ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ଗୁଳି କରି ହତ୍ୟା ଘଟଣାର ଭିନ୍ନ ମୋଡ, ପୋଲିସର ତଦନ୍ତ ଜୋରଦାର

Published: Oct 13, 2024, 2:16 pm IST

ମୁମ୍ବାଇ:  ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ହତ୍ୟା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଗତକାଲି ରାତିରେ ମୁମ୍ବାଇର ପୂର୍ବ ବାନ୍ଦ୍ରା ଥିବା ତାଙ୍କ ପୁଅ ଜିଶାନ ସିଦ୍ଦିକଙ୍କ କାର୍ଯ୍ୟାଳୟ ବାହାରେ ଏନସିପି ନେତା ସିଦ୍ଦିକଙ୍କୁ ହତ୍ୟା କରାଯାଇଥିଲା।

ପୋଲିସର ସୂଚନାନୁସାରେ ଏହି ହତ୍ୟାକାଣ୍ଡରେ ତିନିଜଣ ଗୁଳି ଚଳାଇଥିଲେ। ଏହି ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଜଣେ ହରିୟାଣାର ୨୩ ବର୍ଷିୟ ଗୁରୁମେଲ ବଲଜିତ ସିଂ ଏବଂ ଅନ୍ୟଜଣେ ଉତ୍ତରପ୍ରଦେଶର ୧୯ ବର୍ଷର ଧରମରାଜ କାଶ୍ୟପ। ତୃତୀୟଟି ମଧ୍ୟ ୟୁପିରୁ ଶିବ କୁମାର ଗୌତମ ବୋଲି ଜଣାପଡିଛି, ହେଲେ ସେ ଫେରାର ଅଛି। ଜଣେ ଚତୁର୍ଥ ବ୍ୟକ୍ତି ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଛି ଯେ କି ପୁରା ଘଟଣାକୁ ସେ ନିୟନ୍ତ୍ରଣ କରୁଥିଲା। ତେବେ ସେ କିଏ ପୋଲିସ ଅନୁସନ୍ଧାନ କରୁଛି।

ଗତକାଲି ରାତି ପ୍ରାୟ 9 ଟା 30 ବେଳେ ଘଟିଥିବା ଏହି ଘଟଣାରେ ଶ୍ରୀ ସିଦ୍ଦିକ ଏବଂ ତାଙ୍କ ସହଯୋଗୀଙ୍କୁ ଆକ୍ରମଣକାରୀମାନେ ଟାର୍ଗେଟ କରି ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ସିଦ୍ଦିକଙ୍କ ଛାତିରେ ଗଭୀର ଆଘାତ ସୃଷ୍ଟି ହୋଇଥିଲା। ଗୁଳିର କିଛି ଘଣ୍ଟା ପରେ କୁଖ୍ୟାତ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ହତ୍ୟାକାଣ୍ଡର ଦାୟୀ ବୋଲି ଦାବି କରିଛି।

Related posts