Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ଇଶାନ୍ କିଶାନ୍
ଆଜିର ଖବର

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ଇଶାନ୍ କିଶାନ୍

October 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଶାନ କିଷାନ
ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଦୀର୍ଘ ଦିନ ଧରି ବାହାରେ ରହିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଏହି ଦଳକୁ ଫେରିଛନ୍ତି। ଋତୁରାଜ ଗାଇକ୍ଵାଡଙ୍କୁ ଦଳର ଅଧିନାୟକ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ତେବେ ଆସନ୍ତୁ ଜାଣିବା ଏହି ଟୁର୍ ରେ ଅନ୍ୟ କେଉଁ ଖେଳାଳି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।

ବାସ୍ତବରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବୋର୍ଡ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ୩୧ ଅକ୍ଟୋବରରୁ ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦୁଇଟି ପ୍ରଥମ ଶ୍ରେଣୀ (ଚାରି ଦିନିଆ) ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଭାରତ-ଏ ଦଳ ଭାରତୀୟ ସିନିୟର ପୁରୁଷ ଦଳ ବିପକ୍ଷରେ ତିନି ଦିନିଆ ଇଣ୍ଟ୍ରା- ସ୍କ୍ୱାର୍ଡ ମ୍ୟାଚରେ ଭାଗ ନେବ।

ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ପ୍ରଥମ ପ୍ରଥମ ଶ୍ରେଣୀ ମ୍ୟାଚ୍ ମକାୟରେ ଖେଳାଯିବ। ଏହା ପରେ ମେଲବର୍ଣ୍ଣରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ତା’ପରେ ପର୍ଥରେ ସିନିୟର ପୁରୁଷ ଦଳ ବିପକ୍ଷରେ ଇଣ୍ଡିଆ-ଏର ଇଣ୍ଟ୍ରା- ସ୍କ୍ୱାର୍ଡ ମ୍ୟାଚ୍ ଖେଳାଯିବ।

ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ସିନିୟର ପୁରୁଷ ଦଳ ପାଇଁ ଇଶାନ କିଶନଙ୍କ ଶେଷ ମ୍ୟାଚ ନଭେମ୍ବର ୨୦୨୩ ରେ ଟି -୨୦ ମ୍ୟାଚରେ ହୋଇଥିଲା। ଏହା ପରେ, ଇଶାନ ମାନସିକ ଥକ୍କା ଦର୍ଶାଇ ଏକ ବିରତି ନେଇଥିଲେ, କିନ୍ତୁ ଏହି ବିରତି ପରେ ଇଶାନ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଫେରିବାରେ ସକ୍ଷମ ହୋଇ ନାହାଁନ୍ତି।

ଭାରତ ଏ ର ତିନୋଟି ମ୍ୟାଚ୍ ର କାର୍ଯ୍ୟସୂଚୀ:

ଭାରତ-ଏ ବନାମ ଅଷ୍ଟ୍ରେଲିଆ-ଏ, ପ୍ରଥମ ଚାରି ଦିନିଆ ମ୍ୟାଚ୍ – ୩୧ ଅକ୍ଟୋବରରୁ ୦୩ ନଭେମ୍ବର।

ଭାରତ-ଏ ବନାମ ଅଷ୍ଟ୍ରେଲିଆ-ଏ ଦ୍ୱିତୀୟ ଚାରି ଦିନିଆ ମ୍ୟାଚ୍ – ୦୭ ନଭେମ୍ବରରୁ ୧୦ ନଭେମ୍ବର।

ଇଣ୍ଡିଆ-ଏ ବନାମ ସିନିୟର ଟିମ୍ ଇଣ୍ଡିଆ ଇଣ୍ଟ୍ରା ସ୍କ୍ବାଡ୍ ମ୍ୟାଚ୍ – ୧୫ ନଭେମ୍ବରରୁ ୧୭ ନଭେମ୍ବର।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ ଏ ଦଳ:

ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ଅଭିମନ୍ୟୁ ଇଶ୍ଵରନ (ଉପ-ଅଧିନାୟକ), ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ଦେବଦତ୍ତ ପାଡିକଲ, ରିକି ଭୁଇ, ବାବା ଇନ୍ଦରଜିତ, ଇଶାନ କିଶନ (ୱିକେଟ୍ କିପର) ଅଭିଷେକ ପୋରେଲ (ୱିକେଟ୍ କିପର), ମୁକେଶ କୁମାର, ଖଲିଲ ଅହମ୍ମଦ, ନବଦୀପ ସାଇନି, ମାନବ ସୂତାର, ତନୁଶ କୋଟିଆନ୍।

BCCI indian cricket team ishan kishan
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026
Latest News

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.