Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନଏଚଆରସିର ଦୁଇ ସପ୍ତାହର ଅଳ୍ପକାଳୀକ ଇଣ୍ଟର୍ନସିପ୍ ସମ୍ପନ୍ନ
ଆଜିର ଖବର

ଏନଏଚଆରସିର ଦୁଇ ସପ୍ତାହର ଅଳ୍ପକାଳୀକ ଇଣ୍ଟର୍ନସିପ୍ ସମ୍ପନ୍ନ

October 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଦ୍ୱାରା ଆୟୋଜିତ ଦୁଇ ସପ୍ତାହର ଅନଲାଇନ ଅଳ୍ପକାଳୀକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି ।୧୭ ସେପ୍ଟେମ୍ବର ୨୦୨୪ରେ ଏହା ଆରମ୍ଭ ହୋଇଥିଲା। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଦୂରଦୂରାନ୍ତର ତଥା ଆଭ୍ୟନ୍ତରୀଣ ଅଞ୍ଚଳର ୭୭ ଜଣ ଛାତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନଲାଇନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ପ୍ରଶିକ୍ଷର୍ଥୀମାନଙ୍କୁ ଏଥିରେ ଭାଗ ନେବାକୁ ଦିଲ୍ଲୀ ଯାତ୍ରା କରିବା କିମ୍ବା ଅନ୍ୟ ସମ୍ବନ୍ଧିତ ଖର୍ଚ୍ଚର ଭାର ବହନ କରିବାକୁ ପଡ଼ିନଥିଲା।

ଉଦଯାପନୀ କାର୍ଯ୍ୟକ୍ରମକୁ ଉଦବୋଧନ ଦେଇ ଏନଏଚଆରସିର କାର୍ଯ୍ୟବାହୀ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ଭାରତୀ ସୟାନୀ ସମାଜର ଦୁର୍ବଳ ବର୍ଗଙ୍କ ଅଧିକାର ଗୁରୁତ୍ୱ ଦେବା ଏବଂ ସେମାନଙ୍କ ରକ୍ଷା ଲାଗି ପ୍ରଶିକ୍ଷାର୍ଥୀମାନଙ୍କୁ ମାନବାଧିକାର ରକ୍ଷକ ଭାବେ କାମ କରିବାକୁ ଯୋଗ୍ୟ ହେବାକୁ ପ୍ରୋତ୍ସାହିତ କରିଥିଲେ। ଦୁର୍ବଳ ବର୍ଗର ଲୋକଙ୍କ ସମ୍ମୁଖରେ ଆସୁଥିବା ବିଭିନ୍ନ ସମସ୍ୟାକୁ ବୁଝିବା ଏବଂ ଏସବୁର ଦୂର କରିବା ଦିଗରେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏନଏଚଆରସିର ଲକ୍ଷ୍ୟ ବାବଦରେ ସେ କହିଥିଲେ, ଆୟୋଗ ମାନବାଧିକାର ରକ୍ଷାର ମହତ୍ତ୍ୱ ବାବଦରେ ଛାତ୍ରମାନଙ୍କୁ ସମ୍ବେଦନଶୀଳ ବନାଇବାକୁ ଏଭଳି ଇଣ୍ଟର୍ନସିପ୍ ଆୟୋଜନ ସକାଶେ ପ୍ରତିବଦ୍ଧ।

ଏହା ପୂର୍ବରୁ ଏନଏଚଆରସିର ମହାସଚିବ ଭରତ ଲାଲ ପ୍ରଶିକ୍ଷାର୍ଥୀମାନଙ୍କୁ ସଫଳତାପୂର୍ବକ ଇଣ୍ଟର୍ନସିପ୍ ଶେଷ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ଇଣ୍ଟର୍ନସିପ୍ ଅବସରରେ ମିଳିଥିବା ଜ୍ଞାନକୁ ବ୍ୟବହାର କରି ମାନବାଧିକାରର ସର୍ବୋତ୍ତମ ସୁରକ୍ଷା ଦିଗରେ ତାହାର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଲୋକଙ୍କର ନିସ୍ୱାର୍ଥ ସେବା ସକାଶେ ଜୀବନକୁ ଉତ୍ସର୍ଗ କରିଥିବା ମହାତ୍ମା ଗାନ୍ଧୀ, ନେଲସନ୍ ମାଣ୍ଡେଲା ଏବଂ ମାର୍ଟିନ ଲୁଥର କିଙ୍ଗଙ୍କ ଭଳି ମାନବାଧିକାର ରକ୍ଷକଙ୍କ ଜୀବନୀ ଓ କାର୍ଯ୍ୟରୁ ପ୍ରେରଣା ନେବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ। ଇଣ୍ଟର୍ନସିପ୍ ଅବସରରେ ଶିଖା ଯାଇଥିବା ମାନବାଧିକାର ମୂଲ୍ୟ ଏବଂ ସିଦ୍ଧାନ୍ତକୁ ପାଳନ କରି ସମାଜରେ ଆଣିହେଉଥିବା ସକରାତ୍ମକ ପରିବର୍ତ୍ତନ ବାବଦରେ ବିଚାର କରିବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏନଏଚଆରସିର ସଂଯୁକ୍ତ ସଚିବ ଶ୍ରୀ ଦେବେନ୍ଦ୍ର କୁମାର ନିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବା, ପୁସ୍ତକ ସମୀକ୍ଷା, ଗ୍ରୁପ୍ ରିସର୍ଚ୍ଚ ପ୍ରୋଜେକ୍ଟ ଉପସ୍ଥାପନ ଆଦିର ବିଜେତାଙ୍କ ନାମ ଘୋଷଣା କରିଥିଲେ। ସମାରୋହର ଉଦଯାପନ ଲେଫ୍ଟନାଣ୍ଟ କର୍ଣ୍ଣେଲ ବୀରେନ୍ଦ୍ର ସିଂହଙ୍କ ଧନ୍ୟବାଦ ଜ୍ଞାପନ ସହ ହୋଇଥିଲା।

ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ସମଗ୍ର ଭାରତରେ ମାନବାଧିକାର ରକ୍ଷା ଦିଗରେ କାର୍ଯ୍ୟ କରୁଛି। ଏହାର ସଚେତନତା କାର୍ଯ୍ୟକ୍ରମରେ ବିସ୍ତାର ପାଇଁ ଏହା ଉଭୟ ଅନଲାଇନ ଓ ଅଫଲାଇନ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରବର୍ତ୍ତୀ ପିଢ଼ିର ମାନବାଧିକାର କର୍ମୀ ମାନଙ୍କୁ ମାନବାଧିକାର ଶିକ୍ଷାରେ ସଶକ୍ତ କରିବାକୁ ଏନଏଚଆରସିର ପ୍ରଚେଷ୍ଟାରେ ପ୍ରତିବଦ୍ଧତା ସ୍ପଷ୍ଟ।

ଏନଏଚଆରସି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.