Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ ହିନ୍ଦୀ ପକ୍ଷ ପାଳିତ: ହିନ୍ଦୀରେ ଅଧିକ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ବାନ
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ ହିନ୍ଦୀ ପକ୍ଷ ପାଳିତ: ହିନ୍ଦୀରେ ଅଧିକ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ବାନ

October 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିପୁଳ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି। ସେପ୍ଟେମ୍ବର ୧୪ ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହିନ୍ଦୀ ପକ୍ଷ ପାଳନ ଅବସରରେ ହିନ୍ଦୀ ପ୍ରବନ୍ଧ ଲେଖା, ନୋଟିସ୍ ଏବଂ ଡ୍ରାଫ୍ଟ, ହିନ୍ଦୀ କୁଇଜ୍, ପେଣ୍ଟିଂ ପ୍ରତିଯୋଗିତା (ପିଲାମାନଙ୍କ ପାଇଁ), ଏବଂ କବିତା ପାଠ, ଆଦି ଏକାଧିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ବିଶେଷ ଅବସରରେ ଅନୁଷ୍ଠାନର ପତ୍ରିକା ଆରୋଗ୍ୟ ସୁଧାର ଷଷ୍ଠ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏଥିସହ, ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ପ୍ରୟାସକୁ ସମ୍ମାନିତ କରିବା ପାଇଁ “ହିନ୍ଦୀ ପ୍ରମୋସନ ସ୍କିମ୍” ଅଧୀନରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମ୍ସରେ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ କରିବାରେ ଉତ୍କର୍ଷତା ପାଇଁ ମେଡିକାଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ସମ୍ମାନଜନକ ରୋଲିଂ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ହିନ୍ଦୀ ଭାଷାର ମହତ୍ତ୍ ସଂପର୍କରେ ମତ ରଖିବା ସହିତ, ସଫଳତାର ସହିତ ଏହି ପକ୍ଷ ପାଳନ ନିମନ୍ତେ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ।

ରେଡିଓ ଡାଇଗ୍ନୋସିସ ବିଭାଗ ମୁଖ୍ୟ ଡ. ଏନ୍ ଦୀପ ବ୍ୟାଗ, ହିନ୍ଦୀ ପକ୍ଷ ପାଳନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।   ଡିନ୍(ଗବେଷଣା) ଡ. ସତ୍ୟଜିତ ମିଶ୍ର, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ଉତ୍ସବରେ  ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଅତିଥି ଡ. ବାଗ ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ଭାଷାର ମହତ୍ତ୍ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସରକାରୀ ଭାଷା ଅଧିନିୟମ ଅନୁଯାୟୀ ହିନ୍ଦୀରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିବାକୁ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଆହ୍ଵାନ କରିଥିଲେ।

ବରିଷ୍ଠ ହିନ୍ଦୀ ଅଧିକାରୀ ଇନ୍ଦରଜିତ ସିଂ’ଙ୍କ ସମେତ ବିକି ଭର୍ମା, ବିକି କୁମାର ସାହୁ, ଗୋବିନ୍ଦ ଚୌଧୁରୀ, ରୋହିତ ସିଂ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026

ମତ୍ସ୍ୟ-ପ୍ରାଣୀ ସମାବେଶର ଶେଷ ଦିନ: ଜନ ସମୁଦ୍ର ପାଲଟିଲା ଜନତା ମଇଦାନ

January 24, 2026

‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

January 24, 2026
Latest News

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026

ମତ୍ସ୍ୟ-ପ୍ରାଣୀ ସମାବେଶର ଶେଷ ଦିନ: ଜନ ସମୁଦ୍ର ପାଲଟିଲା ଜନତା ମଇଦାନ

January 24, 2026

ରୋଜଗାର ମେଳା: ଆଜି ୬୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.