Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଡିଜିଟାଲ ରୂପାନ୍ତରଣରେ ନେତୃତ୍ୱ ନେଉଛନ୍ତି ଗ୍ରାମୀଣ ଯୁବବର୍ଗ
ଆଜିର ଖବର

ଭାରତର ଡିଜିଟାଲ ରୂପାନ୍ତରଣରେ ନେତୃତ୍ୱ ନେଉଛନ୍ତି ଗ୍ରାମୀଣ ଯୁବବର୍ଗ

October 24, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ‘‘ଦେଶର ଯୁବବର୍ଗ’’ ଭାରତର ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ନେତୃତ୍ୱ ନେଉଛନ୍ତି। ସେମାନେ ଅମୃତ କାଳର ଆକାଂକ୍ଷାକୁ ନିଜର ଶକ୍ତି ଏବଂ ଅଭିନବ ସାମର୍ଥ୍ୟ ସହିତ ଆଗକୁ ବଢ଼ାଉଛନ୍ତି। ଦେଶରେ ଡିଜିଟାଲ ରୂପାନ୍ତରଣ ଜାରି ରହିଥିବା ବେଳେ ଏହି ବିସ୍ତାର କେବଳ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ନୁହେଁ; ବରଂ ଏହା ଏକ ଦୁନିଆ ସୃଷ୍ଟି କରିବା ଉପରେ ମଧ୍ୟ ଆଧାରିତ ଯେଉଁଠାରେ ପ୍ରଯୁକ୍ତି ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ସଶକ୍ତ କରିଥାଏ। ଡିଜିଟାଲକରଣ କ୍ଷେତ୍ରରେ ପ୍ରଗତି ନୂତନ ସମ୍ଭାବନାର ଦ୍ୱାର ଖୋଲିଦେଇଛି, ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ଏକଦା ଅପହଞ୍ଚ ଥିବା ସୁଯୋଗକୁ ଉପଯୋଗ କରିବାରେ ସକ୍ଷମ ହୋଇଛନ୍ତି। ବ୍ୟାପକ ବାର୍ଷିକ ମଡ୍ୟୁଲାର ସର୍ଭେ (ଜୁଲାଇ ୨୦୨୨ – ଜୁନ୍ ୨୦୨୩) ଏହି ପରିବର୍ତ୍ତନକୁ ଆକଳନ କରିଛି, ଯେଉଁଥିରେ ଗ୍ରାମୀଣ ଯୁବବର୍ଗ କିପରି ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରୁଛନ୍ତି, ଦୈନନ୍ଦିନ ଜୀବନରେ ଡିଜିଟାଲ ଉପକରଣଗୁଡ଼ିକୁ ସମନ୍ୱିତ କରୁଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ତାରତମ୍ୟକୁ ଦୂର କରୁଛନ୍ତି ତାହା ଦର୍ଶାଯାଇଛି।

ଗ୍ରାମୀଣ ଭାରତରେ ମୋବାଇଲ୍‌ ବ୍ୟବହାର

ଅଧିକରୁ ଅଧିକ ଯୁବବର୍ଗ ଆଧୁନିକ ପ୍ରଯୁକ୍ତିକୁ ଗ୍ରହଣ କରିବା ଏବଂ ଡିଜିଟାଲ ଦୁନିଆ ସହ ଯୋଡ଼ି ହେବା କାରଣରୁ ଗ୍ରାମୀଣ ଭାରତ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ମୋବାଇଲ୍ ଜ୍ଞାନକୌଶଳର ଗ୍ରହଣୀୟତା ବୃଦ୍ଧି ପାଉଛି। ଗ୍ରାମାଞ୍ଚଳର ଯୁବପିଢ଼ି ସେମାନଙ୍କ ଦୈନନ୍ଦିନ ଜୀବନରେ ଡିଜିଟାଲ୍ ଉପକରଣଗୁଡ଼ିକୁ ଯୋଡ଼ୁଛନ୍ତି। ଗ୍ରାମାଞ୍ଚଳରେ ୧୫ରୁ ୨୪ ବର୍ଷ ବୟସର ୯୫.୭% ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରୁଥିବା ବେଳେ ସହରାଞ୍ଚଳରେ ଏହି ସଂଖ୍ୟା ୯୭% ରହିଛି। ଗ୍ରାମାଞ୍ଚଳରେ ୯୯.୫% ଲୋକ ଫୋର୍‌-ଜି ସୁବିଧା ପାଇଛନ୍ତି।

