Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ: ଉପକୃତ ହେବେ ସାଢ଼େ ୩ କୋଟି ଲୋକ
ଆଜିର ଖବର

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ: ଉପକୃତ ହେବେ ସାଢ଼େ ୩ କୋଟି ଲୋକ

October 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ନୂଆ ସରକାର ଆମ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିସାରିଛନ୍ତି। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ।

ଆକଳନ ଅନୁସାରେ ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ଆମ ରାଜ୍ୟର ୭୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ମଧ୍ୟ ଏହି କାର୍ଡରେ ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବେ। ଏବେ ରାସନ୍ କାର୍ଡ ଇ-କେୱାଇସି ଚାଲିଛି। ଏହା ସରିବା ପରେ ରାଜ୍ୟର କେତେ ସଂଖ୍ୟକ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ ତାହା ସ୍ପଷ୍ଟ ହେବ। ଏହି କାର୍ଡଧାରି ବ୍ୟକ୍ତି ସାରା ଦେଶରେ ପ୍ରାୟ ୨୭ ହଜାର ଅନୁବନ୍ଧିତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସେବା ପାଇପାରିବେ।

ଆୟୁଷ୍ମାନ ଭାରତ ଯୋଜନା ମୁକେଶ ମହାଲିଙ୍ଗ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, OBCC ହେବ ପେପର ଲେସ: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 13, 2025

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025

ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି

November 13, 2025
Latest News

ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, OBCC ହେବ ପେପର ଲେସ: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 13, 2025

ଏନଡିଏରୁ ମୁଖ୍ୟମନ୍ତ୍ରୀ ଭାବରେ କିଏ ଶପଥ ନେବେ?: ଭୋଟ ଗଣତି ପୂର୍ବରୁ ଚିରାଗ ପାସୱାନଙ୍କ ଦଳର ବଡ଼ ଦାବି 

November 13, 2025

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025

ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.