ନୂଆଦିଲ୍ଲୀ: ହରିୟାଣାର ଟ୍ରେଣ୍ଡରେ ପଲଟିଲା ଖେଳ। ଏକ ବଡ଼ ଓଲଟା ପାଲଟ ଦେଖାଯାଉଛି। ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ପ୍ରତିଯୋଗିତା ହେଉଥିବା ଜଣାପଡିଛି। ଟ୍ରେଣ୍ଡରେ ଏକ ସମୟରେ କଂଗ୍ରେସ ୬୫ ଟି ଆସନରେ ଆଗରେ ଥିଲା। କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ପରେ ବର୍ତ୍ତମାନ ବିଜେପି ୪୯ ଟି ଆସନରେ ଆଗରେ ଚାଲୁଥିବା ବେଳେ ଏବଂ ୩୭ ଟି ଆସନରେ କଂଗ୍ରେସ ଆଗୁଆ ରହିଛି। ଅନ୍ୟମାନେ ୪ ଟି ଆସନରେ ଅଗ୍ରଣୀ ଅଛନ୍ତି।