ବିମାନ ବନ୍ଦର ଲିଜ୍‌ ଦେବା ପ୍ରସ୍ତାବକୁ ମଂଜୁରୀ ଦେଲେ କେନ୍ଦ୍ର ସରକାର

Published: Jul 3, 2019, 7:17 pm IST

କେନ୍ଦ୍ରର ମୋଦି ସରକାର ଦେଶର ତିନି ବିମାନବନ୍ଦରକୁ ଲିଜ୍‌ରେ ଦେବା ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି। ବୁଧବାର ଦିନ ମୋଦି କ୍ୟାବିନେଟ୍‌ ବୈଠକ ଏନେଇ ନିଷ୍ପତ୍ତି ନିଆଯାଇଛି। ଅହମ୍ମଦାବାଦ, ଲକ୍ଷ୍ନୌ ଓ ମେଙ୍ଗଲୁର୍‌ ଏୟାର୍‌ପୋର୍ଟକୁ ଲିଜ୍‌ ଦେବା ପାଇ ନିଷ୍ପତ୍ତି ନେଇଛନ୍ତି। ଏବେ ଏହି ତିନି ଏୟାରପୋର୍ଟ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଅଧିକାରରେ ରହିଛି। ଆଜି କ୍ୟାବିନେଟ୍‌ ବୈଠକରେ ଧାନର ଏମ୍‌ଏସପି ମୂଲ୍ୟରେ ମଧ୍ୟ ବୃଦ୍ଧି। ଧାନ ସହିତ ଆଉ ୧୩ଟି ଶସ୍ୟର ଏମ୍‌ଏସପିରେ ମଧ୍ୟ ବୃଦ୍ଧି କରିବା ନେଇ ନିଷ୍ପତ୍ତି ନିଆଯାଇଛି।

Related posts