ଦୁଇଟି ରାଜ୍ୟର ନିର୍ବାଚନ ଫଳାଫଳ: ନିର୍ବାଚନ ଆୟୋଗଙ୍କ ହିସାବରେ କେଉଁ ଦଳର କ’ଣ ରହିଛି ସ୍ଥିତି?

Published: Oct 8, 2024, 12:00 pm IST
Jammu and Kashmir Election

ନୂଆଦିଲ୍ଲୀ: ଆଜି ହରିୟଣା ଓ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ଉଭୟ ରାଜ୍ୟର ୯୦ ଟି ଆସନ ପାଇଁ ଭୋଟ ଗଣନା ଜାରି ରହିଥିବା ବେଳେ ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରାରମ୍ଭିକ ଟ୍ରେଣ୍ଡରେ କେଉ ଦଳ କେତେ ଆସନରେ ଅଗ୍ରଣୀ କରୁଛି, ତାହା ଘୋଷଣା କରାଯାଉଛି।

ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ, ବର୍ତ୍ତମାନ ହରିୟଣାରେ ବିଜେପି ୪୯ ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୩୫ ଟି ଆସନ, ଆଇଏନଏଲଡି ୧ ଟି, ବିଏସପି ୧ ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୪ ଟି ଆସନରେ ଆଗୁଆ ରହିଛନ୍ତି।

ସେହିଭଳି ଜାମ୍ମୁକାଶ୍ମୀରରେ ୯୦ ଟି ଆସନରେ ଏନସି ୪୨ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୬ ଟି ଆସନ, ଭାରତୀୟ ଜାତୀୟ କଂଗ୍ରେସ ୧୦ ଟି ଆସନ, ପିଡିପି ୩ ଟି ଆସନ, ଜେପିସି ୨ ଟି, ବାମଦଳ ୧ ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୬ ଟି ଆସନରେ ଅଗ୍ରଣୀ କରୁଛନ୍ତି।

Related posts