Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ପାଳିଲା ବିଶ୍ଵ ଧଳାବାଡ଼ି ଦିବସ ୨୦୨୪, ଜାଣନ୍ତୁ କଣ ହେଲା କାର୍ଯ୍ୟକ୍ରମ
ଆଜିର ଖବର

ଓଡିଶା ପାଳିଲା ବିଶ୍ଵ ଧଳାବାଡ଼ି ଦିବସ ୨୦୨୪, ଜାଣନ୍ତୁ କଣ ହେଲା କାର୍ଯ୍ୟକ୍ରମ

October 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ପାଳିଲା ବିଶ୍ଵ ଧଳାବାଡ଼ି ଦିବସ ୨୦୨୪, ଜାଣନ୍ତୁ କଣ ହେଲା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏକ ପୂର୍ଣ୍ଣାଙ୍ଗ ସମାଜ ଗଠନ କରିବା ନିମନ୍ତେ ଧଳାବାଡ଼ି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ସମାଜରେ ଆତ୍ମନିର୍ଭରଶୀଳ କରିବା ପାଇଁ ଧଳାବାଡି ର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି।

ଧଳାବାଡ଼ି ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରାଇ ସମାଜରେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଯେପରି ସମାନତାର ଅଧିକାରକୁ ସାବ୍ୟସ୍ତ କରିପାରିବ ସେଥି ନିମନ୍ତେ ଆତ୍ମବିଶ୍ଵାସ ଜାଗ୍ରତ କରାଇଥାଏ। ଏକ ଅନ୍ତର୍ନିବେଶି ସମାଜ ଗଠନ ନିମନ୍ତେ ଦୃଷ୍ଟିବାଧିତମାନଙ୍କୁ ସମାଜର ସାଧାରଣ ବ୍ୟକ୍ତି ମାନଙ୍କ ସହ ସମକକ୍ଷ କରିବା ପାଇଁ ଧଳାବାଡ଼ି ଦୃଷ୍ଟିବାଧିତମାନଙ୍କୁ ସଶକ୍ତ କରିଥାଏ। ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (SISER) ଆନୁକୁଲ୍ୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ଵ ଧଳାବାଡ଼ି ଦିବସ ୨୦୨୪ ପାଳନ ଅବସରରେ ଏହି ଭଳି କିଛି ମତ ପ୍ରକାଶ ପାଇଛି।

ମହାସମାରୋହରେ ପାଳିତ ଏହି ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ କହିଥିଲେ ଯେ ଏକ ଅନ୍ତର୍ନିବେଶି ସମାଜ ଗଠନ ରେ ଧଳାବାଡ଼ି  ଦିବସର ଗୁରୁତ୍ୱ ବେଶ ଅଧିକ। ସନ୍ଥ କବି ଭୀମ ଭୋଇଙ୍କର ଏକ ସୁନ୍ଦର ପଙ୍କ୍ତିରୁ ଆରମ୍ଭ କରି ସେ କହିଥିଲେ ଯେ ଓଡ଼ିଶା ସରକାର ଦୃଷ୍ଟିବାଧିତମାନଙ୍କ ପାଇଁ ଦେଶ ର ପ୍ରଥମ ଏକ ସ୍ଵତନ୍ତ୍ର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।

ଏହା ପରେ ପରେ ବିଭାଗର ତଥା ସାଇଜରର ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ ଯୋଗଦେବା ସହ ପତାକା ହଲାଇ ଧଳାବାଡ଼ି ଦିବସର ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ଏଥିସହ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶାସନ ସଚିବ ଦୀପକ କୁମାର ରାଉତରାୟ ଏବଂ ଉପଶାସନ ସଚିବ ସନ୍ନ୍ୟାସ କୁମାର ବେହେରା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାୟତଃ ଛଅଶହରୁ ଉର୍ଦ୍ଧ୍ଵ ଶିକ୍ଷାର୍ଥୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ ଦୃଷ୍ଟିବାଧିତ ବ୍ୟକ୍ତି ବିଶେଷ ମଧ୍ୟ ଯୋଗଦାନ କରିଥିଲେ।

ଏହି ରାଲିରେ ଦୃଷ୍ଟିବାଧିତ ଶିକ୍ଷାର୍ଥୀ ମାନେ ଡ୍ରମ, ତୂରୀ ,ଝାଞ୍ଜି ଓ ଝୁମୁକା ଆଦି ବାଦନ କରିବା ସହ ପଥପ୍ରାନ୍ତ ନାଟକ ପିରାମିଡ୍ ଏବଂ ସ୍ଲୋଗାନ ମାଧ୍ୟମରେ ବିଭିନ୍ନ ସଚେତନମୂଳକ ବାର୍ତ୍ତା ପ୍ରଦାନ ପୂର୍ବକ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଫାଟକ ଠାରୁ ଷ୍ଟୁଆର୍ଟ ସ୍କୁଲ୍ ଛକ ପର୍ଯ୍ୟନ୍ତ ଯାଇ ପ୍ରତ୍ୟାବର୍ତ୍ତନ କରିଥିଲେ।  ଦୃଷ୍ଟିବାଧିତ  ଶିକ୍ଷାର୍ଥୀ କଳା କୌଶଳ ସମସ୍ତଙ୍କୁ ଆଚମ୍ବିତ କରିଥିଲା। ସଂପୃକ୍ତ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଟି ସଫଳ ଭାବେ ସମ୍ପାଦିତ ହୋଇଥିଲା। ବହୁ ଜନସାଧାରଣ ଉକ୍ତ ପଦଯାତ୍ରାରେ ସାମିଲ ହୋଇ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025

‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ

December 19, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ସରକାରୀ କାର୍ଯ୍ୟରେ ଏଆଇ ବ୍ୟବହାର ନେଇ ରାଜ୍ୟ ସରକାର ଆଗ୍ରହୀ: ମନ୍ତ୍ରୀ ଡଃ ମହାଲିଙ୍ଗ

December 19, 2025
Latest News

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025

‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ

December 19, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ସରକାରୀ କାର୍ଯ୍ୟରେ ଏଆଇ ବ୍ୟବହାର ନେଇ ରାଜ୍ୟ ସରକାର ଆଗ୍ରହୀ: ମନ୍ତ୍ରୀ ଡଃ ମହାଲିଙ୍ଗ

December 19, 2025

ଅମିୟ ପଟ୍ଟନାୟକ ହେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ନୂତନ ଅଧ୍ୟକ୍ଷ 

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.