Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋହଲିଙ୍କ ଯୁଗରେ ଟେଷ୍ଟ ଫର୍ମାଟର ରାଜା ଥିଲା ଟିମ୍ ଇଣ୍ଡିଆ, ରୋହିତଙ୍କ ନେତୃତ୍ଵରେ ବିଗିଡିଲା କି ଖେଳ?
ଆଜିର ଖବର

କୋହଲିଙ୍କ ଯୁଗରେ ଟେଷ୍ଟ ଫର୍ମାଟର ରାଜା ଥିଲା ଟିମ୍ ଇଣ୍ଡିଆ, ରୋହିତଙ୍କ ନେତୃତ୍ଵରେ ବିଗିଡିଲା କି ଖେଳ?

October 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ବେଙ୍ଗାଲୁରୁରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିଛି। ଉଭୟଙ୍କ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ପ୍ରଥମ ମ୍ୟାଚ୍ ଥିଲା। ପରାଜୟ ସହିତ ଟିମ୍ ଇଣ୍ଡିଆ ସିରିଜ୍ ଆରମ୍ଭ କରିଛି। ରୋହିତଙ୍କ କାଳରେ ଘରୋଇ ମାଟିରେ ଏହା ଟିମ୍ ଇଣ୍ଡିଆର ତୃତୀୟ ପରାଜୟ। ବିରାଟ କୋହଲିଙ୍କ ଯୁଗରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ମାତ୍ର ୨ ଟି ଟେଷ୍ଟ ହାରିଥିଲା।

୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଥିଲେ। ଏହା ପରେ ରୋହିତ ଶର୍ମା ଭାରତୀୟ ଟେଷ୍ଟ ଦଳର ନେତୃତ୍ଵ ନେଇଥିଲେ। କୋହଲିଙ୍କ ଯୁଗରେ ଅର୍ଥାତ୍ ପ୍ରାୟ ୭ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଟେଷ୍ଟରେ ମାତ୍ର ୨ ଟି ପରାଜୟର ସମ୍ମୁଖୀନ ହୋଇଥିଲା। ପ୍ରାୟ ୧୮ ମାସ ମଧ୍ୟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୩ ଟି ଘରୋଇ ଟେଷ୍ଟ ହାରିଛି।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୨୪ ରେ ଦୁଇଟି ଘରୋଇ ଟେଷ୍ଟ ହାରିଛି। ଏହାପୂର୍ବରୁ ୨୦୨୪ ମସିହାରେ ଟିମ ଇଣ୍ଡିଆକୁ ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ୭ ବର୍ଷ ମଧ୍ୟରେ ମାତ୍ର ୨ ଟି ଘରୋଇ ଟେଷ୍ଟ ହାରିଛି।

ଉଲ୍ଲେଖ ଯୋଗ୍ୟ ଯେ, ବେଙ୍ଗାଲୁରୁରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ରୋହିତ ବାହିନୀ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ ରେ ଆଉଟ୍ ହୋଇଥିଲା। ତା’ପରେ ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ୍ ସ୍କୋର କରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୪୬୨ ରନ୍ ସଂଗ୍ରହ କରି ନ୍ୟୁଜିଲ୍ୟାଣ୍ଡକୁ ୧୦୭ ରନ୍ ଟାର୍ଗେଟ ଦେଇଥିଲା। ଟାର୍ଗେଟକୁ ପିଛା କରି କିୱି ଦଳ ୧୧୦/୨ ରନ୍ ସ୍କୋର କରି ଜିତିଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳକୁ ୮ ୱିକେଟ୍ ରେ ସମ୍ମୁଖୀନ ହେବାକୁ ପଡିଥିଲା।

INDIA VS NEW ZEALAND indian cricket team Rohit Sharma Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026
Latest News

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.