Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଡିକାଲ୍ ଥୋରାକୋସ୍କୋପି ଉପରେ ସମ୍ମମ୍‌ରେ ସିଏମ୍‌ଇ ଓ କର୍ମଶାଳା
ଆଜିର ଖବର

ମେଡିକାଲ୍ ଥୋରାକୋସ୍କୋପି ଉପରେ ସମ୍ମମ୍‌ରେ ସିଏମ୍‌ଇ ଓ କର୍ମଶାଳା

October 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ରବିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ଏକ ଦିବସୀୟ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ଏବଂ କର୍ମଶାଳାରେ ଯୋଗ ଦେଇଥିବା ଅନେକ ବିଶେଷଜ୍ଞ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନିଜର ମତ ବ୍ୟକ୍ତ କରିଥିଲେ।

ସମ୍ମମ୍‌ରେ ବ୍ରୋଙ୍କୋସ୍କୋପି ଓ ଥୋରାକୋସ୍କୋପି ସୁଇଟ୍ ବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ ଉପଲବ୍ଧ ରହିଛି ଓ ବ୍ୟବହୃତ ହେଉଛି।

ଏହି ଅବସରରେ ସମ୍ମମର ଚିଫ୍ ଏଗଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଜ୍ଞାନ ହେଉଛି ଶକ୍ତି ଏବଂ ଏହାକୁ ଅନ୍ୟମାନଙ୍କ ସହ ବାଂଟିବା ଏକ ନିରନ୍ତର ପ୍ରକ୍ରିୟା।
ଓଡ଼ିଶାରେ ପ୍ରଥମ ଥର ମେଡିକାଲ୍ ଥୋରାକୋସ୍କୋପି ଉପରେ ଆୟୋଜିତ ସିଏମଇ ଏବଂ କର୍ମଶାଳା ସହିତ ପ୍ରାଣୀମାନଙ୍କୁ ନେଇ ପ୍ରସ୍ତୁତ ମଡେଲ ଉପରେ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବାରେ ସମ୍ମମ ପ୍ରଥମ ହୋଇଥିବାରୁ ଏହା ଆମ ପାଇଁ ଗର୍ବର ମୁହୂର୍ତ ବୋଲି ସେ କହିଥିଲେ।

ବିଭିନ୍ନ ବିଭାଗର ମୁଖ୍ୟ, ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦାନ ଡାକ୍ତରୀ ଶିକ୍ଷା ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ସହିତ ସମ୍ମମ୍‌ର ଉତ୍ସର୍ଗୀକୃତ କାର୍ଯ୍ୟକୁ ନିର୍ଦ୍ଦେଶ କରୁଛି ବୋଲି ଡକ୍ଟର ଦାଶ କହିଛନ୍ତି।

ହସ୍ପିଟାଲର ପଲ୍‌ମୋନାରୀ ଏବଂ ସ୍ଲିପ୍ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଫ୍ୟାକଲ୍ଟିମାନେ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପ୍ରାଣୀମାନଙ୍କୁ ନେଇ ମଡେଲ ଦ୍ୱାରା ଶିକ୍ଷା ପ୍ରଦାନ। ଏହା ସହିତ ଥୋରାସିକ୍ ଅଲ୍ଟ୍ରାସାଉଣ୍ଡ ଏବଂ ଇଣ୍ଡୱେଲିଙ୍ଗ ପ୍ଲିୟୁରାଲ୍ କ୍ୟାଥେଟର ସେସନ୍‌ର ମଧ୍ୟ ଆୟୋଜନ କରାଯାଇଥିଲା।

ଏହି କର୍ମଶାଳା ଡାକ୍ତରୀ ଜ୍ଞାନ କ୍ଷେତ୍ରରେ ଖୁବ୍ ଲାଭଦାୟକ ହେବ। ସମ୍ମମ ଏହାର ନେତୃତ୍ୱ ନେବା ସହ ଥୋରାକୋସ୍କୋପି କ୍ଷେତ୍ରରେ ବିଶେଷଜ୍ଞ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହା ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ଦେଉଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି ବୋଲି ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର କହିଛନ୍ତି। ଏହା ଦ୍ୱାରା ସ୍ୱାସ୍ଥ୍ୟ ସେବାର ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ସେହିପରି ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସିନ୍ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ସତ୍ୟଜିତ ଆଚାର୍ଯ୍ୟ କହିଥିଲେ ଯେ କ୍ରମାଗତ ଜ୍ଞାନ ଆହରଣ ଯେ କୌଣସି କ୍ଷେତ୍ରରେ ସଫଳତାର ଚାବି କାଠି। ବର୍ତ୍ତମାନ ସମୟରେ ମେଡିକାଲ୍ ଥୋରାକୋସ୍କୋପି ଦ୍ୱାରା ପରୀକ୍ଷଣ ଏବଂ ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ।

ସେହିପରି ସମ୍ମମ୍‌ର କ୍ରିଟିକାଲ୍ କେୟାର ଆଣ୍ଡ ସ୍ଲିପ୍ ମେଡିସିନ୍ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଆଲିସା ଚୌଧୁରୀ କହିଥିଲେ ଯେ ଜ୍ଞାନ ହେଉଛି ଶକ୍ତି। ଏହାକୁ ବାଂଟିବା ଓ ଆହରଣ କରିବା ଏକ ନିୟମିତ ପ୍ରକ୍ରିୟା। ମେଡିକାଲ୍ ଥୋରାକୋସ୍କୋପି ଶ୍ୱାସଜନିତ ସମସ୍ୟାର ଚିକିତ୍ସା ନିମନ୍ତେ ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ରିଗେଡିୟର ଡାକ୍ତର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଡାକ୍ତର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପଲ୍‌ମୋନାରୀ ମେଡିସିନ୍ ଆଣ୍ଡ ସ୍ଲିପ୍ ମେଡିସିନ ବିଭାଗ ଦ୍ୱାରା ଉପଲବ୍ଧ ଥିବା ସ୍ୱାସ୍ଥ୍ୟସେବା ଉପରେ ବିବରଣୀ ପ୍ରଦାନ କରିଥିଲେ।

ଓଡ଼ିଶା ଚେଷ୍ଟ ସୋସାଇଟିର ଅଧ୍ୟକ୍ଷା ପ୍ରଫେସର (ଡାକ୍ତର) ବନାନୀ ଜେନା ଏବଂ ସଂପାଦକ ଡାକ୍ତର ମନୋରଞ୍ଜନ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଫାକଲ୍ଟିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ ଅଲ୍ଟିମେଟ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026
Latest News

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.