Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକ ଏବଂ କୃଷକ ସଙ୍ଗଠନ ଗୁଡ଼ିକ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ
ଆଜିର ଖବର

କୃଷକ ଏବଂ କୃଷକ ସଙ୍ଗଠନ ଗୁଡ଼ିକ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ

October 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତ୍ୟେକ ମଙ୍ଗଳବାର କୃଷକ ଏବଂ କୃଷକ ସଙ୍ଗଠନ ଗୁଡ଼ିକ ସହ ଆଲୋଚନା କରିବା କ୍ରମରେ ଆଜି ନୂଆଦିଲ୍ଲୀରେ କୃଷକ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ଚୌହାନ କୃଷକ ସଙ୍ଗଠନ ପକ୍ଷରୁ ଆସିଥିବା ସମସ୍ତ ଅଧ୍ୟକ୍ଷ, ଆବାହକ ଏବଂ କୃଷକମାନଙ୍କୁ ସ୍ୱାଗତ କରିଥିଲେ। ଆଲୋଚନା କାଳରେ କୃଷକ ସଙ୍ଗଠନ ଗୁଡ଼ିକ ଅନେକ ଗୁଡ଼ିଏ ପ୍ରସ୍ତାବ ଦେଇଥିଲେ। ଏହା ମଧ୍ୟରେ କୃଷି ଖର୍ଚ୍ଚ ହ୍ରାସ କରିବା, ଲାଭଜନକ ମୂଲ୍ୟ ପ୍ରଦାନ, ଜଳବନ୍ଦୀରୁ ଫସଲକୁ ରକ୍ଷା କରିବା, କୀଟନାଶକ ଉପଲବ୍ଧ କରାଇବା, ଉନ୍ନତ ବିହନ ଯୋଗାଣ ଏବଂ ଶସ୍ୟକୁ ପଶୁଙ୍କ ଠାରୁ ରକ୍ଷା କରିବା ଇତ୍ୟାଦି ସ୍ଥାନ ପାଇଥିଲା।

ଶ୍ରୀ ଚୌହାନ କହିଥିଲେ କି, ଅନିୟନ୍ତ୍ରିତ କୀଟନାଶକ ଓ ସାରର ପ୍ରୟୋଗ ଯୋଗୁ ଜମିର ଉର୍ବରତା ହ୍ରାସ ପାଉଥିବାରୁ ଚାଷୀମାନେ ଚିନ୍ତା ବ୍ୟକ୍ତ କରିଥିଲେ। କିପରି ସରକାରଙ୍କ ସମସ୍ତ ଯୋଜନାର ସୂଚନା ସମସ୍ତଙ୍କ ପାଖରେ ପହଞ୍ଚିପାରିବ, ଯଦ୍ୱାରା କି ଚାଷୀମାନେ ଏହାର ଲାଭ ଉଠାଇପାରିବେ। ଅନେକ ସମୟରେ ସୂଚନାର ଅଭାବ ଯୋଗୁ ଅନେକ ସମୟରେ ଚାଷୀମାନେ ଏହାର ଲାଭ ପାଇପାରୁନଥିବା ପ୍ରତିନିଧିମାନେ କହିଥିଲେ। ଶସ୍ୟ ବୀମାକୁ କୃଷକମାନେ ପ୍ରଶଂସା କରିଥିଲେ ମଧ୍ୟ ସମସ୍ତ କୃଷକଙ୍କୁ ଏହା ମିଳୁନଥିବା ସେମାନେ କହିଥିଲେ । କିଷାନ କ୍ରେଡିଟ କାର୍ଡରେ ଅର୍ଥ ମିଳିବା ସଂକ୍ରାନ୍ତରେ ମଧ୍ୟ କୃଷକମାନେ ପରାମର୍ଶ ଦେଇଥିଲେ । କୃଷକମାନେ ସମ୍ମୁଖୀନ ହେଉଥିବା କେତେକ ବ୍ୟାବହାରିକ ସମସ୍ୟା ଉଠାଇଥିଲେ । ଯେପରିକି ଟ୍ରାନ୍ସଫର୍ମର ନଷ୍ଟ ହୋଇଗଲେ ନିର୍ଦ୍ଦିଷ୍ଟ ସମୟ ସୀମାରେ ତାହାକୁ ବଦଳାଇବା, ନଚେତ ଫସଲକୁ ଜଳସେଚନରେ ସମସ୍ୟା ହେଉଛି । ବିଭିନ୍ନ କଳକାରଖାନାରୁ ନିର୍ଗତ ଦୂଷିତ ଜଳ ଯୋଗୁ ଫସଲ ଓ ଭୂତଳ ଜଳ ନଷ୍ଟ ହେଉଥିବା ନେଇ କୃଷକମାନେ କହିଥିଲେ। ମୋ ପାଇଁ ଏହି ଆଲୋଚନା ବେଶ୍ ଉପଯୋଗୀ, କାରଣ କୃଷକ ହିଁ ଭଗବାନ ବୋଲି ଶ୍ରୀ ଚୌହାନ କରିଥିଲେ।

