Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଭାରତ ବିନା ୨୦୨୫ ଚାମ୍ପିଅନ୍ସ ଟ୍ରଫି କଥା ଭାବିବା ମୂଲ୍ୟହୀନ’: ଏହି ବୟାନ ପରେ ପାକିସ୍ତାନର ବଢିଲା ଚିନ୍ତା
ଆଜିର ଖବର

‘ଭାରତ ବିନା ୨୦୨୫ ଚାମ୍ପିଅନ୍ସ ଟ୍ରଫି କଥା ଭାବିବା ମୂଲ୍ୟହୀନ’: ଏହି ବୟାନ ପରେ ପାକିସ୍ତାନର ବଢିଲା ଚିନ୍ତା

October 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ୍ରିମ-୧୧
ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବ ଏହି କମ୍ପାନୀ: ଡ୍ରିମ-୧୧ ର ନେବ ସ୍ଥାନ

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଆୟୋଜିତ ହେବ। ଅନେକ ମାସ ଧରି ଆଇସିସି ମଧ୍ୟ ଅପେକ୍ଷା କରିଛି, ପାକିସ୍ତାନ ଯିବା ପାଇଁ ଟିମ୍ ଇଣ୍ଡିଆ କେବେ ଅପଡେଟ ଦେଉଛି। ଭାରତରୁ ସ୍ପଷ୍ଟ ଆଭିମୁଖ୍ୟ ଅଭାବ ହେତୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଆଇସିସି ଏବଂ ଅନ୍ୟ ଦେଶଗୁଡ଼ିକର ଚିନ୍ତା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ବିଷୟରେ ଚିନ୍ତା ପ୍ରକଟ କରିଛି।

ଚାମ୍ପିଅନ୍ସ ଟ୍ରଫି ଉପରେ ଇସିବି ମୁଖ୍ୟ ରିଚାର୍ଡ ଗୋଲ୍ଡ କହିଛନ୍ତି ଯେ, “ମୁଁ ଭାରତ ବିନା ଟୁର୍ଣ୍ଣାମେଣ୍ଟ ବିଷୟରେ ଚିନ୍ତା କରେ ନାହିଁ। ଯଦି ଭାରତ ଏବଂ ପାକିସ୍ଥାନ ବିନା ଚାମ୍ପିଅନ୍ସ ଟ୍ରଫି ଖେଳନ୍ତି, ତେବେ ପ୍ରସାରଣ ଅଧିକାର ରହିବ ନାହିଁ। ଯଦି ଭାରତ ଟୁର୍ଣ୍ଣାମେଣ୍ଟରେ ନାହିଁ, ତେବେ କ୍ରିକେଟ୍ ପାଇଁ ଖୁସି ଖବର ହେବ ନାହିଁ। ଆମେ ସମସ୍ତେ ଅପେକ୍ଷା କରିଛୁ ଯେ, ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯିବ କି ନାହିଁ।

ରିଚାର୍ଡ ଗୁଲ୍ଡ ବିଶ୍ଵାସ କରନ୍ତି ଯେ, ଆଇସିସି ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଥିବା ଜୟ ଶାହାଙ୍କର ମଧ୍ୟ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯାଉଛି କି ନାହିଁ ଏଥିରେ ଏକ ପ୍ରମୁଖ ଭୂମିକା ରହିବ। ରିଚାର୍ଡ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଜୟ ଶାହା ନିଶ୍ଚିତ ଭାବରେ କିଛି ବାଟ ପାଇବେ ଏବଂ ତାଙ୍କୁ କ୍ରିକେଟର ଉନ୍ନତି ପାଇଁ ଏକ ରାସ୍ତା ଖୋଜିବାକୁ ପଡ଼ିବ। କିଛି ସପ୍ତାହ ପୂର୍ବରୁ ବିସିସିଆଇର ଉପସଭାପତି ରାଜୀବ ଶୁକ୍ଲା କହିଥିଲେ ଯେ, ଭାରତୀୟ ଦଳ ବିଦେଶରେ କ୍ରିକେଟ୍ ଖେଳିବାକୁ ଯିବ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ଭାରତ ସରକାରଙ୍କ ହାତରେ ଅଛି, କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିନାହାଁନ୍ତି।

୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ, ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବ। ପିସିବି ଚାମ୍ପିଅନ୍ସ ଟ୍ରଫି ସଂପୂର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜନ କରିବାକୁ ଜିଦ୍ ଧରିଛି ଏବଂ ସେମାନେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ହାଇବ୍ରିଡ୍ ମଡେଲ୍ ଗ୍ରହଣ କରାଯିବ ନାହିଁ। ଏଭଳି ପରିସ୍ଥିତିରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ଝୁଲୁଛି ବୋଲି କହିବା ଭୁଲ ହେବ ନାହିଁ।

Champions Trophy News ECB ICC Champions Trophy 2025 indian cricket team Pakistan Cricket Board
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.