କେନ୍ଦ୍ରରେ ମୋଦି ସରକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ନାମ ବଦଳାଇ କେବଳ ବଙ୍ଗଳା କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଗୃହ ମନ୍ତ୍ରାଳୟ ଅସ୍ବୀକାର କରିଛି। ଗୃହମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରାଯିବନି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟର ନାମ ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଥାଏ ବୋଲି ନିତ୍ୟାନନ୍ଦ କହିଛନ୍ତି। ପୂର୍ବରୁ ୨୦୧୧ରେ ମଧ୍ୟ ମମତା ବାନାର୍ଜୀ ସରକାର ରାଜ୍ୟର ନାମ ବଦଳାଇ ’ପଶ୍ଚିମ ବଙ୍ଗ’ ରଖିବାକୁ ପ୍ରସ୍ତାବ ଦେଇଥିଲେ। ସେହିସମୟରେ ମଧ୍ୟ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ତରଫରୁ ଖାରଜ ହୋଇଥିଲା। ରାଜ୍ୟର ନାମ ପରିବର୍ତ୍ତନ ପ୍ରକିୟା ୨୦୧୬ରେ ଆରମ୍ଭ ହୋଇଥିଲା ବୋଲି ପଶ୍ଚିମବଙ୍ଗ ସହରୀ ବିକାଶ ମନ୍ତ୍ରୀ ଫିର୍ହାଦ୍ ହକିମ୍ କହିଛନ୍ତି।
ମମତା ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ କେନ୍ଦ୍ର ସରକାର : ପଶ୍ଚିମ ବଙ୍ଗାଳର ନାମ ପରିବର୍ତ୍ତନ ହେବ ନାହିଁ
Published:
Jul 3, 2019, 3:36 pm IST
Tags: