ ସେବା ଯୋଗାଇ ଆସୁଛି । ସବୁ ଲୋକଙ୍କୁ ମୋବାଇଲ ଓ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା ଲାଗି ସରକାରଙ୍କ ପ୍ରୟାସରେ ବିଏସଏନଏଲ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଉଛି।

ବିଏସଏନଏଲ ସ୍ଵଚ୍ଛତା ହିଁ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ସବୁ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଉ: ସମନ୍ୱୟ ସମିତି

August 24, 2025

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ପିତାକୁ ୭ ବର୍ଷ କାରାଦଣ୍ଡାଦେଶ

August 24, 2025

ରାଶିଫଳ: ଅଗଷ୍ଟ ୨୪ ତାରିଖ ରବିବାରରେ ସାତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଲା

August 24, 2025

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025
Latest News

ସବୁ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଉ: ସମନ୍ୱୟ ସମିତି

August 24, 2025

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ପିତାକୁ ୭ ବର୍ଷ କାରାଦଣ୍ଡାଦେଶ

August 24, 2025

ରାଶିଫଳ: ଅଗଷ୍ଟ ୨୪ ତାରିଖ ରବିବାରରେ ସାତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଲା

August 24, 2025

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.