Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ଜିଓ ନା ଏୟାରଟେଲ, କିଏ ସର୍ବାଗ୍ରେ?: ରିପୋର୍ଟ ଦେଲା ଓପନ ସିଗ୍ନାଲ
ଆଜିର ଖବର

ଓଡିଶାରେ ଜିଓ ନା ଏୟାରଟେଲ, କିଏ ସର୍ବାଗ୍ରେ?: ରିପୋର୍ଟ ଦେଲା ଓପନ ସିଗ୍ନାଲ

October 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio ଏବଂ Airtel ର ଯୋଜନା
ଆଜି ଫୋନ ରିଚାର୍ଜ କଲେ, 2026 ଶେଷ ଯାଏଁ ଆଉ ଚିନ୍ତା ନାହିଁ, ଦେଖନ୍ତୁ Jio ଏବଂ Airtel ର ବାର୍ଷିକ ଯୋଜନା

ଭୁବନେଶ୍ୱର: ସର୍ବଶ୍ରେଷ୍ଠ ୫ଜି କଭରେଜ ଉପଲବ୍ଧତା ଏବଂ ଡାଉନଲୋଡ଼ ସ୍ପିଡ଼ ଅନୁଭୁତି ସହିତ ପ୍ରତିଦ୍ୱନ୍ଦୀ କମ୍ପାନୀମାନଙ୍କୁ ପଛରେ ପକାଇ ଓଡ଼ିଶାରେ ସର୍ବାଗ୍ରେ ରହିଛି ରିଲାଏନ୍ସ ଜିଓ। ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ ସଂସ୍ଥା ଓପନ ସିଗ୍ନାଲ ପକ୍ଷରୁ ପ୍ରକାଶିତ ସଦ୍ୟତମ ମୋବାଇଲ ନେଟୱାର୍କ ଅନୁଭୂତି ରିପୋର୍ଟରୁ ଏହା ଜଣାପଡିଛି। ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ୫ଜି ଉପଲବ୍ଧତା ସମୟ ସ୍କୋରରେ ଜିଓ ୫୭.୬% ସ୍କୋର ସହିତ ସର୍ବାଗ୍ରେ ରହିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲ ମାତ୍ର ୨୨% ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସ୍କୋରକୁ ସିଧାସଳଖ ୫ଜି କଭରେଜ୍ ସହିତ ଲିଙ୍କ୍ କରାଯାଇପାରିବ। ୫ଜି ନେଟୱାର୍କର ବ୍ୟାପକ ଉପଲବ୍ଧତା ହେତୁ, ଜିଓ ୫ଜି ଉପଭୋକ୍ତା ୫ଜିରେ ସଂଯୁକ୍ତ ସମୟର ପ୍ରାୟ ଦୁଇ ତୃତୀୟାଂଶ ସମୟ ଅତିବାହିତ କରୁଥିବା ବେଳେ, ଏୟାରଟେଲ ବ୍ୟବହାରକାରୀମାନେ ୫ଜି କଭରେଜ ହେତୁ ୫ଜି ସମୟର କେବଳ ଏକ ଚତୁର୍ଥାଂଶ ସମୟ ଅତିବାହିତ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ସେହିଭଳି ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ ଅଭିଜ୍ଞତା କ୍ଷେତ୍ରରେ ଜିଓର ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓପନ ସିଗ୍ନାଲ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ଉପଭୋକ୍ତାଙ୍କ ହାରାହାରି ଡାଉନଲୋଡ୍ ସ୍ପିଡ୍ ପ୍ରାୟ ୬୨ ଏମବିପିଏସ ରହିଥିବା ବେଳେ ଏୟାରଟେଲ କ୍ଷେତ୍ରରେ ଏହା ୪୪.୭ ଏମବିପିଏସ, ଭୋଡାଫୋନ ଆଇଡ଼ିଆ କ୍ଷେତ୍ରରେ ୧୫.୨ ଏମବିପିଏସ ଏବଂ ବିଏସଏନଏଲ କ୍ଷେତ୍ରରେ ୩.୫ ଏମବିପିଏସ ରହିଥିଲା। ସୂଚନାଯୋଗ୍ୟ ଯେ ଇଣ୍ଟରନେଟ୍ ସର୍ଫିଂ, ବଡ଼ ଫାଇଲ୍ ଡାଉନଲୋଡ୍ କରିବା, ଭିଡିଓ ଦେଖିବା ଏବଂ ସଙ୍ଗୀତ ଶୁଣିବା ପାଇଁ ଡାଉନଲୋଡ୍ ସ୍ପିଡ୍ ଗୁରୁତ୍ୱପୂର୍ଣ୍ଣ। ସାମଗ୍ରିକ କଭରେଜ୍ ଅଭିଜ୍ଞତା ବର୍ଗରେ ମଧ୍ୟ ରିଲାଏନ୍ସ ଜିଓ ସର୍ବାଧିକ ୯୯.୩% ସହିତ ଆଗରେ ରହିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଉପଲବ୍ଧତା ବର୍ଗରେ ବେଶ ଆଗରେ ରହିଥିବା ଏହି ରିପୋର୍ଟରେ ସୂଚିତ କରାଯାଇଛି। ଜିଓ ବ୍ୟବହାରକାରୀମାନେ ସେମାନଙ୍କର ଦୁଇ ତୃତୀୟାଂଶ ସମୟ ୫ଜି ସହିତ ସଂଯୁକ୍ତ ବୋଲି ଓପନ୍ ସିଗନାଲ୍ ରିପୋର୍ଟରେ କହିଛି। ଜିଓ ନେଟୱାର୍କରେ ୫ଜି ଉପଭୋକ୍ତା ୬୬.୭% ସମୟ ସଂଯୁକ୍ତ ରହିଛନ୍ତି, ଯାହା ଏୟାରଟେଲ ତୁଳନାରେ ତିନି ଗୁଣା ଅଧିକ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଜିଓ ବ୍ୟବହାରକାରୀଙ୍କର ସର୍ବାଧିକ ସ୍ଥିର ଅଭିଜ୍ଞତା ରହିଛି କାରଣ ଜିଓ ସର୍ବାଧିକ ୬୬.୫% ସ୍କୋର ସହିତ ସ୍ଥିର ଗୁଣବତ୍ତା ପୁରସ୍କାର ବଜାୟ ରଖିଛି। ଜିଓ କଭରେଜ୍ ବର୍ଗର ସମସ୍ତ ତିନୋଟି ପୁରସ୍କାରର ବିଜେତା ହୋଇଛି ଯାହା ମଧ୍ୟରେ ରହିଛି ସାମଗ୍ରିକ ଉପଲବ୍ଧତା, ୫ଜି ଉପଲବ୍ଧତା ଏବଂ କଭରେଜ୍ ଅଭିଜ୍ଞତା।

ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓ ୬୬.୭% ସହିତ ୫ଜି ଉପଲବ୍ଧତାରେ ସର୍ବାଗ୍ରେ ରହିଛି, ଯାହା ଏୟାରଟେଲ ଠାରୁ ୪୦ ପ୍ରତିଶତ ପଏଣ୍ଟ ଅଧିକ ଅଟେ। ଅକ୍ଟୋବର ୨୦୨୩ ରିପୋର୍ଟ ତୁଳନାରେ ସଦ୍ୟତମ ରିପୋର୍ଟରେ ଜିଓର ସ୍କୋର ଏୟାରଟେଲ ଅପେକ୍ଷା ଦୁଇଗୁଣ ଉନ୍ନତ ହୋଇଛି। ସେହିଭଳି ୯୯.୪% ସାମଗ୍ରିକ ନେଟୱାର୍କ ଉପଲବ୍ଧତା ସହିତ ଜିଓ ଆଗରେ ରହିଛି। କଭରେଜ୍ ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ଜିଓ ୧୦ ପଏଣ୍ଟରୁ ନଅ ପଏଣ୍ଟ ସ୍କୋର ସହିତ ଲୋକମାନେ ରହୁଥିବା, କାର‌୍ୟ୍ୟ କରୁଥିବା ଏବଂ ଭ୍ରମଣ କରୁଥିବା ସ୍ଥାନରେ ମୋବାଇଲ୍ ନେଟୱାର୍କର ଉପଲବ୍ଧତାରେ ବେଶ ଆଗରେ ରହିଛି।

jio Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଗସ୍ତରେ ଲିଓନେଲ୍ ମେସି: କିମ୍ବଦନ୍ତୀ ଫୁଟବଲ୍ ଖେଳାଳିଙ୍କୁ ଭେଟିବେ ରାହୁଲ ଗାନ୍ଧୀ ଏବଂ ଶାହରୁଖ ଖାନ

December 13, 2025

ପୁଣି ଥରେ କ୍ରିକେଟ୍ ରେ ଦାଗ: ‘ମ୍ୟାଚ୍ ଫିକ୍ସିଂ’ ଅଭିଯୋଗରେ ଚାରି ଭାରତୀୟ ଖେଳାଳି ତୁରନ୍ତ ନିଲମ୍ବିତ

December 13, 2025

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

December 13, 2025

୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଲା ରେଳ ନିରାପତ୍ତା ବଜେଟ

December 13, 2025
Latest News

ଭାରତ ଗସ୍ତରେ ଲିଓନେଲ୍ ମେସି: କିମ୍ବଦନ୍ତୀ ଫୁଟବଲ୍ ଖେଳାଳିଙ୍କୁ ଭେଟିବେ ରାହୁଲ ଗାନ୍ଧୀ ଏବଂ ଶାହରୁଖ ଖାନ

December 13, 2025

ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା!: H-1B ଭିସା ଉପରେ ମାମଲା ଦାୟର କଲେ 19ଟି ରାଜ୍ୟ

December 13, 2025

ପୁଣି ଥରେ କ୍ରିକେଟ୍ ରେ ଦାଗ: ‘ମ୍ୟାଚ୍ ଫିକ୍ସିଂ’ ଅଭିଯୋଗରେ ଚାରି ଭାରତୀୟ ଖେଳାଳି ତୁରନ୍ତ ନିଲମ୍ବିତ

December 13, 2025

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

December 13, 2025

୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଲା ରେଳ ନିରାପତ୍ତା ବଜେଟ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.