ଅନ୍ୟପକ୍ଷରେ ସହରାଞ୍ଚଳରେ ୯୯.୮% ଜନସଂଖ୍ୟା ନିକଟରେ ଫୋର୍‌-ଜି ସଂଯୋଗ ରହିଛି। ଗ୍ରାମାଞ୍ଚଳରେ ୧୫-୨୪ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରୁ ୮୨.୧% ଲୋକ ଏବେ ଇଣ୍ଟରନେଟ୍ ବ୍ୟବହାର ସୁବିଧା ପାଉଛନ୍ତି ଯାହାକି ଅଧିକ ପ୍ରଯୁକ୍ତି ସଂଯୁକ୍ତ ପିଢ଼ି ଆଡକୁ ଆସିଥିବା ପରିବର୍ତ୍ତନକୁ ଦର୍ଶାଉଛି। ଯଦିଓ ସହରାଞ୍ଚଳ ଏବେ ବି ୯୧.୮% ଇଣ୍ଟରନେଟ୍ ଉପଲବ୍ଧତା ସହିତ ଶୀର୍ଷରେ ରହିଛି, ତଥାପି ଗ୍ରାମୀଣ-ସହରୀ ତାରତମ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ବିସ୍ତୃତ ବାର୍ଷିକ ମଡ୍ୟୁଲାର ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହି ସର୍ବେକ୍ଷଣ ପୂର୍ବରୁ ତିନି ମାସ ମଧ୍ୟରେ ୧୫-୨୪ ବର୍ଷ ବୟସର ୮୦.୪% ଗ୍ରାମୀଣ ଯୁବକ ଇଣ୍ଟରନେଟ୍ ବ୍ୟବହାର କରିଛନ୍ତି, ଯାହା ଗ୍ରାମୀଣ ଭାରତରେ ସର୍ବାଧିକ ପ୍ରତିଶତ ରେକର୍ଡ କରାଯାଇଛି।

ଅପରପକ୍ଷରେ ସହରାଞ୍ଚଳରେ ୧୫ରୁ ୨୯ ବର୍ଷ ବୟସ ବର୍ଗର ପ୍ରଯୁକ୍ତି ବ୍ୟବହାର ସାମାନ୍ୟ ଅଧିକ ୯୧.୦% ରହିଛି, ଯାହା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଡିଜିଟାଲ ଗ୍ରହଣୀୟତା କିପରି ବୃଦ୍ଧି ପାଉଛି ତାହା ଦର୍ଶାଉଛି। ଏହି ବଢୁଥିବା ଧାରା ଗ୍ରାମୀଣ ଭାରତର ମନୋଭାବରେ ଘଟୁଥିବା ଦ୍ରୁତ ବୈଷୟିକ ପରିବର୍ତ୍ତନକୁ ଦର୍ଶାଉଛି, ଯାହା ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣର ଏକ ନୂତନ ଯୁଗର ସଙ୍କେତ ଦେଉଛି।

ପ୍ରଯୁକ୍ତି ବ୍ୟବହାରର ଉଦ୍ଦେଶ୍ୟ

ଗ୍ରାମୀଣ ଭାରତର ଡିଜିଟାଲ ଯାତ୍ରା କ୍ରମାଗତ ଭାବେ ଆଗକୁ ବଢୁଛି ଏବଂ ଯୁବପିଢ଼ି ଧୀରେ ଧୀରେ ବିଭିନ୍ନ ବୈଷୟିକ ଦକ୍ଷତା ହାସଲ କରୁଛନ୍ତି। ଯଦିଓ ସମସ୍ତେ ଡିଜିଟାଲ ଉପକରଣଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିପାରିବେ ନାହିଁ, ତଥାପି ଅନେକ ଏହି ପରିବର୍ତ୍ତିତ ଦୃଶ୍ୟପଟରେ ସେମାନଙ୍କର ମାର୍ଗ ଖୋଜୁଛନ୍ତି। ୧୫-୨୪ ବର୍ଷ ବୟସ ବର୍ଗ ମଧ୍ୟରୁ ୭୪.୯% ଲୋକ ଏବେ ସାଧାରଣ ବାର୍ତ୍ତା ପଠାଇପାରୁଛନ୍ତି, ଯାହାକି ଡିଜିଟାଲ ଯୋଗାଯୋଗକୁ ଗ୍ରହଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଡିଜିଟାଲ ଦକ୍ଷତା ବୃଦ୍ଧି ପାଉଥିବାରୁ ଗ୍ରାମୀଣ ଯୁବବର୍ଗ କପି, ପେଷ୍ଟିଂ ଏବଂ ମୁଭିଂ ଡାଟା ଭଳି ଜଟିଳ କାର୍ଯ୍ୟ କରିପାରୁଛନ୍ତି – ୧୫-୨୪ ବୟସ ବର୍ଗର ୬୭.୧% ଏବଂ ୧୫-୨୯ ବୟସ ବର୍ଗର ୬୫.୬% ବ୍ୟବହାରକାରୀ ଏହି କାମ କରିପାରିବେ। ସୂଚନା ଖୋଜିବା ପାଇଁ ଇଣ୍ଟରନେଟର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି, ୧୫-୨୪ ବର୍ଷ ବୟସର ୬୦.୪% ଏବଂ ୧୫-୨୯ ବୟସ ବର୍ଗର ୫୯.୩% ସକ୍ରିୟ ଭାବରେ ଅନଲାଇନରେ ସର୍ଚ୍ଚ କରୁଛନ୍ତି।

