Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଷଣକୁ ଗୁରୁତ୍ୱ: ସମ୍ମମରେ ସୁନୋ ୨.୦ ଆୟୋଜିତ
ଆଜିର ଖବର

ପୋଷଣକୁ ଗୁରୁତ୍ୱ: ସମ୍ମମରେ ସୁନୋ ୨.୦ ଆୟୋଜିତ

October 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୋଷଣର ଗୁରୁତ୍ୱ ଏବଂ ଖାଦ୍ୟ ଗ୍ରହଣ ପ୍ରକ୍ରିୟାକୁ ନେଇ ଗତ ଶନିବାର ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ସମ୍ ଅଲ୍ଟିମେଟ ନ୍ୟାସ୍‌ନାଲ ନ୍ୟୁଟ୍ରିସନ୍ ଓରିଏନ୍‌ଟେସନ୍ (ସୁନୋ ୨.୦) କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା ହୋଇଯାଇଛି।

ଏହି ଶୈକ୍ଷିକ କାର୍ଯ୍ୟକ୍ରମରେ ସାରା ଦେଶରୁ ୯ ଜଣ ବିଶେଷଜ୍ଞ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମକୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୋଷଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଚଳିତ ବର୍ଷର ପ୍ରସଙ୍ଗ ‘କ୍ରିଟିକାଲ୍ ନ୍ୟୁଟ୍ରିସନ୍ ଇନ୍ ଆକ୍ସନ୍‌’ ହିଁ ସୂଚାଉଛି ଯେ ସୁସ୍ଥ ହେବା ନିମନ୍ତେ ପୋଷଣ କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପୋଷଣର ଅନିୟମିତତାକୁ ଚିହ୍ନଟ କରିପାରିଲେ ରୋଗର ଜଟିଳତା କମି ଯାଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ ବୋଲି ସେ କହିଥିଲେ। ଏହି କ୍ଷେତ୍ର ବେଶ ବ୍ୟାପକ। ପୋଷଣ କ୍ଷେତ୍ରରେ ଗବେଷଣାର ଆବଶ୍ୟକତା ରହିଛି ବୋଲି ଡକ୍ଟର ଦାଶ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ରୋଗୀମାନଙ୍କୁ ଅସାଧାରଣ ରୋଗୀ ସେବା ପ୍ରଦାନ କରିବା ନିମନ୍ତେ ଅତ୍ୟାଧୁନିକ ପୋଷଣ ଜନିତ ଜ୍ଞାନ ଆହରଣ କରିବାର ଆବଶ୍ୟକତା ରହିଥିବା ବେଳେ ସୁନୋ ୨.୦ ଭଳି କାର୍ଯ୍ୟକ୍ରମ ଏହି ଲକ୍ଷ୍ୟ ପୂରଣ ହେବାରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ନାୟକ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ମେଡିସିନ୍ ବିଭାଗର ସିନିୟର କନ୍‌ସଲଟାଂଟ ତଥା ସୁନୋର ଏକାଡେମିକ୍ ଆଡଭାଇଜର ଡାକ୍ତର କୁମାର ଧର, ଡାଏଟିକ୍ସ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଅର୍ଗାନାଇଜିଂ ସେକ୍ରେଟାରୀ ସୁଶ୍ରୀ ସଂଗୀତା ଜେନା ବକ୍ତବ୍ୟ ରଖିଥିଲେ।

ବ୍ରିଗେଡିୟର ମିଶ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଡାଏଟିକ୍ସ କ୍ଷେତ୍ରର ବ୍ୟକ୍ତି ବିଶେଷ ବେଶ ଆଗ୍ରହର ସହ ଭାଗ ନେଇଥିବାରୁ ପ୍ରଶଂସା କରିବା ସହ ସମ୍ମମର ଡାଏଟିକ୍ସ ଟିମ୍ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅନେକ ସହଯୋଗ କରୁଥିବା ପ୍ରକାଶ କରିଥିଲେ।

ଡାକ୍ତର ଧର କହିଥିଲେ ଯେ ଶିଶୁଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପୋଷଣ କ୍ଷେତ୍ରରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଶ୍ରୀମତି ଜେନା କହିଥିଲେ ଯେ ଭବିଷ୍ୟତରେ ପୋଷଣ ସମ୍ପର୍କିତ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜନ କରାଯିବାର ଯୋଜନା ରହିଛି।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କିଡସ ହସ୍ପିଟାଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଆଲୋକ କାନୁନ୍‌ଗୋ, ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ୍‌ର ଲିଡ୍ କ୍ଲିନିକାଲ୍ ଡାଏଟିସିଆନ୍ ଡାକ୍ତର ରାଧା ରେଡ୍ଡୀ ଚଢ଼ା, କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ଚିଫ୍ ମେଡିକାଲ ଅଫିସର ତଥା ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ଶଶିକାନ୍ତ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମାନସିକ ରୋଗ ପିଜି ବିଭାଗର ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର, ସମ୍ମମ୍‌ର ଜେରିଆଟ୍ରିକ୍ ମେଡିସିନ୍ ବିଭାଗର କନ୍‌ସଲଟାଂଟ ଡାକ୍ତର ପୁର୍ଣ୍ଣ ଚନ୍ଦ୍ର ଦାସ, କିମ୍ସର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଶ୍ୱେତା ପରିଡ଼ା ଏବଂ କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଡାକ୍ତର ଆଲିଶା ଚୌଧୁରୀ ବକ୍ତବ୍ୟ ରଖିଥିଲେ।

ସମ୍ ଅଲ୍ଟିମେଟ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026
Latest News

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.