Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଏମସି ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ୯୧୯ କୋଟିର ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ
ଆଜିର ଖବର

ଏଏମସି ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ୯୧୯ କୋଟିର ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 3, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ (ଏଏମସି)ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଗୁଜରାଟରେ ୯୧୯ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

ନବରାତ୍ରୀ ଶୁଭେଚ୍ଛା ସହିତ ତାଙ୍କ ଅଭିଭାଷଣ ଆରମ୍ଭ କରି ଅମିତ ଶାହ କହିଛନ୍ତି ଯେ ଆଜି ୯୧୯ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ପାଠାଗାର, ପାର୍କ ଏବଂ ରାସ୍ତାକଡ଼ କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ଜଡ଼ିତ କାର୍ଯ୍ୟ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମ୍ୟୁନିସିପାଲ ନଗର ପ୍ରାଥମିକ ଶିକ୍ଷା ସମିତି ଦ୍ୱାରା ଆଧୁନିକ ବିଦ୍ୟାଳୟ ନିର୍ମାଣ। ଶ୍ରୀ ଶାହ ଏଏମସିକୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ ନିଗମର ପ୍ରୟାସ ଯୋଗୁଁ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀର ସମସ୍ତ ପୌର ପ୍ରାଥମିକ ବିଦ୍ୟାଳୟ ସଫଳତାର ସହ ମଡେଲ ସ୍କୁଲରେ ପରିଣତ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରାଥମିକ ଶିକ୍ଷା ସମିତିର ପଦକ୍ଷେପରୁ ଯଦି ପିଲାମାନେ ଉପଯୁକ୍ତ ଭାବେ ଉପକୃତ ହୁଅନ୍ତି, ତେବେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ହେବାରେ କୌଣସି ସନ୍ଦେହ ନାହିଁ। ଗରିବ ପରିବାରର ପିଲାମାନେ ବିଜ୍ଞାନ, କଳା, ସଙ୍ଗୀତ ଆଦି ବିଷୟରେ ଆଗ୍ରହ ଦେଖାଉଥିବା ଦେଖିଲେ ଜୀବନରେ ଥିବା ସମସ୍ତ ନିରାଶା ଦୂର ହୋଇଯାଏ ଏବଂ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆମେ ଆତ୍ମବିଶ୍ୱାସର ସହ ଅନୁଭବ କରିଥାଉ।

ଅମିତ ଶାହ କହିଛନ୍ତି ଯେ ଆଜି ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଖାପାଖି ୪୭୨ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହାବ୍ୟତୀତ ସାଂସଦ ହସମୁଖଭାଇ ପଟେଲଙ୍କ ଅହମ୍ମଦାବାଦ ପୂର୍ବ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ସାଂସଦ ଦିନେଶଭାଇ ମକୱାନାଙ୍କ ଅହମ୍ମଦାବାଦ ପଶ୍ଚିମ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଖାପାଖି ୪୪୬ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରାଯାଇଛି। ଏହି ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପ ଅହମ୍ମଦାବାଦ ସହରରବାସୀଙ୍କ ପାଇଁ ସୁବିଧା ବଢ଼ାଇବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଶ୍ରୀ ଶାହ ଆହୁରି କହିଛନ୍ତି ଯେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗତ କିଛି ବର୍ଷ ମଧ୍ୟରେ ଅହମ୍ମଦାବାଦ ସହର, କାଲୋଲ ଏବଂ ସାନନ୍ଦ ତାଲୁକା, ଅହମ୍ମଦାବାଦ ସହରର କିଛି ଅଞ୍ଚଳ ଏବଂ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୩,୯୫୧ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧୪,୦୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ମାତ୍ର ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୩୭ ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପ କରାଯାଇଛି।

ଅହମ୍ମଦାବାଦର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି। ଏଥିରେ ଶିଶୁ ପୁଷ୍ଟି, ବ୍ୟାୟାମ ସୁବିଧା, କିଶୋରମାନଙ୍କ ପାଇଁ ଜ୍ଞାନ ବୃଦ୍ଧି ପାଇଁ ପାଠାଗାର, ଜଳ ସଂଗ୍ରହ ପୋଖରୀ, ବର୍ଷକୁ ୪ ନିୟୁତ ଚାରା ରୋପଣ, ରାସ୍ତା, ଓଭରବ୍ରିଜ୍, ଷ୍ଟ୍ରିଟ୍ ଲାଇଟ୍, ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ଆଦି ରହିଛି।

ଅମିତ ଶାହ କହିଛନ୍ତି ଯେ ଅହମ୍ମଦାବାଦକୁ ସ୍ୱଚ୍ଛତା ଅଭିଯାନ ପ୍ରତିଯୋଗିତାରେ ଅଗ୍ରଣୀ ସ୍ଥାନକୁ ଆଣିବାକୁ ଏଏମସି ନିଷ୍ପତ୍ତି ନେଇଛି। ଆଗାମୀ ସ୍ୱଚ୍ଛତା ସର୍ଭେରେ ଅହମ୍ମଦାବାଦକୁ ଶୀର୍ଷକୁ ଆଣିବା ପାଇଁ ପ୍ରୟାସ କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ସ୍ୱୀକାର କରିଛନ୍ତି ଯେ ଏଥର ପ୍ରଥମ ସ୍ଥାନ ହାସଲ କରିବା ସମ୍ଭବ ନୁହେଁ, କିନ୍ତୁ ଆମେ ଏକ ନୂତନ ଆରମ୍ଭ କରିବା ଏବଂ ଅହମ୍ମଦାବାଦ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିବା ଉଚିତ ଯାହା ଆସନ୍ତା ବର୍ଷ ସୁଦ୍ଧା ଭାରତର ସମସ୍ତ ପୌର ନିଗମ ମଧ୍ୟରେ ସ୍ୱଚ୍ଛତା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଏକମାତ୍ର ଜାତୀୟ ନେତା ଯିଏ ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ଦେଶର ପ୍ରତ୍ୟେକ ଘରେ ଶୌଚାଳୟ ର ସୁବିଧା ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସ୍ୱପ୍ନ ଦେଖିଥିଲେ। ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନ ଆରମ୍ଭ କରିଥିଲେ। ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେବା ଏବଂ ଆମ ଘର, ସମାଜ, ରାସ୍ତାଘାଟ, ସହର ଏବଂ ଗ୍ରାମଗୁଡିକ ଯେପରି ସ୍ୱଚ୍ଛ ରହିବ ତାହା ସୁନିଶ୍ଚିତ କରିବା ତାଙ୍କର ଲକ୍ଷ୍ୟ ଥିଲା, ଯାହା ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବ। କେନ୍ଦ୍ର ଗୃହମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ନରେନ୍ଦ୍ର ମୋଦୀ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ କି ଲାଲକିଲ୍ଲା ପ୍ରାଚୀରରୁ ଶୌଚାଳୟ ନିର୍ମାଣ ବିଷୟରେ କହିଛନ୍ତି।

ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡରୁ କେରଳ ଏବଂ ଉତ୍ତରପ୍ରଦେଶରୁ ଆସାମ ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ୱଚ୍ଛତା ଅଭିଯାନ ଏବଂ ଏହାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିଛନ୍ତି।

ଅମିତ ଶାହ ଉନ୍ନୟନମୂଳକ କାର୍ଯ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଗୁଜୁରାଟ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.