Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରିୟାଣା ନିର୍ବାଚନ: ୧୯ ଟି ଆସନରେ କଡା ମୁକାବିଲା!, କଂଗ୍ରେସର ଖେଳକୁ ବିଗାଡ଼ିବ କି ବିଜେପି?
ଆଜିର ଖବର

ହରିୟାଣା ନିର୍ବାଚନ: ୧୯ ଟି ଆସନରେ କଡା ମୁକାବିଲା!, କଂଗ୍ରେସର ଖେଳକୁ ବିଗାଡ଼ିବ କି ବିଜେପି?

October 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି କଂଗ୍ରେସ
ବିଧାନସଭା ନିର୍ବାଚନ ପାଇଁ ବିଜେପିକୁ ୧୪୦୦ କୋଟି ଦାନ!: ଜାଣନ୍ତୁ କଂଗ୍ରେସକୁ ମିଳିଲା କେତେ?

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ହରିୟାଣା ବିଧାନସଭାର ସମସ୍ତ ୯୦ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୮ ତାରିଖରେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ସହିତ ଏହାର ଫଳାଫଳ ଆସିବ। ତେବେ ଏହା ପୂର୍ବରୁ ଏକଜିଟ୍ ପୋଲର ଫଳାଫଳ ପ୍ରକାଶ ପାଇଛି। ପ୍ରାୟ ସମସ୍ତ ଏକଜିଟ୍ ପୋଲରେ କଂଗ୍ରେସ ସରକାର ଗଠନ କରୁଥିବା ଦର୍ଶାଯାଇଛି।

ପୋଲ୍ ଅଫ୍ ପୋଲ୍ ଅନୁଯାୟୀ, ହରିୟାଣାରେ ବିଜେପି ୨୫ ଟି ଆସନ, କଂଗ୍ରେସ ୫୫ ଟି ଆସନ, ଜେଜେପି ସହଯୋଗୀ ଦଳ ଗୋଟିଏ ଆସନ, IALD ସହଯୋଗୀ ଦଳ ୩ ଟି ଆସନ ଏବଂ ଅନ୍ୟମାନେ ୬ ଟି ଆସନ ପାଇପାରନ୍ତି। ଯଦି ଏହା ଘଟେ ତେବେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହୋଇପାରିବ। ବାସ୍ତବରେ, ହରିୟାଣାର ସରକାର ଗଠନ ପାଇଁ ୪୬ ଆସନ ଆବଶ୍ୟକ।

୧୯ ଟି ଆସନରେ କଡା ମୁକାବିଲା:

ସି ଭୋଟର ଏକଜିଟ୍ ପୋଲ୍ ମଧ୍ୟ ହରିୟାଣାରେ କଂଗ୍ରେସ ଗଠନ କରୁଥିବା ଦର୍ଶାଉଛି। ଏହି ସର୍ଭେରେ କଂଗ୍ରେସ ୫୦-୫୮ ଟି ଆସନ ପାଉଥିବା ଆକଳନ କରାଯାଉଛି। ଏଥିସହ ବିଜେପିକୁ ୨୦-୨୮ ଟି ଆସନ ମିଳିବ ବୋଲି ଆଶା କରାଯାଉଛି। ଯେତେବେଳେ କି ଅନ୍ୟ ଖାତାକୁ ୧୦-୧୬ ସିଟ୍ ଯାଉଥିବା ଜଣାପଡିଛି।

ସି ଭୋଟର ଏକଜିଟ୍ ପୋଲ୍ ଅନୁଯାୟୀ ହରିୟାଣାରେ ୧୯ ଟି ସିଟ୍ ଉପରେ କଡା ଟକ୍କର ରହିଛି। ଏହି ଆସନଗୁଡ଼ିକରେ ବିଜୟର ମାର୍ଜିନ୍ ବହୁତ କମ୍ ଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଏହି ଆସନଗୁଡ଼ିକ କୌଣସି ଦଳକୁ ଯାଇପାରେ। ସି ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ କହିଛନ୍ତି ଯେ, ଯଦି ଏହି ଆସନଗୁଡିକ କଂଗ୍ରେସ ଖାତାକୁ ଯାଏ, ତେବେ ଦଳ ୬୦ରୁ ଅଧିକ ସିଟ୍ ଜିତିପାରିବ। ଯଦିଓ ଏହା ବିଜେପିର ଖାତାକୁ ଯାଏ, ଶାସକ ଦଳ ବିଜୟର ହ୍ୟାଟ୍ରିକ୍ ସ୍କୋର କରିବା ସ୍ଥିତିରେ ରହିବ ନାହିଁ। କାରଣ ଏହି ୧୯ ଟି ଆସନ ମଧ୍ୟରୁ ୧୩ ଟିରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି।

ଗତ ୧୦ ବର୍ଷ ମଧ୍ୟରେ ହରିୟାଣାରେ ବିଜେପି ସରକାର ଅଛି। ଯଦି ଏଥର ଏକଜିଟ୍ ପୋଲ୍ ସତ୍ୟ ପ୍ରମାଣିତ ହୁଏ, ତେବେ କଂଗ୍ରେସ ୧୦ ବର୍ଷ ପରେ ହରିୟାଣାକୁ ଫେରିବ। ଏକଜିଟ୍ ପୋଲ୍ ଅନୁଯାୟୀ, ହରିୟାଣାରେ ବିଜେପି ଆଣ୍ଟି ଇନକନଭେନ୍ସି ଯୋଗୁଁ କ୍ଷତି ହୋଇଛି। ଏହି କାରଣରୁ ଏଥର ବିଜେପିକୁ ରାଜ୍ୟରେ ପରାଜୟର ସାମ୍ନା କରିବାକୁ ପଡିପାରେ।

Exit Poll 2024 haryana Haryana Assembly Election 2024
Share. Facebook Twitter LinkedIn Email WhatsApp Copy Link

Related Posts

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

September 10, 2026

ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି

September 10, 2026

ମଧୁ ଗୌଡ଼ ୟାସ୍ଖୀଙ୍କୁ ବଡ଼ ଦାୟିତ୍ୱ, ଅଲ୍ ଇଣ୍ଡିଆ ପ୍ରଫେସନାଲ୍ସ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ

September 10, 2026

ବିଲ୍ଡିଂ ଦୁର୍ଘଟଣା: ସ୍ଲାବ୍ ଭୁଶୁଡ଼ି ଫସିଲେ ୧୫ ଶ୍ରମିକ, ସମସ୍ତେ ସୁରକ୍ଷିତ ଉଦ୍ଧାର

September 10, 2026
Latest News

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

September 10, 2026

ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି

September 10, 2026

ମଧୁ ଗୌଡ଼ ୟାସ୍ଖୀଙ୍କୁ ବଡ଼ ଦାୟିତ୍ୱ, ଅଲ୍ ଇଣ୍ଡିଆ ପ୍ରଫେସନାଲ୍ସ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ

September 10, 2026

ବିଲ୍ଡିଂ ଦୁର୍ଘଟଣା: ସ୍ଲାବ୍ ଭୁଶୁଡ଼ି ଫସିଲେ ୧୫ ଶ୍ରମିକ, ସମସ୍ତେ ସୁରକ୍ଷିତ ଉଦ୍ଧାର

September 10, 2026

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.