ତେବେ ଇ-ମେଲ୍ ପଠାଇବା ଭଳି କିଛି କ୍ଷେତ୍ର ଆହ୍ୱାନପୂର୍ଣ୍ଣ ରହୁଛି। ୧୫-୨୪ ବର୍ଷ ବୟସର ମାତ୍ର ୪୩.୬% ଗ୍ରାମୀଣ ଯୁବବର୍ଗ ଇ-ମେଲ୍ ପଠାଇପାରୁଥିବା ବେଳେ ୧୫-୨୯ ବର୍ଷ ବୟସ ବର୍ଗ ପାଇଁ ଏମାନଙ୍କ ସଂଖ୍ୟା ୪୩.୪% ରହିଛି। ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଆଉ ଏକ ପ୍ରତିବନ୍ଧକ ସୃଷ୍ଟି କରୁଛି, ଯେଉଁଥିରେ ୧୫-୨୪ ବର୍ଷ ବୟସ୍କଙ୍କ ମଧ୍ୟରୁ ୩୧% ଏବଂ ୧୫-୨୯ ବର୍ଷ ବୟସ୍କଙ୍କ ମଧ୍ୟରୁ ୩୩.୩% ଏହି କାରବାର କରିବାରେ ସକ୍ଷମ ହୋଇପାରୁଛନ୍ତି।

ଯଦିଓ କେତେକ କ୍ଷେତ୍ରରେ ସହରାଞ୍ଚଳ ତୁଳନାରେ ତାରତମ୍ୟ ରହୁଛି, ତଥାପି ଗ୍ରାମୀଣ ଯୁବବର୍ଗମାନଙ୍କ ମଧ୍ୟରେ ଡିଜିଟାଲ ଦକ୍ଷତା ଧୀରେ ଧୀରେ ଗ୍ରହଣ କରିବା, ଅଧିକ ସଂଯୁକ୍ତ ଏବଂ ସଶକ୍ତ ଗ୍ରାମୀଣ ଭାରତ ଦିଗରେ ଅଗ୍ରଗତିର ସଙ୍କେତ ଦେଇଥାଏ, ଯେଉଁଠାରେ ପ୍ରଯୁକ୍ତି କ୍ରମାଗତ ଭାବେ ଅଧିକ ସୁଯୋଗ ଏବଂ ଅଭିବୃଦ୍ଧିର ଦ୍ୱାର ଖୋଲିଥାଏ।