କେନ୍ଦ୍ରମନ୍ତ୍ରୀ କହିଥିଲେ, କୃଷକମାନଙ୍କର ସମସ୍ୟା ବହୁତ ଛୋଟ ଦେଖାଯାଉଥିଲେ ମଧ୍ୟ ଏହାର ସମାଧାନ ହୋଇଗଲେ ସେମାନଙ୍କ ଉତ୍ପାଦନ ୧୦/୨୦ ପ୍ରତିଶତ ବୃଦ୍ଧି ପାଇପାରିବ। ଏଥିପାଇଁ ଯେଉଁ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ସମ୍ପର୍କିତ, ଯେପରିକି କୃଷକମାନଙ୍କୁ ଯେପରି ନିମ୍ନମାନର ବିହନ ଓ କୀଟନାଶକ ନ ମିଳେ ସେଥିପାଇଁ କଠୋଇ ଆଇନ ଆଣିବାକୁ କେନ୍ଦ୍ର ସରକାର ବିଚାର କରିବେ। ସେ କହିଛନ୍ତି,ଏପରି କସିଛି ପ୍ରସଙ୍ଗ ଅଛି ଯାହାକି ରାଜ୍ୟ ସରକାର ସମାଧାନ କରିବେ। ଏସବୁର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯିବ।

ଶ୍ରୀ ଚୌହାନ କହିଲେ, ମାନୁଆଲ ସର୍ଭେ ଦ୍ୱାରା ରେକର୍ଡ ରଖିବାରୁ ହେଉଥିବା ସମସ୍ୟାରୁ ବର୍ତ୍ତିବା ପାଇଁ ଚାଷୀମାନେ ମଧ୍ୟ ପ୍ରସ୍ତାବ ଦେଇଥିଲେ, ଯାହାକି ବହୁତ ଉପଯୋଗୀ। ମୁଁ କୃଷକମାନଙ୍କୁ ଧନ୍ୟବାଦ ଦେଉଛି କି ସେମାନେ ଆଲୋଚନା ପାଇଁ ଆସିଲେ ଏବଂ ବହୁ ମୂଲ୍ୟବାନ ପରାମର୍ଶ ଦେଲେ। ଆମକୁ ଯେଉଁସବୁ ପ୍ରସ୍ତାବ ମିଳିଲା ମିଳିମିଶି ତାହା ଉପରେ କାମ କରିବୁ ଏବଂ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ପ୍ରଚେଷ୍ଟା ମଧ୍ୟ କରିବୁ।

ଶିବରାଜ ସିଂ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026

ମନ୍ତ୍ରୀଙ୍କ ସହାୟକଙ୍କ ମୃତ୍ୟୁ: ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ

January 30, 2026

ଓଡ଼ିଆ ଯବାନ ଜିତୁ ବେହେରାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

January 30, 2026

ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ

January 30, 2026
Latest News

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026

ମନ୍ତ୍ରୀଙ୍କ ସହାୟକଙ୍କ ମୃତ୍ୟୁ: ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ

January 30, 2026

ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

January 30, 2026

ଓଡ଼ିଆ ଯବାନ ଜିତୁ ବେହେରାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

January 30, 2026

ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.