Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ ଆଉ ଅନ୍ଧ ନୁହେଁ, ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳା ପଟି, ହାତରେ ସମ୍ବିଧାନ
ଆଜିର ଖବର

ଆଇନ ଆଉ ଅନ୍ଧ ନୁହେଁ, ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳା ପଟି, ହାତରେ ସମ୍ବିଧାନ

October 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇନ ଆଉ ଅନ୍ଧ ନୁହେଁ, ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳା ପଟି, ହାତରେ ସମ୍ବିଧାନ

ନୂଆଦିଲ୍ଲୀ: ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏହି ବାର୍ତ୍ତା ଏଣିକି ଲୋକଙ୍କ ପାଖରେ ପହଞ୍ଚିବ। ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ।

କାରଣ କୋର୍ଟରେ ରହୁଥିବା ନ୍ୟାୟ ଦେବୀଙ୍କ ଆଖିରେ ଲାଗିଥିବା କଳା ପଟିକୁ ହଟାଇ ଦିଆଯାଇଛି। ପୂର୍ବରୁ ନ୍ୟାୟଦେବୀ ହାତରେ ଖଣ୍ଡା ଧରିଥିବା ବେଳେ ଏବେ ସମ୍ବିଧାନ ଧରିଛନ୍ତି।

ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି। ଏହାର ପ୍ରଥମ ଝଲକ ପଦାକୁ ଆସିଛି।

ଭାରତୀୟ ନ୍ୟାୟ ଦେବୀଙ୍କୁ ନୂଆ ରୂପ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ସ୍ୱରୂପକୁ ବଦଳା ଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ।

କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି। ସେହିପରି ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ ମଧ୍ୟ କାଢ଼ିବାକୁ ସେ କହିଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମୂର୍ତ୍ତି ତିଆରି କରାଯାଇଛି।

ନ୍ୟାୟଦେବୀ ପୂର୍ବରୁ ବାମ ହାତରେ ନ୍ୟାୟ ତରାଜୁ ଧରିଥିଲେ। ଡାହାଣ ହାତରେ ଖଣ୍ଡା ଧରିଥିଲେ। ତାଙ୍କ ଆଖିରେ କଳା ପଟି ବନ୍ଧା ଯାଇଥିଲା। ହେଲେ ଏହାକୁ ବଦଳା ଯାଇଛି। ନ୍ୟାୟ ଦେବୀ ବାମ ହାତରେ ସମ୍ବିଧାନ ଧରିଛନ୍ତି। ଡାହାଣ ହାତରେ ନ୍ୟାୟର ତରାଜୁ ରହିଛି। କିନ୍ତୁ ପୂର୍ବଭଳି ଆଖିରେ କଳାପଟି ନାହିଁ।

କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି।

ପୂର୍ବରୁ ନ୍ୟାୟ ଦେବୀଙ୍କ ଆଖିରେ କଳା ପଟି ବନ୍ଧା ଯାଇ ସମସ୍ତେ ନ୍ୟାୟପାଳିକା ଆଗରେ ସମାନ ବୋଲି ବାର୍ତ୍ତା ଦିଆଯାଉଥିଲା। ନ୍ୟାୟ ଦେବୀ ଧନୀ, ଗରିବ କିମ୍ବା କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଦେଖନ୍ତି ନାହିଁ।

ଖଣ୍ଡାକୁ ସର୍ବୋଚ୍ଚ ଅଧିକାରୀର କ୍ଷମତା ଓ ଅନ୍ୟାୟ ବିରୋଧରେ ଦଣ୍ଡ ଦେବାକୁ ସୂଚାଉ ଥିଲା। ହେଲେ ଏହା ବ୍ରିଟିଶ ମାନସିକତା ବୋଲି ସିଜେଆଇ ହୃଦୟଙ୍ଗମ କରି ଏହାକୁ ବଦଳାଇବାକୁ କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026
Latest News

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026

ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ ହାଇଦ୍ରାବାଦ: ଏହି ବିସ୍ଫୋରକ ଖେଳାଳି ନେବେ ନେତୃତ୍ଵ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.