ସାର୍ବଜନୀନ ଯୋଗାଯୋଗ ଓ ଡିଜିଟାଲ ଇଣ୍ଡିଆ ପାଇଁ ସରକାରଙ୍କ ପଦକ୍ଷେପ

ଡିଜିଟାଲକରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯାହା ଭାରତର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ବିଭିନ୍ନ ପ୍ରଯୁକ୍ତି ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ସ୍କିମ୍ ଯଥା ପ୍ରଯୁକ୍ତି ଇନକ୍ୟୁବେସନ ଏବଂ ଉଦ୍ୟୋଗୀଙ୍କ ବିକାଶ (ଟାଇଡ ୨.୦), ଅଭିନବ ଷ୍ଟାର୍ଟଅପ୍‌ ପାଇଁ ପରବର୍ତ୍ତୀ ପିଢ଼ିର ସହଯୋଗ (ଜେନେସିସ୍), ଡୋମେନ୍ ଆଧାରିତ ଉତ୍କର୍ଷ କେନ୍ଦ୍ର (ସିଓଇ) ଏବଂ ନେକ୍ସଟ୍ ଜେନେରେସନ ଇନକ୍ୟୁବେସନ୍ ସ୍କିମ୍ (ଏନଜିଆଇଏସ୍) ହାତକୁ ନିଆଯାଇଛି। ଏହାବ୍ୟତୀତ ଗ୍ରାମାଞ୍ଚଳକୁ ଅପ୍ଟିକାଲ ଫାଇବର କେବୁଲ ସହ ସଂଯୋଗ କରୁଥିବା ଭାରତନେଟ୍ ପ୍ରକଳ୍ପ ଏବଂ ଦୁର୍ଗମ ଗ୍ରାମକୁ ଫୋର୍‌-ଜି ସେବା ପହଞ୍ଚାଉଥିବା ୟୁଏସଓଏଫ (ୟୁନିଭର୍ସାଲ ସର୍ଭିସ ଅବ୍ଲିଗେସନ୍ ଫଣ୍ଡ) ଯୋଜନା ବ୍ରଡବ୍ୟାଣ୍ଡ୍ ଉପଲବ୍ଧତାକୁ ବିସ୍ତାର କରିଛି। ଇଣ୍ଡିଆ ବିପିଓ ପ୍ରୋତ୍ସାହନ ଯୋଜନା (ଆଇବିପିଏସ) ଏବଂ ଉତ୍ତର ପୂର୍ବ ବିପିଓ ପ୍ରୋତ୍ସାହନ ଯୋଜନା (ଏନଇବିପିଏସ) ଅନୁନ୍ନତ ଅଞ୍ଚଳରେ ଆଇଟି/ଆଇଟିଇଏସ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ସାରା ଦେଶରେ ସାର୍ବଜନୀନ ୱାଇ-ଫାଇ ହଟସ୍ପଟ୍ ଯୋଗାଇବା ପାଇଁ ପିଏମ-ୱାଣୀ ପଦକ୍ଷେପ ମଧ୍ୟ କାର୍ଯ୍ୟକାରୀ ହେଉଛି। ଏହି ପଦକ୍ଷେପଗୁଡ଼ିକ ସାମୂହିକ ଭାବରେ ଡିଜିଟାଲ ତାରତମ୍ୟକୁ ଦୂର କରିଥାଏ ଏବଂ ଭାରତର ଡିଜିଟାଲ୍ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିଥାଏ।

​​​​​​​ଉପସଂହାର

ଭାରତରେ ଗ୍ରାମୀଣ ଡିଜିଟାଲ ସମ୍ପ୍ରସାରଣ ଯୁବପିଢ଼ିଙ୍କୁ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ସକ୍ଷମ କରୁଛି, ଦୈନନ୍ଦିନ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ତାରତମ୍ୟକୁ ହ୍ରାସ କରୁଛି। ସୁଲଭ ହାଇସ୍ପିଡ୍ ଇଣ୍ଟରନେଟ୍ ର ଉପଲବ୍ଧତା ଏବଂ ବିଭିନ୍ନ ସରକାରୀ ପଦକ୍ଷେପ ଯୋଗୁଁ ଗ୍ରାମୀଣ ଯୁବପିଢ଼ି ଯୋଗାଯୋଗ, ଶିକ୍ଷା ଏବଂ ଆର୍ଥିକ କାର୍ଯ୍ୟକଳାପ ପାଇଁ ଡିଜିଟାଲ୍ ଉପକରଣ ବ୍ୟବହାର କରିବାରେ ଅଧିକ ସକ୍ଷମ ହେଉଛନ୍ତି। ଏହି ପରିବର୍ତ୍ତନ ବିକାଶ ଏବଂ ସୁଯୋଗକୁ ପ୍ରୋତ୍ସାହିତ କରିବାରେ ପ୍ରଯୁକ୍ତିବିଦ୍ୟାର ଭୂମିକାକୁ ବୃଦ୍ଧି ପାଉଥିବା ସ୍ୱୀକୃତିକୁ ପ୍ରତିନିଧିତ୍ୱ କରେ । ଡିଜିଟାଲ ସାକ୍ଷରତା ଏବଂ ଭିତ୍ତିଭୂମି ର ଅଗ୍ରଗତି ଜାରି ରହିଥିବାରୁ ଗ୍ରାମୀଣ ଯୁବକମାନେ ଦେଶର ଏକ ଅଧିକ ସଂଯୁକ୍ତ ଏବଂ ସମାବେଶୀ ଭବିଷ୍ୟତ ପାଇଁ ଅର୍ଥପୂର୍ଣ୍ଣ ଯୋଗଦାନ କରିବାକୁ ଯାଉଛନ୍ତି।

digital india ଗ୍ରାମୀଣ ଯୁବବର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025
Latest News

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.