ବିଜେଡ଼ି ବିଧାୟକମାନଙ୍କୁ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି । କିପରି ଭାବେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ନେଇ ଆଲୋଚନା କରିଛନ୍ତି । ନବୀନ ଏହି ବୈଠକରେ ନବନିର୍ବାଚିତ ଓ ପୁରୁଣା ବିଧାୟକଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ପ୍ରାତଃଭୋଜନ ଦେଇ ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିଥିଲେ ନବୀନ । ଏହି ଅବସରରେ ସରଳ ଓ ନମ୍ର ହେବାକୁ ପରାମର୍ଶ ଦେଇଛନ୍ତି ନବୀନ। ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ। ଅର୍ଥଲୋଭ ଛାଡ଼ି ଲୋକଙ୍କ ସେବା କରିବାକୁ ଉପଦେଶ ଦେଇଛନ୍ତି ନବୀନ। ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବିଜେଡ଼ି ମୁଖିଆ ନବନିର୍ବାଚିତ ଓ ପୁରୁଣା ବିଧାୟକଙ୍କୁ ନେଇ ବୈଠକ ବସିଥିଲା।