୫ରୁ ସ୍ବାଭାବିକ୍‌ ମୌସୁମୀ : ରଥଯାତ୍ରାରେ ପାଗ ରହିବ ଶୁଖିଲା

Published: Jul 3, 2019, 12:03 pm IST

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଛତିଶଗଡ ଆଡେ ମୁହାଁଇଛି। ଫଳରେ ଆଗାମୀ ୨ଦିନ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତ ୩ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ହେଉଥିଲା। ଆସନ୍ତା ଦୁଇ ଦିନ ପାଗ ଶୁଖିଲା ରହିବ। ଫଳରେ ରଥଯାତ୍ରାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ଅନୁମାନ କରାଯାଉଛି। କିନ୍ତୁ ଉପକୂଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବ। ଆହୁରି ମଧ୍ୟ ବର୍ଷା ପାଇଁ କୌଣସି ୱର୍ଣ୍ଣିଂ ଜାରି ହୋଇ ନଥିବା ସହ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯାଇପାରିବେ ବୋଲି ବିଭାଗ କହିଛି। ଏତତ ବ୍ୟତୀତ ଆସନ୍ତା ୫ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ଜୁନରେ ମୌସୁମୀ ସକ୍ରିୟ ନଥିଲା ତେବେ ଆଗକୁ ମୌସୁମୀ ବର୍ଷା ଠିକ ରହିବ ବୋଲି ପାଣିପାଗ ବିଭାଗ କହିଛି।

Related posts