କଟକ ହେବ ସ୍ମାର୍ଟ ସିଟି, ଦଶହରା ଅବସରରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published: Oct 12, 2024, 11:02 pm IST

ଭୁବନେଶ୍ବର: ଖୁବ ଶିଘ୍ର ଓଡିଶାର ଐତିହ୍ୟ ସହର କଟକକୁ ସ୍ମାର୍ଟ ସିଟି କରାଯିବ। ଏ ନେଇ ଆଜି ପୂଜା ମଣ୍ଡପ ବୁଲିଲା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ସରକାର କଟକକୁ ସ୍ମାର୍ଟ ସିଟି କରିବା ପାଇଁ ଅବଗତ ଅଛନ୍ତି। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ଏ ନେଇ ବହୁଦିନରୁ କଟକବାସୀ ଦାବୀ କରିଆସୁଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ପ୍ରାୟ ଚାଳିଶଟି ମେଢ ପରିକ୍ରମା କରିଛନ୍ତି। ସେ ମାଙ୍କୁ ଦର୍ଶନ କରିବା ସହିତ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି।

Related posts