
ଭୁବନେଶ୍ବର: ଆଜି ସଂଧ୍ୟାରେ ଅନୁଗୁଳସ୍ଥିତ ଜିନ୍ଦଲ ପ୍ଲାଣ୍ଟରେ ଏକ ବିସ୍ପୋରଣ ଘଟି ନିଆଁ ଲାଗିଯାଇଥିବାର ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଜିନ୍ଦଲ ପ୍ଲାଣ୍ଟ ଭିତରେ ଏକ ବଡ ଶଦ୍ଦ ହୋଇଥିଲା। ଏହାପରେ ହୁତୁହୁତୁ ହୋଇ ନିଆଁ ଲାଗିଯାଇଥିଲା।
ତେବେ ଏହି ଘଟଣା ଜଣାପଡିବା ପରେ କଂପାନୀ କର୍ତ୍ତୁପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିବାର ଜଣାପଡିଛି। ତେବେ ପ୍ଲାଣ୍ଟର କୌଣସି ପାଇପ ଫାଟି ଏପରି ଦୁର୍ଘଟଣା ହୋଇଥିବାରୁ ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବାର ଜଣାପଡିଛି।