Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ ହିନ୍ଦୀ ପକ୍ଷ ପାଳିତ: ହିନ୍ଦୀରେ ଅଧିକ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ବାନ
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ ହିନ୍ଦୀ ପକ୍ଷ ପାଳିତ: ହିନ୍ଦୀରେ ଅଧିକ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ବାନ

October 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିପୁଳ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି। ସେପ୍ଟେମ୍ବର ୧୪ ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହିନ୍ଦୀ ପକ୍ଷ ପାଳନ ଅବସରରେ ହିନ୍ଦୀ ପ୍ରବନ୍ଧ ଲେଖା, ନୋଟିସ୍ ଏବଂ ଡ୍ରାଫ୍ଟ, ହିନ୍ଦୀ କୁଇଜ୍, ପେଣ୍ଟିଂ ପ୍ରତିଯୋଗିତା (ପିଲାମାନଙ୍କ ପାଇଁ), ଏବଂ କବିତା ପାଠ, ଆଦି ଏକାଧିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ବିଶେଷ ଅବସରରେ ଅନୁଷ୍ଠାନର ପତ୍ରିକା ଆରୋଗ୍ୟ ସୁଧାର ଷଷ୍ଠ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏଥିସହ, ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ପ୍ରୟାସକୁ ସମ୍ମାନିତ କରିବା ପାଇଁ “ହିନ୍ଦୀ ପ୍ରମୋସନ ସ୍କିମ୍” ଅଧୀନରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମ୍ସରେ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ କରିବାରେ ଉତ୍କର୍ଷତା ପାଇଁ ମେଡିକାଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ସମ୍ମାନଜନକ ରୋଲିଂ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ହିନ୍ଦୀ ଭାଷାର ମହତ୍ତ୍ ସଂପର୍କରେ ମତ ରଖିବା ସହିତ, ସଫଳତାର ସହିତ ଏହି ପକ୍ଷ ପାଳନ ନିମନ୍ତେ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ।

ରେଡିଓ ଡାଇଗ୍ନୋସିସ ବିଭାଗ ମୁଖ୍ୟ ଡ. ଏନ୍ ଦୀପ ବ୍ୟାଗ, ହିନ୍ଦୀ ପକ୍ଷ ପାଳନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।   ଡିନ୍(ଗବେଷଣା) ଡ. ସତ୍ୟଜିତ ମିଶ୍ର, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ଉତ୍ସବରେ  ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଅତିଥି ଡ. ବାଗ ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ଭାଷାର ମହତ୍ତ୍ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସରକାରୀ ଭାଷା ଅଧିନିୟମ ଅନୁଯାୟୀ ହିନ୍ଦୀରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିବାକୁ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଆହ୍ଵାନ କରିଥିଲେ।

ବରିଷ୍ଠ ହିନ୍ଦୀ ଅଧିକାରୀ ଇନ୍ଦରଜିତ ସିଂ’ଙ୍କ ସମେତ ବିକି ଭର୍ମା, ବିକି କୁମାର ସାହୁ, ଗୋବିନ୍ଦ ଚୌଧୁରୀ, ରୋହିତ ସିଂ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026
Latest News

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.